ବିବାହ ବନ୍ଧନରେ ବାନ୍ଧି ହେଲେ ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ

ବିବାହ ବନ୍ଧନରେ ବାନ୍ଧି ହେଲେ  ଓଲିଉଡ ଅଭିନେତ୍ରୀ ଏଲିନା ସାମନ୍ତରାୟ

 ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଓଲିଉଡର ଚୁଲବୁଲି ନାୟିକା ଏଲିନା ସାମନ୍ତରାୟ। ଲମ୍ବା ସମୟ ଧରି ପ୍ରେମିକ ଅନୁରାଗଙ୍କ ସହିତ ସମ୍ପର୍କରେ ରହିବା ପରେ ନଭେମ୍ବର ୧୭ ତାରିଖ ରବିବାର ଇଣ୍ଡୋନେସିଆ ବାଲିର ଏକ ହୋଟେଲରେ ବିଧିବଦ୍ଧ ଭାବେ ବିବାହ କରିଛନ୍ତି। ଏହି ବିବାହ ଉତ୍ସବରେ ଦୁଇ ପରିବାରର ନିକଟସ୍ଥ ସମ୍ପର୍କୀୟ ରହିଥିଲେ ଉପସ୍ଥିତ। ପୂର୍ବରୁ ଏଲିନାଙ୍କ ସହିତ ଇଣ୍ଡଷ୍ଟ୍ରିର ବହୁ ଅଭିନେତାଙ୍କ ନାମ ଯୋଡ଼ା ଯାଉଥିଲା ବେଳେ ଏବେ ହଠାତ୍ ଅନୁରାଗଙ୍କ ସହିତ ବିବାହ ଖବର ଦେଇ ଏଲିନା ସମସ୍ତଙ୍କୁ କରିଦେଇଛନ୍ତି ଚକିତ।ଏଲିନା ଏକ ଘରୋଇ ଚ୍ୟାନେଲର ରିଆଲିଟି ଶୋ’ରୁ ବିଜେତା ହୋଇ ୨୦୧୫ ରେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ। ତାଙ୍କର ପ୍ରଥମ ଚଳଚ୍ଚିତ୍ର ‘ଇସ୍କ ତୁ ହି ତୁ ଚଳଚ୍ଚିତ୍ରରୁ ତାଙ୍କର ଅଭିନୟ ଆରମ୍ଭ କରିଥିଲେ।