ଆସନ୍ତାକାଲି ଅଗ୍ନି ନିରାପତ୍ତା ଏକ୍ସପୋ, ଓଡ଼ିଶାରେ ପ୍ରଥମ ଥର ହେବ ଆୟୋଜନ
ଆସନ୍ତାକାଲି ଅଗ୍ନି ନିରାପତ୍ତା ଏକ୍ସପୋ । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଅଗ୍ନି ନିରାପତ୍ତା ପ୍ରଦର୍ଶନୀ । ଆସନ୍ତା ୯ ତାରିଖରେ ଙୠଊଜଇ ଫାୟାର ଗ୍ରାଉଣ୍ଡରେ ଏକ୍ସପୋ ଅନୁଷ୍ଠିତ ହେବ ।
ଆସନ୍ତାକାଲି ଅଗ୍ନି ନିରାପତ୍ତା ଏକ୍ସପୋ । ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେବ ଅଗ୍ନି ନିରାପତ୍ତା ପ୍ରଦର୍ଶନୀ । ଆସନ୍ତା ୯ ତାରିଖରେ ଙୠଊଜଇ ଫାୟାର ଗ୍ରାଉଣ୍ଡରେ ଏକ୍ସପୋ ଅନୁଷ୍ଠିତ ହେବ । ଏଥିରେ ଦେଶର ବିଭିନ୍ନ ରାଜ୍ୟରୁ ୬୦ରୁ ଅଧିକ ଉଦ୍ୟୋଗୀ ଓ ଅଗ୍ନି ନିରାପତ୍ତା କ୍ଷେତ୍ରର ସଂସ୍ଥା ସାମିଲ ହେବେ । ଜନସାଧାରଣଙ୍କୁ ଅଗ୍ନି ନିରାପତ୍ତା ନେଇ ସଚେତନ କରିବା ଏହି ଏକ୍ସପୋର ମୁଖ୍ୟ ଉଦ୍ଦେଶ୍ୟ ।
ପ୍ରଦର୍ଶନୀରେ ଆଧୁନିକ ଅଗ୍ନି ନିରାପତ୍ତା ଯନ୍ତ୍ରପାତି, ପ୍ରଯୁକ୍ତି ଓ ସୁରକ୍ଷା ବ୍ୟବସ୍ଥା ପ୍ରଦର୍ଶିତ ହେବ । ଏଥିସହ ଓଡ଼ିଶାର ଅଗ୍ନି ନିରାପତ୍ତା କ୍ଷେତ୍ରର ଦକ୍ଷତାକୁ ଦେଶବିଦେଶରେ ପହଞ୍ଚାଇବା ସହ ବାହାର ରାଜ୍ୟର ନୂଆ ଜ୍ଞାନକୌଶଳ ସମ୍ପର୍କରେ ମଧ୍ୟ ଲୋକେ ଜାଣିପାରିବେ । ଆଗାମୀ ଦିନରେ ଏକ୍ସପୋକୁ ବଡ଼ ଆକାରରେ ଆୟୋଜନ କରି ୩୦୦ରୁ ଅଧିକ ଉଦ୍ୟୋଗୀଙ୍କୁ ସାମିଲ କରିବାକୁ ସଂଘ ଲକ୍ଷ୍ୟ ରଖିଛି ।
What's Your Reaction?