ରାଶିଫଳ

ରାଶିଫଳ
ମେଷ
 ଅର୍ଥ, ସମ୍ମାନ ଲାଭ ସାଙ୍ଗକୁ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ଆତ୍ମୀୟସ୍ବଜନ ସୁବିଧାବାଦୀ ଭଳି କାମ କଲେ ମଧ୍ୟ ଆପଣଙ୍କୁ କିଛି ଫରକ ପଡ଼ିବ ନାହିଁ। ସାମାଜିକ କାର୍ଯ୍ୟ କିମ୍ବା ଧର୍ମାନୁଷ୍ଠାନ ଦିଗରେ ଆଗ୍ରହ ପ୍ରକାଶ କରିପାରନ୍ତି।
ବୃଷ
 କିନ୍ତୁ ନିର୍ମାଣକାର୍ଯ୍ୟ ସମ୍ପୂର୍ଣ୍ଣ ହେବା କଷ୍ଟକର ହେବ। ସନ୍ତାନଙ୍କ ଶିକ୍ଷା, ପରୀକ୍ଷାରେ ଆଶାନୁରୂପ ଫଳ ଲାଭର କ୍ଷୀଣ ଆଶା ଚିନ୍ତାକରି ବ୍ୟଥିତ ହେବେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ବନ୍ଧୁଙ୍କ ଆଲୋଚନା କେତେକାଂଶରେ ଭଲ ରହିବ।
ମିଥୁନ
କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‍ ଦେବାକୁ ପଡ଼ିପାରେ। ସଭାସମିତି, ଆଇନ ଅଦାଲତ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। ତୀର୍ଥାଟନାଦି ଦିଗରେ ମାନସିକ ପ୍ରସ୍ତୁତି ଚଳାଇବେ।
କର୍କଟ
 ଅବଶ୍ୟ ଆନୁଷଙ୍ଗିକ ଅନୁକୂଳ ପରିବେଶ ମଧ୍ୟରେ ଇପ୍ସିତ ଦ୍ରବ୍ୟଲାଭ କରିବେ। ଖର୍ଚ୍ଚାନ୍ତ ହେଲେ ମଧ୍ୟ ସୁଯୋଗର ସଦ୍‍ବ୍ୟବହାରରେ ଅସୁବିଧା ହେବନାହିଁ। ସ୍ତ୍ରୀଙ୍କ ପରାମର୍ଶ ନେଇ କାଯର୍‍ୟ କଲେ ବିଶେଷ ଭାବରେ ଉପକୃତ ହୋଇପାରନ୍ତି।
ସି˚ହ
ବ୍ୟବସାୟିକ ଦୃଷ୍ଟିକୋଣରୁ କିଣା ବିକାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସଭାସମିତିରେ ଆପଣଙ୍କ କାର୍ଯ୍ୟଦକ୍ଷତା ବନ୍ଧୁବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେବ। ଅବହେଳାରୁ କର୍ମକ୍ଷେତ୍ରରେ ଅନ୍ୟକୁ କୈଫିୟତ୍‍ ଦେବାକୁ ପଡ଼ିପାରେ।
କନ୍ୟା

ରାଶିରେ କବନ୍ଧଗ୍ରହ କେତୁ ହେତୁ ସ୍ବାସ୍ଥ୍ୟ, ଶତ୍ରୁତା, ବିବାଦ କ୍ଷେତ୍ରରେ ଖର୍ଚ୍ଚାନ୍ତ ହେବେ। ଜମା ଟଙ୍କାରୁ କିମ୍ବା ବ୍ୟାଙ୍କସୂତ୍ରରୁ ଅଥବା ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ରହିଛି। ଅସୁବିଧା କ୍ଷେତ୍ରରେ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବାର ସୁଯୋଗ ପାଇବେ। ମାନସିକ ଅସ୍ଥିରତା ମଧ୍ୟରେ ନିଜକୁ ନିୟନ୍ତ୍ରଣରେ ରଖିବାରେ ସମର୍ଥ ହେବେ।
ତୁଳା

କର୍ମାଧିପ ନିଜ ଭାବରୁ ଅଷ୍ଟମସ୍ଥ ହୋଇଥିବାରୁ କାମ ଶୃଙ୍ଖଳିତ ହୋଇ ନ ପାରେ। ଅବଶ୍ୟ ସ୍ବାତୀ ନକ୍ଷତ୍ର ସାମାନ୍ୟ ବିଳମ୍ବିତ ସମୟରେ ଲକ୍ଷ୍ୟ ହାସଲ କରି ଉପକୃତ ହୋଇପାରନ୍ତି। ବନ୍ଧୁଙ୍କ ସହାୟତା ନେଇ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଆନୁଷ୍ଠାନିକ କାମ ପରିସରରେ ମିତ୍ରତାର ବନ୍ଧନରେ ଆବଦ୍ଧ ହେବେ।
ବିଛା
ମଙ୍ଗଳ ଅଷ୍ଟମ ଭାଗରେ ଥିବାରୁ ଭାବିଚିନ୍ତି କଥା ନ କହିଲେ ଓଲଟା ବୁଝାମଣା ଅନର୍ଥ ସୃଷ୍ଟିକରିବ। ଆଜିହିଁ ସମ୍ପନ୍ନ କରିବାକୁ ଭାବୁଥିବା କାମଟିକୁ ଶେଷ କରିପାରିବେନି। ବ୍ୟବସାୟରେ ଉନ୍ନତି କରିବେ କିନ୍ତୁ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତତା ବୃଦ୍ଧି ପାଇବ। 
ଧନୁ
 ଆକସ୍ମିକ ଭାବରେ ସ୍ଥାନାନ୍ତର କିମ୍ବା ନୂତନ କର୍ମସସ୍ଥାନ ପାଇଁ ମନ ବଳାଇବେ। ପରିବାରର ସହମତିରେ କାମ କଲେ ଆଶା ପୂରଣ ହେବ। କିନ୍ତୁ ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମକର
ଯେତେ ଚେଷ୍ଟା କଲେ ମଧ୍ୟ କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତାପ୍ରକଟ କରିପାରନ୍ତି। କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ।
କୁମ୍ଭ
ପରିବାରରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ବନ୍ଧୁଙ୍କୁ ଦେଇଥିବା ଜିନିଷ ଠିକ୍‍ ସମୟରେ ନ ପାଇ ବ୍ୟସ୍ତତା ଅନୁଭବ କରିପାରନ୍ତି। ପାରିବାରିକ କ୍ଷେତ୍ର ବୁଝାମଣା ମାଧ୍ୟମରେ ଶୃଙ୍ଖଳିତ ହେବ ା
ମୀନ
 କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ। ପୂର୍ବପରିକଳ୍ପିତ ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ।