ବଦଳିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବର

Amid the tariff war, U.S. President Donald Trump changed his tone. Speaking about his relationship with Prime Minister Narendra Modi, Trump said, “Modi is a good friend of mine, and he will continue to remain a good friend. Modi is great, and he is a great Prime Minister. However, what he is doing right now is not correct. But the relationship between India and the U.S. is quite unique. There is no reason to worry about it.” Reacting to Trump’s praise, Prime Minister Modi said, “We sincerely appreciate President Trump’s sentiments and his positive assessment of our relationship. We fully support him. India and the United States have a very positive, visionary, comprehensive, and global strategic partnership.” Recently, during the SCO Summit, the whole world witnessed Modi’s closeness with Chinese President Xi Jinping and Russian President Vladimir Putin. Following this, Trump’s sudden statement about Modi has sparked intense discussions.

Sep 6, 2025 - 12:54
 0  16
ବଦଳିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବର

ଶୁଳ୍କ ଯୁଦ୍ଧ ମଧ୍ୟରେ ବଦଳିଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ବର ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସମ୍ପର୍କକୁ ନେଇ ଟ୍ରମ୍ପ କହିଛନ୍ତି ଯେ,ମୋଦୀ ମୋର ଜଣେ ଭଲ ବନ୍ଧୁ,ଆଗକୁ ମଧ୍ୟ ଭଲ ବନ୍ଧୁ ହୋଇ ରହିବେ । ମୋଦୀ ମହାନ , ଆଉ ସେ ଜଣେ ମହାନ ପ୍ରଧାନମନ୍ତ୍ରୀ । ହେଲେ ସେ ବର୍ତ୍ତମାନ ସମୟରେ ଯାହା କରୁଛନ୍ତି, ତାହା ଠିକ୍ ନୁହଁ । କିନ୍ତୁ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ବେଶ୍ ସ୍ବତନ୍ତ୍ର । ଏହାକୁ ନେଇ ଚିନ୍ତା କରିବାର କୌଣସି କାରଣ ନାହିଁ । ଟ୍ରମ୍ପଙ୍କ ପ୍ରଶଂସା ଉପରେ ପ୍ରଧାନମନ୍ତ୍ରୀ ମୋଦି ପ୍ରତିକ୍ରିୟା ଦେଇ କହିଛନ୍ତି ଯେ,ଆମେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଭାବନା ଏବଂ ଆମ ସମ୍ପର୍କର ସକାରାତ୍ମକ ମୂଲ୍ୟାଙ୍କନକୁ ହୃଦୟର ସହିତ ପ୍ରଶଂସା କରୁଛୁ । ତାଙ୍କୁ ପୂର୍ଣ୍ଣ ସମର୍ଥନ କରୁଛୁ। ଭାରତ ଏବଂ ଆମେରିକାର ଏକ ଅତ୍ୟନ୍ତ ସକାରାତ୍ମକ ,ଦୂରଦୃଷ୍ଟିସମ୍ପନ୍ନ ବ୍ୟାପକ ଏବଂ ବିଶ୍ୱ ରଣନୈତିକ ସହଭାଗୀତା ଅଛି।ତେବେ ନିକଟରେ ଏସ୍‌ସିଓ ସମ୍ମିଳନୀରେ ମୋଦୀଙ୍କ ସହ ଚୀନ୍ ରାଷ୍ଟ୍ରପତି ଜିନ୍‌ପିଙ୍ଗ୍ ଓ ରୁଷ୍ ରାଷ୍ଟ୍ରପତି ପୁଟିନ୍‌ଙ୍କ ସହ ଘନିଷ୍ଠତା ଦେଖିଥିଲା ସାରା ବିଶ୍ବ । ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ଟ୍ରମ୍ପଙ୍କ ହଠାତ୍ ଏପରି ବୟାନ ବଢ଼ାଇଛି ଚର୍ଚ୍ଚା । 


What's Your Reaction?

like

dislike

love

funny

angry

sad

wow