ଏସଆଇଆର ପ୍ରକ୍ରିୟାକୁ ନେଇ ବମ୍ବେ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ, ଆଇନ ନୁହେଁ ବେଆଇନ ଭାବେ ଚାଲିଛି ନାଗରିକ ଚୟନ

Oct 1, 2026 - 15:35
ଏସଆଇଆର ପ୍ରକ୍ରିୟାକୁ ନେଇ ବମ୍ବେ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ, ଆଇନ ନୁହେଁ ବେଆଇନ ଭାବେ ଚାଲିଛି ନାଗରିକ ଚୟନ

ଏହା କଦାପି ଗ୍ରହଣୀୟ ନୁହେଁ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଜଷ୍ଟିସ ବାଲ୍ମିକୀ ମେନେଜେସ ଓ ଜଷ୍ଟିସ ଅମିତ ଜାମସାଣ୍ଡେକରଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କର ଏହା କହିଛନ୍ତି। ଏହି ମାମଲା ସାନ୍ତା କ୍ରୁଜର ଏକ ପରିବାରର ଛଅ ସଦସ୍ୟଙ୍କ ସହ ଜଡ଼ିତ, ଯାହାଙ୍କ ନାଁକୁ ଏସଆଇଆର ସମୟରେ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା। 

 ମତଦାତା ସୂଚୀ ସ୍ଵତନ୍ତ୍ର ପୁନଃନିରୀକ୍ଷଣ ପ୍ରକ୍ରିୟା ବା ଏସଆଇଆରକୁ ନେଇ ନିର୍ବାଚନ ଆୟୋଗଙ୍କ ଉପରେ ବର୍ଷିଛନ୍ତି ବମ୍ବେ ହାଇକୋର୍ଟ। କଡ଼ା ଟିପ୍ପଣୀ କରିବା ସହ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ଅଦାଲତ କହିଛନ୍ତି ଏସଆଇଆର ପ୍ରକ୍ରିୟା ଦେଖି ଲାଗୁଛି, ଆଇନ ଏବଂ ନିୟମକୁ ଅଣଦେଖା କରାଯାଇଛି ସଫ୍ଟଓ୍ବେର ହିସାବରେ କାମ ଚାଲିଛି। ଏହା କଦାପି ଗ୍ରହଣୀୟ ନୁହେଁ ବୋଲି ଉଚ୍ଚ ନ୍ୟାୟାଳୟ କହିଛନ୍ତି। ଜଷ୍ଟିସ ବାଲ୍ମିକୀ ମେନେଜେସ ଓ ଜଷ୍ଟିସ ଅମିତ ଜାମସାଣ୍ଡେକରଙ୍କ ଖଣ୍ଡପୀଠ ଏକ ମାମଲାର ଶୁଣାଣି କର ଏହା କହିଛନ୍ତି। ଏହି ମାମଲା ସାନ୍ତା କ୍ରୁଜର ଏକ ପରିବାରର ଛଅ ସଦସ୍ୟଙ୍କ ସହ ଜଡ଼ିତ, ଯାହାଙ୍କ ନାଁକୁ ଏସଆଇଆର ସମୟରେ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା। ପରିବାର ନିଜର ଠିକଣା ବଦଳାଇବା ପାଇଁ ଫର୍ମ ୮ ଭରିଥିଲେ। ଏହା ସତ୍ତ୍ଵେ ସେମାନଙ୍କ ନାଁକୁ ଭୋଟର ତାଲିକାରୁ ହଟାଇ ଦିଆଯାଇଥିଲା। ଶୁଣାଣି ସମୟରେ ହାଇକୋର୍ଟ ନିର୍ବାଚନ ଆୟୋଗଙ୍କୁ ପ୍ରଶ୍ନ କରିଛନ୍ତି ଯେ, କେଉଁ ଆଇନ ଆଧାରରେ ଆପଣ କୌଣସି ବ୍ୟକ୍ତିଙ୍କୁ ଶୁଣାଣିର ସୁଯୋଗ ନ ଦେଇ ଭୋଟର ତାଲିକାରୁ ନାଁ ହଟାଇ ଦେଲେ। ଯଦି କୌଣସି ଭୋଟରଙ୍କ ନାଁ ହଟାଯିବାର ଅଛି ତେବେ ପ୍ରଥମେ ତାଙ୍କ ପକ୍ଷ ରଖିବାକୁ ସୁଯୋଗ ଦିଆଯିବା ଦରକାର। କୋର୍ଟ ସମ୍ବନ୍ଧିତ ଇଲେକ୍ଟୋରାଲ ଅଫିସରଙ୍କୁ ମଧ୍ୟ ଅଦାଲତରେ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ଆୟୋଗ ପକ୍ଷରୁ ହାଜର ଆଇନଜୀବୀ ଗୌରିଶ ଅଗ୍ନି ଅଦାଲତଙ୍କୁ ଜଣାଇଛନ୍ତି ଯେ, ଏସଆଇଆର ସମୟରେ ସିଷ୍ଟମ ଫର୍ମ ୮କୁ ପ୍ରୋସେସ୍ ପାଇଁ ଅନୁମତି ନ ଦେବା ପାଇଁ ଏମିତି ବ୍ୟବସ୍ଥା କରାଯାଇଥିଲା। 

What's Your Reaction?

like

dislike

love

funny

angry

sad

wow