ପ୍ରତାରଣା କରିଥିଲେ, ତେଣୁ ଅଲିମ୍ପିକ୍ସରେ ଭଗବାନ ଦଣ୍ଡ ଦେଲେ: ବ୍ରିଜ ଭୂଷଣ

Sep 7, 2024 - 13:39
 0  4
ପ୍ରତାରଣା କରିଥିଲେ, ତେଣୁ ଅଲିମ୍ପିକ୍ସରେ ଭଗବାନ ଦଣ୍ଡ ଦେଲେ: ବ୍ରିଜ ଭୂଷଣ

ପ୍ରତାରଣା କରିଥିଲେ। ତେଣୁ ଅଲିମ୍ପିକ୍ସରେ ଭଗବାନ ତାଙ୍କୁ ଦଣ୍ଡ ଦେଲେ।' ଆଜି ଏଭଳି କିଛି କହି ତାରକା କୁସ୍ତି ଖେଳାଳି ଭିନେଶ ଫୋଗାଟ ବିରୋଧରେ ଅଭିଯୋଗ ଆଣିଛନ୍ତି ପୂର୍ବତନ ବିଜେପି ସାଂସଦ ତଥା ଭାରତୀୟ କୁସ୍ତି ମହାସଂଘର ପୂର୍ବତନ ଅଧ୍ୟକ୍ଷ ବ୍ରିଜ ଭୂଷଣ ଶରଣ ସିଂହ।ଶୁକ୍ରବାର ଭିନେଶ କଂଗ୍ରେସରେ ସାମିଲ୍ ହେବା ପରେ ତାଙ୍କୁ ହରିୟଣା ବିଧାନସଭା ପାଇଁ ପ୍ରାର୍ଥୀ କରିଛି ଦଳ । ଏହାପରେ କଂଗ୍ରେସର ବରିଷ୍ଠ ନେତା ଓ ଭିନେଶଙ୍କ ଉପରେ ବର୍ଷିଛନ୍ତି ବ୍ରିଜ ଭୂଷଣ। ସେ କହିଛନ୍ତି ଯେ,କ’ଣ କୌଣସି କୁସ୍ତି ଯୋଦ୍ଧା ଗୋଟିଏ ଦିନରେ ଅଲିମ୍ପିକ୍ସର ଦୁଇଟି ବର୍ଗରେ ଟ୍ରାଏଲ ଦେଇ ପାରିବ ? କ’ଣ ଓଜନ ହ୍ରାସ କରିବା ପାଇଁ ଟ୍ରାଏଲକୁ ପାଞ୍ଚ ଘଣ୍ଟା ପାଇଁ ରୋକି ହେବ? ଆପଣ ଠକାମୀ କରି ଅଲିମ୍ପିକ୍ସରେ ପହଞ୍ଚିଥିଲେ। ସେଥିଲାଗି ପଦକ ଜିତି ପାରିଲେ ନାହିଁ। ଭଗବାନ ଆପଣଙ୍କୁ ଦଣ୍ଡିତ କରିଛନ୍ତି। ସେହିପରି  ବିନା ଟ୍ରାଏଲରେ ଏସିଆୟୀ କ୍ରୀଡ଼ାରେ ଭାଗ ନେଇଥିଲେ ବଜରଙ୍ଗ ପୁନିଆ।କଂଗ୍ରେସ ଦଳରେ ଯୋଗଦେବା ପରେ ଭିନେଶ ଫୋଗଟ ଏବଂ ବଜରଙ୍ଗ ପୁନିଆର ସତ୍ୟତା ଲୋକଙ୍କ ସାମ୍ନାରେ ଆସିଛି ବୋଲି କହିଛନ୍ତି ବ୍ରିଜ ଭୂଷଣ । ସେ ଆହୁରି ମଧ୍ଯ କହିଛନ୍ତି ଯେ, ରାହୁଲ-ପ୍ରିୟଙ୍କା ଗାନ୍ଧି ଯୋଡି ଦେବେନ୍ଦ୍ର ହୁଡ୍ଡାଙ୍କୁ ଆଗେଇ ନେଇ ମୋ ବିରୋଧରେ, ବିଜେପି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ରଚିଥିଲେ ଷଡଯନ୍ତ୍ର। ଏହି ଲୋକମାନେ ରାଜନୀତି ପାଇଁ ନିଜ ଝିଅମାନଙ୍କୁ ମଧ୍ୟ ରକ୍ଷା କରିନାହାଁନ୍ତି, ସେମାନଙ୍କୁ ମଧ୍ୟ କରନ୍ତି ବ୍ୟବହାର।ସେହିପରି ଉତ୍ତରପ୍ରଦେଶରେ ଲୋକସଭା ନିର୍ବାଚନରେ ବିଜେପିର ପରାଜୟ ସମ୍ପର୍କରେ ସେ କହିଛନ୍ତି ଯେ, ମୁଁ ଏହି ଫଳାଫଳ ଆଗକୁ ଜାଣିସାରିଥିଲି। ଯଦି ମୁଁ ମୁହଁ ଖୋଲିବି, ତେବେ ଝଡ଼ ସୃଷ୍ଟି ହେବ। ଭୁଲ ଜାଣିଶୁଣି କରାଯାଇଛି। ଏହି କାରଣରୁ ଆମେ ହାରିଗଲୁ। ଏଥିରେ ଅଧିକାରୀଙ୍କ ମଧ୍ୟ ହାତ ରହିଛି।

What's Your Reaction?

like

dislike

love

funny

angry

sad

wow