ମିଆଁମାରରେ ନାଗା ଗୋଷ୍ଠୀ ଏନଏସସିଏନ-ଇଏଫର ମୁଖ୍ୟାଳୟ ଉପରେ ବଡ଼ ଧରଣର ଆକ୍ରମଣ

Oct 12, 2026 - 14:45
ମିଆଁମାରରେ ନାଗା ଗୋଷ୍ଠୀ ଏନଏସସିଏନ-ଇଏଫର ମୁଖ୍ୟାଳୟ ଉପରେ ବଡ଼ ଧରଣର ଆକ୍ରମଣ

ମିଆଁମାରରେ ନାଗା ସଶସ୍ତ୍ର ଗୋଷ୍ଠୀ ନାଗାଲାଣ୍ଡର ନ୍ୟାସନାଲ୍ ସୋସିଆଲିଷ୍ଟ କାଉନସିଲ୍(ଏନଏସସିଏନ-ଆଇଏମ)ରୁ ବିଚ୍ଛିନ୍ନ ହୋଇ ଏନଏସସିଏନ-ଇଏଫ ଭାବେ ନାମିତ ହୋଇଥିବା ସଂଗଠନର ମୁଖ୍ୟାଳୟ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି 

 ମିଆଁମାରରେ ନାଗା ସଶସ୍ତ୍ର ଗୋଷ୍ଠୀ ନାଗାଲାଣ୍ଡର ନ୍ୟାସନାଲ୍ ସୋସିଆଲିଷ୍ଟ କାଉନସିଲ୍(ଏନଏସସିଏନ-ଆଇଏମ)ରୁ ବିଚ୍ଛିନ୍ନ ହୋଇ ଏନଏସସିଏନ-ଇଏଫ ଭାବେ ନାମିତ ହୋଇଥିବା ସଂଗଠନର ମୁଖ୍ୟାଳୟ ଉପରେ ଡ୍ରୋନ୍ ଦ୍ୱାରା ଆକ୍ରମଣ କରାଯାଇଛି । ଆକ୍ରମଣରେ ଶିବିରର ବହୁ କ୍ଷୟକ୍ଷତି ଘଟିଛି। କିଛି ଲୋକ ଆହତ ହୋଇଛନ୍ତି। ମାଉଣ୍ଟ ହୋରେବ ଶିବିରରେ ୨୦ ଡ୍ରୋନ୍ ଦ୍ବାରା ଆକ୍ରମଣ କରାଯାଇ ୬୦ ବୋମା ମାଡ଼ କରାଯାଇଥିବା ସଂଗଠନ ଅଭିଯୋଗ କରିଛି। ବିସ୍ଫୋରଣ ହୋଇଥିଲା। କିଛି ବୋମା ମଝି ଆକାଶରେ ବିସ୍ଫୋରଣ ହୋଇଥିବାବେଳେ କେତେକ ଗଛ ଉପରେ ବିସ୍ଫୋରଣ ହୋଇଥିଲା।

 ଅନ୍ୟ କିଛି ବୋମା ଶିବିର ଉପରେ ମାଡ଼ କରାଯାଇଥିଲା। ମାଉଣ୍ଟ ହୋରେବକୁ ଏନଏସସିଏନ-ଇଏଫର ଏକ ଗଡ଼ ବୋଲି ବିବେଚନା କରାଯାଏ। ଆକ୍ରମଣ ସମୟରେ ଗୋଷ୍ଠୀର ବରିଷ୍ଠ ନେତା ମୁଖ୍ୟାଳୟରେ ନଥିଲେ ବୋଲି ଜଣାପଡ଼ିଛି। ଗୋଷ୍ଠୀ ପକ୍ଷରୁ ଆକ୍ରମଣକୁ ନିନ୍ଦା କରାଯାଇ ଏଥିପାଇଁ ଭାରତ ଦାୟୀ ବୋଲି ଅଭିଯୋଗ କରାଯାଇଛି। ଗୋଷ୍ଠୀ କହିଛି ଯେ, ଏହି ଆକ୍ରମଣ ଭାରତର ପ୍ରକ୍ସି ଯୁଦ୍ଧ ହୋଇପାରେ।
ଏନଏସସିଏନ-ଇଏଫ ଗଡ଼ ଉପରେ ଆକ୍ରମଣ ଗୌହାଟିରେ ଭାରତ ଏବଂ ମିଆଁମାର ମଧ୍ୟରେ ତୃତୀୟ ପ୍ରତିରକ୍ଷା ସହଯୋଗ ବୈଠକର ଚାରି ଦିନ ପରେ ହୋଇଛି। ଅକ୍ଟୋବର ୭ ତାରିଖରେ ଅନୁଷ୍ଠିତ ଏହି ବୈଠକଟି ଭାରତୀୟ ପ୍ରତିରକ୍ଷା ସଚିବ ରାଜେଶ କୁମାର ସିଂହ ଏବଂ ମିଆଁମାରର ସଶସ୍ତ୍ର ବାହିନୀ ତାଲିମ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ପିଆ ସନ୍ ଲିନଙ୍କ ସହ-ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଦ୍ୟମାନ ପ୍ରତିରକ୍ଷା ସହଯୋଗ ପଦକ୍ଷେପ ସମୀକ୍ଷା କରାଯାଇଥିଲା ଏବଂ ଆହୁରି ସହଯୋଗ ଏବଂ ପାରସ୍ପରିକ ସୁରକ୍ଷା ବିଷୟରେ ଆଲୋଚନା କରାଯାଇଥିଲା।

What's Your Reaction?

like

dislike

love

funny

angry

sad

wow