ଏସୀୟ କ୍ରୀଡ଼ା ସେଲିଂରେ ଭାରତକୁ ରୌପ୍ୟ, ପ୍ରିନ୍ସ-ମନୁଙ୍କ ଐତିହାସିକ ସଫଳତା
କେରଳର ପ୍ରିନ୍ସ ଓ ମନୁଙ୍କ ସେଲିଂ ଯାତ୍ରା ପିଲାବେଳୁ ଆରମ୍ଭ ହୋଇଥିଲା। ଦୁହେଁ ଭୋପାଳସ୍ଥିତ ଜାତୀୟ ସେଲିଂ ବିଦ୍ୟାଳୟରେ ଦୀର୍ଘଦିନ ଧରି ତାଲିମ ନେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଭାରତୀୟ ସେନାରେ ଯୋଗଦେଇଥିଲେ ମଧ୍ୟ ସେଲିଂ ପ୍ରତି ନିଜର ଅଭ୍ୟାସ ଓ ଲକ୍ଷ୍ୟକୁ ଜାରି ରଖିଥିଲେ।
ଚଳିତ ଏସୀୟ କ୍ରୀଡ଼ାରେ ସେଲିଂରୁ ଭାରତକୁ ମିଳିଛି ବଡ଼ ସଫଳତା। ଭାରତୀୟ ଯୋଡ଼ି ପ୍ରିନ୍ସ ନୋବେଲ ଓ ମନୁ ଫ୍ରାନ୍ସିସ୍ ପୁରୁଷ ସ୍କିଫ୍ ଇଭେଣ୍ଟ୍ରେ ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତିଛନ୍ତି। ଏସୀୟ କ୍ରୀଡ଼ାରେ ପ୍ରଥମ ଥର ପାଇଁ ଭାଗ ନେଇଥିବା ଏହି ଭାରତୀୟ ଯୋଡ଼ି ପଦକ ଜିତି ଦେଶ ପାଇଁ ଗୌରବ ଆଣିଛନ୍ତି।
ଆଇଚି-ନାଗୋୟା ସଂସ୍କରଣରେ ଏହା ଭାରତର ପ୍ରଥମ ସେଲିଂ ପଦକ। ପ୍ରତିଯୋଗିତାରେ ପ୍ରିନ୍ସ ଓ ମନୁ ଚୀନ୍ର ୱେନ୍ ଜାଇଦିଂ ଓ ଲିଉ ତିଆନ୍ଙ୍କ ପଛରେ ରହି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ। ଶେଷ ତଥା ନବମ ରେସ୍ରେ ଭାରତୀୟ ଯୋଡ଼ି ୨୩ ନେଟ୍ ପଏଣ୍ଟ୍ ସହ ହଂକଂ ପ୍ରତିଯୋଗୀଙ୍କୁ ପଛରେ ପକାଇ ରୌପ୍ୟ ପଦକ ନିଶ୍ଚିତ କରିଥିଲେ। ଅନ୍ୟପଟେ ଚୀନ୍ ଯୋଡ଼ି ୧୬ ପଏଣ୍ଟ୍ ସହ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।
କେରଳର ପ୍ରିନ୍ସ ଓ ମନୁଙ୍କ ସେଲିଂ ଯାତ୍ରା ପିଲାବେଳୁ ଆରମ୍ଭ ହୋଇଥିଲା। ଦୁହେଁ ଭୋପାଳସ୍ଥିତ ଜାତୀୟ ସେଲିଂ ବିଦ୍ୟାଳୟରେ ଦୀର୍ଘଦିନ ଧରି ତାଲିମ ନେଇଥିଲେ। ପରବର୍ତ୍ତୀ ସମୟରେ ସେମାନେ ଭାରତୀୟ ସେନାରେ ଯୋଗଦେଇଥିଲେ ମଧ୍ୟ ସେଲିଂ ପ୍ରତି ନିଜର ଅଭ୍ୟାସ ଓ ଲକ୍ଷ୍ୟକୁ ଜାରି ରଖିଥିଲେ।
ଏହା ପୂର୍ବରୁ ମଧ୍ୟ ପ୍ରିନ୍ସ ଓ ମନୁ ଆନ୍ତର୍ଜାତିକ ସ୍ତରରେ ଭାରତକୁ ସଫଳତା ଦେଇଛନ୍ତି। ଆବୁଧାବିରେ ଆୟୋଜିତ ଏସୀୟ ସେଲିଂ ପ୍ରତିଯୋଗିତାରେ ଏହି ଯୋଡ଼ି କାଂସ୍ୟ ପଦକ ଜିତିଥିଲେ। ଏବେ ଏସୀୟ କ୍ରୀଡ଼ାର ରୌପ୍ୟ ପଦକ ସେମାନଙ୍କ କ୍ୟାରିୟରରେ ଆଉ ଏକ ବଡ଼ ସଫଳତା ଯୋଡ଼ିଛି।
What's Your Reaction?