ଦୀପାବଳି ପାଇଁ ନିର୍ଦ୍ଦେଶାବଳୀ ଜାରି କଲା କମିଶନରେଟ ପୋଲିସ
ଦୀପାବଳି ପାଇଁ ନିର୍ଦ୍ଦେଶାବଳୀ ଜାରି କଲା କମିଶନରେଟ ପୋଲିସ ।ସର୍ବୋଚ୍ଚଅଦାଲତଙ୍କ ନିୟମ ଅନୁଯାୟୀ ବାଣ ଫୁଟାଯିବ କିନ୍ତୁ ବିପଦଜ୍ଜନକ ବାଣ ଫୁଟାଇବା କିମ୍ବା ବିକ୍ରି ପାଇଁ କରାଯାଇଛି ବାରଣ । କେବଳ ବିକ୍ରି ହୋଇପାରିବ ସବୁଜ ବାଣ। ୨୫ ଟି ସ୍ଥାନରେ ଭୂବନେଶ୍ୱର ମହାଗନଗର ନିଗମ ସହମତିରେ ବାଣ ବଜାର ଖୋଲିବା ପାଇଁ ଦିଆଯାଇଛି ଅନୁମତି । ଲାଇସେନ୍ସ ପାଇଁ ଏଯାବତ ୪୬୫ ଜଣ ଦୋକାନୀ ଆବେଦନ କରିଥିବାବେଳେ ସେଥିମଧ୍ୟରୁ ୨ ଶହ ଜଣଙ୍କୁ ପ୍ରଦାନ ହୋଇଛି ଲାଇସେନ୍ସ। ଅନ୍ୟମାନଙ୍କୁ ବର୍ତ୍ତମାନ ବିଭିନ୍ନ ସର୍ତ୍ତ ପାଳନ ପାଇଁ ଦିଆଯାଇଛି ନିର୍ଦ୍ଦେଶ । ସେ ସବୁ ସର୍ତ୍ତ ପାଳନ ପରେ ତାଙ୍କୁ ମଧ୍ୟ ପ୍ରଦାନ କରାଯିବ ଲାଇସେନ୍ସ। ପ୍ରତ୍ୟେକ ଦୋକାନରେ ଜଣେ ଦୋକାନୀ ରଖିପାରିବେ ୩ ଶହ କେଜି ବାଣ। ଦୁଇଟି ବାଣ ଦୋକାନ ମଝିରେ ରହିବ ୩ ମିଟର ବ୍ୟବଧାନ । ଦୋକାନ ବାହାରେ ୫୦ ମିଟର ଖାଲି ସ୍ଥାନ ରହିବ । ଦୋକାନ ଚାରିପଟରେ ଟିଣର ଆବଧ କରାଯିବା ସହ ନିଆଁ ଲିଭା ଯନ୍ତ୍ର , ଓଦା ଅଖା , ବାଲି ଓ ଭର୍ତି ଡ୍ରମ ରଖାଯିବ I ଏହା ଉପରେ ନଜର ରଖିବେ ପୁଲିସର ସ୍ୱତନ୍ତ୍ର ଦଳI ଅଗ୍ନିଶମ ବିଭାଗ ଓ ଭୂବନେଶ୍ୱର ମହାଗନଗର ନିଗମର ସମସ୍ତ ନିୟମ ପାଳନ କରିବାକୁ ଦୋକାନୀ ବାଧ୍ୟ । କୌଣସି ନିୟମର ଖିଲାପ କଲେ ଆଇନ ଅନୁଯାୟୀ ନିଆଯିବ କାର୍ଯ୍ୟାନୁଷ୍ଠାନ। ଅନ୍ୟପଟେ ବେଆଇନ ଭାବେ ଗନ୍ ପାଉଡର ଆଣି ବାଣ ତିଆରି କଲେ ବାଣ ଜବତ କରିବା ସହ ସମ୍ପୃକ୍ତ ବାଣୁଆଙ୍କୁ ମଧ୍ୟ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ପିନାକ ମିଶ୍ର ।
What's Your Reaction?