ନାଁ ବଦଳେଇପାର କିନ୍ତୁ ଇତିହାସ ବଦଳାଇପାରିବନି: ନବୀନ

Oct 2, 2024 - 13:37
 0  4
ନାଁ ବଦଳେଇପାର କିନ୍ତୁ ଇତିହାସ ବଦଳାଇପାରିବନି: ନବୀନ

ଆଜି ଠାରୁ ଆରମ୍ଭ ହୋଇଛି ବିଜେଡି ଜନସମ୍ପର୍କ ପଦଯାତ୍ରା। ଏହି ଅବସରରେ ବିଜେଡି ମୂଖ୍ୟ ନବୀନ ପଟ୍ଟନାୟକ ଯୋଗ ଦେଇ ଦଳୀୟ ନେତା,କର୍ମୀଙ୍କୁ ଦେଇଛନ୍ତି ଗୁରୁମନ୍ତ୍ର। ଦଳକୁ କିପରି ଆଗକୁ ଆଗେଇ ନେଇ ପୂର୍ବପରି ପୁଣି ଶକ୍ତିଶାଳୀ କରିହେବ ସେନେଇ ଦେଇଛନ୍ତି ଉପଦେଶ।ସେ କହିଛନ୍ତି ଯେ,ଗତ ୨୪ ବର୍ଷରେ ଓଡ଼ିଶାର ବିକାଶ ପାଇଁ ଅନେକ କାମ କରିଛି ବିଜେଡି। ଡବଲ ଇଂଜିନ ସରକାର ଶାସିତ ରାଜ୍ୟଙ୍କଠାରୁ ଢେର ଆଗରେ ଅଛି ଓଡ଼ିଶା। ବିଜେଡି ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଦ୍ୱାରା ଉପକୃତ ହୋଇଛନ୍ତି କୋଟି କୋଟି ଲୋକ। ବର୍ତ୍ତମାନ ସେହି ଯୋଜନାର ନାମ ବଦଳାଇ ଦେଇଛନ୍ତି ସରକାର । ଆପଣ ଯୋଜନାର ନାମ ବଦଳାଇ ଦେଇ ପାରିବେ କିନ୍ତୁ ଇତିହାସ ବଦଳାଇ ପାରିବେ ନାହିଁ । ମିଛ କାହାଣୀ କହି କ୍ଷମତାକୁ ଆସିଛି  ବିଜେପି। ଆପଣ ମାନେ ମାଗଣାରେ ୩ଶହ ୟୁନିଟ୍ ବିଜୁଳୀ ପାଉଛନ୍ତି ? କେତେ ଜଣ ମା’ ୫୦ ହଜାର ଟଙ୍କା ପାଇଲେଣି ? ବୋଲି ପ୍ରଶ୍ନ କରିଛନ୍ତି ନବୀନ। ସେ ଆହୁରି କହିଛନ୍ତି ଯେ, ଦରଦାମକୁ ନିୟନ୍ତ୍ରଣ କରିବାରେ ବିଫଳ ବିଜେପି ସରକାର । ଥାନା ଏବଂ ସରକରୀ କର୍ମଚାରୀ ରାଜଭବନରେ ସୁରକ୍ଷିତ ନାହାନ୍ତି ଓଡ଼ିଶାର ମା। ମିଛ କଥା କହି ନିର୍ବାଚନ ଜିତି ପାରିବେ କିନ୍ତୁ ଲୋକଙ୍କ ହୃଦୟ ନୁହେଁ ।  ୭୦ ପ୍ରତିଶତ ଥିଲା ଓଡ଼ିଶାର ଦାରିଦ୍ର୍ୟ,ଯାହା ଆଜି ୧୦ ପ୍ରତିଶତକୁ କମିଛି। ଆମ ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି । ଅନେକ କ୍ଷେତ୍ରରେ ଆଜି ଭଲ ପ୍ରଦର୍ଶନ କରୁଛି ଓଡ଼ିଶା  । ମୁଁ ସରକାରରେ ଥାଏ କି ନଥାଏ ଆପଣ ମାନଙ୍କ ସେବା କରିବି । ଲୋକଙ୍କ ଭଲ ପାଇବା ବିଜେଡିର ବଡ଼ ଶକ୍ତି । ବିଜେଡି ସମସ୍ତଙ୍କ ହୃଦୟରେ ଅଛି ଆଉ ରହିବ ବୋଲି କହଛନ୍ତି ନବୀନ ପଟ୍ଟନାୟକ ।

What's Your Reaction?

like

dislike

love

funny

angry

sad

wow