ଆଜି ଗାନ୍ଧୀ, ଶାସ୍ତ୍ରୀ ଜୟନ୍ତୀ

ଆଜି ହେଉଛି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ୧୫୩ ତମ ଜୟନ୍ତୀ । ୧୮୬୯ ମସିହାରେ ଗୁଜୁରାଟର ପୋରବନ୍ଦରରେ ଜନ୍ମଗ୍ରହଣ କରିଥିଲେ ଆମ ସମସ୍ତଙ୍କ ପ୍ରିୟ ବାପୁ । ବ୍ରିଟିଶମାନଙ୍କ ଦ୍ୱାରା ଭାରତୀୟ ସମାଜରେ ଦାସତ୍ୱର ଶୃଙ୍ଖଳା ଭାଙ୍ଗିବା ପାଇଁ ସେ ଆପଣାଇଥିଲେ ଅହିଂସା ମାର୍ଗ ।ସବୁ ସମୟରେ ଅନ୍ୟାୟ ବିରୋଧରେ କରିଥିଲେ ସଂଘର୍ଷ । ସତ୍ୟ ଓ ଅହିଂସାକୁ ନେଇ ସର୍ବଦା ବାପୁଙ୍କ ବିଚାର ସାରା ବିଶ୍ୱରେ ମାର୍ଗଦର୍ଶନ କରିବା ସହ ଦେଇଥାଏ ପ୍ରେରଣା । ତାଙ୍କର ସେହି ବିଚାରକୁ ନେଇ ଅକ୍ଟୋବର ୨ ତାରିଖ ଦିନଟିକୁ ସାରା ବିଶ୍ୱରେ ଅନ୍ତରାଷ୍ଟ୍ରୀୟ ଅହିଂସା ଦିବସ ଭାବରେ କରାଯାଏ ପାଳନ । ଏହିଅବସରରେ ରାଜଘାଟରେ ପହଞ୍ଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିସହ ସତ୍ୟ, ସମନ୍ବୟ ଏବଂ ସମାନତା ଉପରେ ଆଧାରିତ ମହାତ୍ମା ଗାନ୍ଧୀଙ୍କ ଜୀବନ ଏବଂ ଆଦର୍ଶ ଦେଶବାସୀଙ୍କ ପାଇଁ ସର୍ବଦା ଏକ ପ୍ରେରଣା ରହିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।ସେହିପରି ଆଜି ଭାରତର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କର ମଧ୍ୟ ଜନ୍ମଜୟନ୍ତୀ । ୧୯୦୪ ମସିହାରେ ମୋଗଲ ସରାଇର ଏକ ଗରିବ ପରିବାରରେ ଜନ୍ମ ଗ୍ରହଣ କରିଥିବା ଶାସ୍ତ୍ରୀଜୀ। ପିଲାଟି ବେଳୁ ବେଶ୍ ନମ୍ର, ଶାନ୍ତ ଓ ସରଳ ଥିଲେ । 'ଜୟ ଜବାନ ଏବଂ ଜୟ କିଶାନ' ସ୍ଲୋଗାନ ପାଇଁ ଆଜିବି ଦେଶବାସୀଙ୍କ ନିକଟରେ ଅମର ଶାସ୍ତ୍ରୀଜୀ। ମହାତ୍ମା ଗାନ୍ଧୀଙ୍କ ଡାକରାରେ ସେ ସ୍ୱାଧୀନତା ଆନ୍ଦୋଳନରେ ହୋଇଥିଲେ ସାମିଲ । ଦେଶ ସ୍ୱାଧୀନ ହେବା ପରେ ଜବାହାରଲାଲ ନେହରୁଙ୍କ ମନ୍ତ୍ରିମଣ୍ଡଳରେ ରେଳମନ୍ତ୍ରୀ ଭାବେ କାର୍ୟ୍ୟ କରିଥିଲେ ଶାସ୍ତ୍ରୀଜୀ। ପରେ ସେ ହୋଇଥିଲେ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ।
What's Your Reaction?






