ଆଜି ହେଉଛି ବନ୍ଧୁତ୍ୱ ଦିବସ
ଆଜି ହେଉଛି ବନ୍ଧୁତ୍ୱ ଦିବସ। ଅଗଷ୍ଟ ମାସର ପ୍ରଥମ ରବିବାରକୁ ବିଶ୍ବରେ ଫ୍ରେଣ୍ଡସିପ ଡେ’ ବା ବନ୍ଧୁତ୍ୱ ଦିବସ ଭାବେ କରାଯାଇଥାଏ ପାଳନ । ପ୍ରେମ, ବିଶ୍ୱାସ ଓ ପରସ୍ପର ମଧ୍ୟରେ ଥିବା ସୁସମ୍ପର୍କର ବାର୍ତ୍ତା ଦେଇଥାଏ ଏହି ଦିବସ।ଯୁବପିଢିଙ୍କ ପାଇଁ ବହୁତ ଖାସ୍ ଦିନ ହୋଇଥିବାରୁ ଏହାକୁ ଆନନ୍ଦରେ ପାଳନ କରୁଛନ୍ତି ଯୁବବର୍ଗ । ତେବେ ଆମେରିକାରୁ ଆରମ୍ଭ ହୋଇଥିଲା ବନ୍ଧୁତ୍ୱ ଦିବସର ଇତିହାସ। ଜୀବନରେ ବନ୍ଧୁର ମହତ୍ତ୍ୱକୁ ଦୃଷ୍ଟିରେ ରଖି ଆମେରିକା କଂଗ୍ରେସରେ ୧୯୩୫ରେ ବନ୍ଧୁତ୍ୱ ଦିବସ ପାଳିବାକୁ କରାଯାଇଥିଲା ଘୋଷଣା । ଆମେରିକା କଂଗ୍ରେସର ଏହି ଘୋଷଣା ପରେ ବିଭିନ୍ନ ରାଷ୍ଟ୍ରରେ ପୃଥକ୍ ଦିନରେ ବନ୍ଧୁତ୍ୱ ଦିବସକୁ କରାଗଲା ପାଳନ।
What's Your Reaction?