ସୁନୀତାଙ୍କ ବିନା ପୃଥିବୀ ପୃଷ୍ଠରେ ଅବତରଣ କଲା ଷ୍ଟାରଲାଇନର
ପୃଥିବୀ ପୃଷ୍ଠରେ ଅବତରଣ କରିଛି ସ୍ପେଶ୍ କ୍ରାଷ୍ଟ ଷ୍ଟାରଲାଇନର। ହେଲେ ଏଥିରେ ଫେରିନାହାନ୍ତି କୌଣସି କ୍ରୁ ସଦସ୍ୟ । ପ୍ରାୟ ୬ ଘଣ୍ଟା ଯାତ୍ରା ପରେ ନ୍ୟୁ ମେକ୍ସିକୋର ଏକ ମରୁଭୂମିରେ ନିରାପଦ ଭାବେ ଅବତରଣ କରିଛି ଏହି ଷ୍ଟାରଲାଇନର।ମହକାଶରେ ଦୀର୍ଘ ୩ ମାସରୁ ଅଧିକ ଦିନ ହେଲା ଫସି ରହିଛନ୍ତି ଦୁଇ ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ। ୨୦୨୪ ଜୁନ ମାସରେ ଷ୍ଟାରଲାଇନର ମହାକାଶକୁ ଯାତ୍ରା କରୁଥିବା ବେଳେ ସେଥିରେ ଦେଖାଯାଇଥିଲା ବୈଷୟିକ ତ୍ରୁଟି ।ତେଣୁ ଷ୍ଟାରଲାଇନର ଥ୍ରଷ୍ଟର ସମସ୍ୟା ସହ ହିଲିୟମ ଗ୍ୟାସ ଲିକକୁ ଆଖି ଆଗରେ ରଖି ମହାକାଶଚାରୀଙ୍କ ବିନା କେବଳ ଏହି ଷ୍ଟାରଲାଇନର କ୍ୟାପସୁଲକୁ ପୃଥିବୀ ପୃଷ୍ଠକୁ ଫେରାଇ ଅଣାଯାଇଛି । ଫେବ୍ରୁଆରୀରେ ନାସାର କ୍ରୁ-୯ ମିଶନରେ ଫେରିବେ ଦୁଇ ମହାକାଶଚାରୀ ।
What's Your Reaction?