୩ ଦିନରେ ଅବପାତର ରୂପ ନେବ ଲଘୁଚାପ

ଦକ୍ଷିଣ ଓଡ଼ିଶା ଉପକୂଳର ପାର୍ଶ୍ୱବର୍ତ୍ତୀ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର ଦିଗରେ ଗତି କରିବା ସହ ୩ ଦିନ ମଧ୍ୟରେ ଗାଙ୍ଗେୟ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ଅବପାତରେ ହେବ ପରିଣତ । ଏହି ଅଞ୍ଚଳରେ ଏକ ମୌସୁମୀ ନିମ୍ନଚାପରେଖା ମଧ୍ଯ ରହିଛି ସକ୍ରିୟ । ଏହା ପ୍ରଭାବରେ ସାରା ରାଜ୍ୟରେ ଏକ ସପ୍ତାହେ ଯାଏ ହେବ ବର୍ଷା । ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଲଘୁଚାପ କ୍ଷେତ୍ର ପ୍ରଭାବରେ ୭ରୁ ୯ ତାରିଖ ଯାଏ ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲା ସହିତ ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଏବଂ ୧୦ ଓ ୧୧ ତାରିଖରେ ବାଲେଶ୍ବର ଓ ଭଦ୍ରକରେ ପ୍ରବଳ ହେବାର ରହିଛି ସମ୍ଭାବନା ।
What's Your Reaction?






