ସରକାରଙ୍କୁ କଡା ନିନ୍ଦା କଲେ ନବୀନ

Dec 10, 2024 - 14:44
 0  3
ସରକାରଙ୍କୁ କଡା ନିନ୍ଦା କଲେ ନବୀନ

ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନକୁ ନେଇ ଆଜି ସରକାରଙ୍କ ଉପରେ ବର୍ଷିଛନ୍ତି ବିରୋଧୀ ଦଳ ମୁଖ୍ୟ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, ମିଶନ ଶକ୍ତି ମହିଳାଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରିଛନ୍ତି ନୂଆ ସରକାର । ରାଜ୍ୟରେ ପାଖାପାଖି ୭୦ ଲକ୍ଷ ମହିଳା ମିଶନ ଶକ୍ତିରେ ଅଛନ୍ତି ସାମିଲ । ହେଲେ ସେମାନଙ୍କ ସ୍ବାର୍ଥକୁ ବାଧାଦେଇ ସେମାନଙ୍କ ଦରମା ବନ୍ଦ କରିବାକୁ ଷଡଯନ୍ତ୍ର କରିବା ଲଜ୍ଜାଜନକ । ମୁଁ ଏହାକୁ ନିନ୍ଦା କରୁଛି ବୋଲି କହିଛନ୍ତି ନବୀନ ପଟ୍ଟନାୟକ ।ଅନ୍ୟପକ୍ଷରେ ନବୀନଙ୍କ ପ୍ରଶ୍ନର ଦୃଢ଼ ଜବାବ ରଖିଛି ବିଜେପି।ଏନେଇ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ,ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଛଦ୍ମବେଶୀ। ଅସତ୍ୟ କହିବାରେ ପରାକାଷ୍ଠା ଦେଖାଇଛନ୍ତି ନବୀନ। ସରକାରରେ ଥିବା ବେଳେ ଯେମିତି ଥିଲେ, ଏବେ ବି ସେମିତି ଅଛନ୍ତି। ମହିଳା ମାନଙ୍କ ସହ ଥିଲୁ ଓ ମହିଳା ମାନଙ୍କ ସହ ଅଛୁ ବୋଲି ନବୀନ ବାବୁ କହୁଛନ୍ତି। ହେଲେ ନବୀନ ବାବୁ ଉତ୍ତର ଦେବେ କି ମମିତା, ବେବିନା, କୁନ୍ଦୁଲି ପୀଡ଼ିତା ମାନେ ଝିଅ ଥିଲେ କି ନାହିଁ? ସେମାନଙ୍କ ସହ ଥିଲେ କି ନାହିଁ ନବୀନ ବାବୁ?ଏମବିକେ, ସିଆରପି ମାନଙ୍କ ୮ମାସ ହେଲା ଦରମା ପାଇନାହାନ୍ତି କୁହାଯାଉଛି। ବିଜେପି ସରକାର ୫ ମାସ ହେଲା ସରକାରରେ ଆସିଛି। ତା’ ପୂର୍ବରୁ ୩ ମାସ କିଏ ସରକାରରେ ଥିଲା ବୋଲି ପ୍ରଶ୍ନ କରିଛନ୍ତି ଟଙ୍କଧର।ସେହିପରି ମିଶନଶକ୍ତି ମହିଳାଙ୍କ ଆନ୍ଦୋଳନକୁ ନେଇ ପୂର୍ବ ନବୀନ ସରକାରଙ୍କୁ ଏଥିପାଇଁ ଦାୟୀ କରିଛନ୍ତି ବିରୋଧୀ ଦଳ ବିଧାୟିକା ସୋଫିଆ ଫିଦୌସ ଓ ବିଜେପି ବିଧାୟିକା ଉପାସନା ଉପାସନା ମହାପାତ୍ର।

What's Your Reaction?

like

dislike

love

funny

angry

sad

wow