ମହାବାତ୍ୟାକୁ ପୂରିଲା ୨୫ ବର୍ଷ
ମହାବାତ୍ୟାକୁ ପୂରିଲା ୨୫ ବର୍ଷ । ୧୯୯୯ ମସିହା ଆଜିର ଦିନରେ ଶତାବ୍ଦୀର ସବୁଠୁ ବଡ଼ ବିପର୍ୟ୍ୟୟକୁ ସାମ୍ନା କରିଥିଲା ଓଡ଼ିଶା । ଆଜିବି ସେଦିନର ବିଭୀଷିକାପୂର୍ଣ୍ଣ କଥା ମନେପଡିଲେ ଶୀତେଇ ଉଠେ ଦେହ ।ସେଦିନ ମେଘ ସାଙ୍ଗକୁ ୩୫୦କିମି ବେଗରେ ବୋହିଥିଲା ପବନ, ଯାହା ବିପର୍ଯୟର ମୂଳ କାରଣ ପାଲଟିଥିଲା ।୨୯ ସକାଳ ୧୦.୩୦ ରେ ଜଗତସିଂହପୁରର ଏରସମା-ବାଲିକୁଦାରେ ହିଟ୍ କରିଥିଲା ବାତ୍ୟା।ମହାବାତ୍ୟାରେ ସବୁଠୁ ବେଶୀ ପ୍ରଭାବିତ ହୋଇଥିଲା ଜଗତସିଂହପୁର ଜିଲ୍ଲାର ଏରସମା ବ୍ଲକ । ବାତ୍ୟାରେ ୨କିମି ପର୍ଯ୍ୟନ୍ତ ମାଡିଆସିଥିଲା ସମୁଦ୍ର ଜୁଆର । ଜୁଆର ପାଣିରେ ଭାସିଯାଇଥିଲା ହଜାର ହଜାର ନିରୀହଙ୍କ ଘର । ୩୬ଘଣ୍ଟାବାତ୍ୟାର ତାଣ୍ଡବରେ ଧ୍ବଂସ ହେଇଯାଇଥିଲା ଉପକୂଳ ଓଡିଶା । ଛାରଖାର ହୋଇଯାଇଥିଲା ଗାଁ ଗଣ୍ଡା ଓ ଘରଦ୍ୱାର।ଉପକୂଳ ଓଡିଶା ସମେତ ରାଜ୍ୟର ମୋଟ ୧୨୮ଟି ବ୍ଲକରେ ବ୍ୟାପକ କ୍ଷତି ଘଟାଇଥିଲା ବାତ୍ୟା । ଏଥିରେ ପ୍ରଭାବିତ ହୋଇଥିଲେ ପାଖାପାଖି ୨ କୋଟି ଲୋକ।ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ ଜିଲ୍ଲାରେ ବାସହରା ହୋଇ ପଡ଼ିଥିଲେ ଦେଢ ଲକ୍ଷରୁ ଅଧିକ । ଆଉ ଏଥିରେ ପ୍ରାଣ ହରାଇଥିଲେ ୧୦ ହଜାରରୁ ଅଧିକ ଲୋକ ।
What's Your Reaction?