ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗ

ହ୍ବାଇଟ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭବ୍ୟ ସ୍ବାଗତ। ଦୁଇ ନେତାଙ୍କ ମଧ୍ୟରେ ବାଣିଜ୍ୟିକ ସମ୍ପର୍କ, ବେଆଇନ ଅନୁପ୍ରବେଶକାରୀଙ୍କ ସମସ୍ୟା ସମେତ ବିଭିନ୍ନ ପ୍ରସଙ୍ଗରେ ହୋଇଛି ଆଲୋଚନା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ବନ୍ଧୁ ବୋଲି ସମ୍ବୋଧନ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଆମେରିକା ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବାରୁ ମୋଦି ତାଙ୍କୁ ଜଣାଇଛନ୍ତି ଶୁଭେଚ୍ଛା । ବିସ୍ତୃତ ଆଲୋଚନା ପୂର୍ବରୁ ଦୁଇ ନେତା କରିଥିଲେ ଏକ ସାମ୍ବାଦିକ ସମ୍ମିଳନୀ, ଯେଉଁଥିରେ ସେମାନେ ବିଭିନ୍ନ ପ୍ରସଙ୍ଗରେ ଦେଇଥିଲେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ।ଏହି ଅବସରରେ ମୋଦୀ କହିଛନ୍ତି, ଭାରତରେ ମୋତେ ତୃତୀୟ ଥର ପାଇଁ ସରକାର ଚଳାଇବା ପାଇଁ ଜନାଦେଶ ମିଳିଛି । ଆମେ ସମାନ ଉତ୍ସାହର ସହିତ ମିଳିତ ଭାବେ କରିବୁ କାର୍ଯ୍ୟ।
What's Your Reaction?






