୨୦୨୫ରେ ହେବ ଜନଗଣନା
ଆସନ୍ତା ବର୍ଷରୁ ଦେଶରେ ଆରମ୍ଭ ହେବ ଜନଗଣନା । କେନ୍ଦ୍ର ସରକାରଙ୍କ ତରଫରୁ ଆସିଛି ଏଭଳି କିଛି ବଡ଼ ତଥ୍ୟ। କରୋନା ମହାମାରୀ ହେତୁ ସ୍ଥଗିତ ରଖିବାକୁ ପଡ଼ିଥିଲା ୨୦୨୧ରେ ହେବାକୁ ଥିବା ଜନଗଣନା ପ୍ରକ୍ରିୟା। ତେବେ ଆସନ୍ତା ବର୍ଷ ୨୦୨୫ରୁ ଏହା ପୁଣି ହେବ ଆରମ୍ଭ । ୨୦୨୬ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲିବ ବୋଲି ସୂତ୍ରରୁ ମିଳିଛି ସୂଚନା । ସୂଚନା ଅନୁଯାୟୀ,ଜନଗଣନା ଆରମ୍ଭ ହେଲେ ବଦଳିଯିବ ଜନଗଣନା ଚକ୍ର । କହିବାକୁ ଗଲେ ପ୍ରତି ଦଶ ବର୍ଷରେ କରାଯାଉଥିଲା ଜନଗଣନା । ଯେମିତିକି, ୧୯୯୧, ୨୦୦୧, ୨୦୧୧ରେ । ଏବେ ୨୦୨୫ରେ ଜନଗଣନା ହେଲେ ପରବର୍ତ୍ତୀ ଜନଗଣନା ପ୍ରତି ୧୦ ବର୍ଷରେ ଅର୍ଥାତ ୨୦୩୫, ୨୦୪୫ ଓ ୨୦୫୫- ଏହି କ୍ରମରେ ହେବ। ଜନଗଣନା ଶେଷ ହେବା ପରେ ଆରମ୍ଭ ହେବ ଲୋକସଭା ଆସନର ସୀମା ପୁନଃ ନିର୍ଦ୍ଧାରଣ। ୨୦୨୮ ସୁଦ୍ଧା ନିର୍ବାଚନ ମଣ୍ଡଳି ସୀମା ପୁନଃ ନିର୍ଦ୍ଧାରଣ ପ୍ରକ୍ରିୟା ସମାପ୍ତ ହେବାର ରହିଛି ସମ୍ଭାବନା ।ତେବେ ବହୁ ବିରୋଧୀ ଦଳର ଜାତିଗତ ଜନଗଣନା ପାଇଁ ମଧ୍ୟ ରହିଛି ଦାବି, କିନ୍ତୁ ଏ ବାବଦରେ ଏପର୍ଯ୍ୟନ୍ତ ନିଷ୍ପତ୍ତି ନେଇ ନାହାନ୍ତି ସରକାର।ଏପର୍ଯ୍ୟନ୍ତ ସାର୍ବଜନୀନ କରାଯାଇ ନାହିଁ ଜନଗଣନା ପ୍ରକ୍ରିୟାର ବିବରଣୀ।
What's Your Reaction?