ଟ୍ରମ୍ପ ସରକାରରେ ଆଉ ଜଣେ ଭାରତୀୟ

Dec 10, 2024 - 12:17
 0  5
ଟ୍ରମ୍ପ ସରକାରରେ ଆଉ ଜଣେ ଭାରତୀୟ

ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ କ୍ୟାବିନେଟ୍‌ରେ ଆଉ ଜଣେ ଭାରତୀୟଙ୍କ ଆଗମନ। ଭାରତୀୟ ବଂଶୋଦ୍ଭବ ଆମେରିକାର ଓକିଲ ହରମିତ କେ ଧିଲୋନଙ୍କୁ ମିଳିଛି ବଡ଼ ଦାୟିତ୍ୱ। ସେ ନ୍ୟାୟ ବିଭାଗରେ ଆସିଷ୍ଟାଣ୍ଟ ଆଟର୍ଣ୍ଣି ଜେନେରାଲ ଭାବେ ହୋଇଛନ୍ତି ମନୋନୀତ । ଏନେଇ ଧିଲୋନଙ୍କୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି ଯେ,ଧିଲୋନ ଫ୍ରି ସ୍ପିଚ୍‌ ସନ୍ସରସିପ୍‌ ପାଇଁ ସ୍ୱର ଉତ୍ତୋଳନ କରୁଥିବାବେଳେ ଟେକ୍ କମ୍ପାନୀଗୁଡିକୁ କରିଥିଲେ ନିଶାଣ। ତାଙ୍କ ସହକର୍ମୀଙ୍କ ବିରୋଧରେ ଭେଦଭାବ କରୁଥିବା ନୀତି ପାଇଁ ସେ କର୍ପୋରେଟ୍ ବିରୋଧରେ ମଧ୍ୟ ଦାୟର କରିଥିଲେ ଏକ ଆଇନଗତ ମାମଲା।ଟ୍ରମ୍ପ ଆହୁରି କହିଛନ୍ତି ଯେ,'ଧିଲୋନ ଦେଶର ସର୍ବୋଚ୍ଚ ନିର୍ବାଚନ ଆଟର୍ଣ୍ଣିଙ୍କ ମଧ୍ୟରୁ ଅନ୍ୟତମ। ସେ ଶିଖ ସମ୍ପ୍ରଦାୟ ସହିତ ଜଡିତ। ନ୍ୟାୟ ବିଭାଗରେ ତାଙ୍କର ନୂତନ ଭୂମିକା ସହିତ ସେ ସାମ୍ବିଧାନିକ ଅଧିକାରର ସୁରକ୍ଷାକାରୀ ମଧ୍ୟ ହେବେ।

What's Your Reaction?

like

dislike

love

funny

angry

sad

wow