ଆଜି ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା।

ଆଜି ପବିତ୍ର ଅଶୋକାଷ୍ଟମୀ। ଆଜି ଅନୁଷ୍ଠିତ ହେବ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରା। ଏନେଇ ଚଳଚଞ୍ଚଳ ହୋଇଛି ଏକାମ୍ର କ୍ଷେତ୍ର। ଏଥିଲାଗି ଶେଷ ହୋଇଛି ସମସ୍ତ ପ୍ରକାର ପ୍ରସ୍ତୁତି। ପ୍ରାତଃ ୫ଟାରୁ ଆରମ୍ଭ ହୋଇଛି ନୀତିକାନ୍ତି । ସକାଳ ୫ଟାରୁ ୫ଟା୩୦ ମଧ୍ୟରେ ଅନୁଷ୍ଠିତ ହୋଇଛି ମଙ୍ଗଳ ଆରତି। ଏହାପରେ ଅନୁଷ୍ଠିତ ହୋଇଛି ସାହାଣ ମେଲା ଦର୍ଶନ। ପରେ ସରିଛି ରୋଷ ବା ପାକ୍ ପୂଜା ଏବଂ ଛାମୁ ପରିଷ୍କାର ନୀତି ସାରି ୭ରୁ ୮ଟା ମଧ୍ୟରେ ସରିଛି ମହାସ୍ନାନ ନୀତି।
What's Your Reaction?






