ରାଶିଫଳ

Dec 7, 2024 - 11:33
 0  5
ରାଶିଫଳ
ମେଷ
ଅଭାବ ରହିବ ନାହିଁ କିନ୍ତୁ ଅଯଥା ଆଶଙ୍କା କରି ମନ ଅସ୍ଥିର ରହିବ। ସାମାନ୍ୟ ବିଳମ୍ବିତ ସମୟରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିପାରନ୍ତି।
ବୃଷ
 କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଓ ପ୍ରାଧାନ୍ୟ ଦେଇ ପ୍ରଶଂସିତ ହେବେ। କିନ୍ତୁ ଏହାସାଙ୍ଗକୁ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ।
ମିଥୁନ
 ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ସାମାଜିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
କର୍କଟ
ବଳବାନ୍‍ ଶନିଙ୍କ ପ୍ରଭାବରୁ ସାଂଗଠନିକ କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଭଲ କାମ କଲେ ମଧ୍ୟ ଆତ୍ମୀୟଙ୍କ ସମାଲୋଚନାର ପାତ୍ର ହେବେ। ଆଜିର ଯାତ୍ରା,ବାଣିଜ୍ୟ, ଆନୁଷ୍ଠାନିକ କାମ ସକାଶେ ଦିନଟି ବହୁତ ଭଲ ରହିବ।
ସି˚ହ
 ଯାନ୍ତ୍ରିକ ତ୍ରୁଟି ଯୋଗୁ ଲକ୍ଷ୍ୟସ୍ଥଳରେ ପହଞ୍ଚତ୍ବାରେ ବିଳମ୍ବ ହେବ। ଗତକାଲିର ଯୋଜନା ଠିକ୍‍ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ।
କନ୍ୟା

ଦ୍ୱାଦଶସ୍ଥ ମଙ୍ଗଳ ଯୋଗୁ ଆଜି ଯାତ୍ରା ସମୟରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ଆଲୋଚନା ପରିସରରେ କମ୍‍ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିପାରିବେ। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‍ ଦେବାକୁ ପଡ଼ିପାରେ। କାମରେ ବିଫଳତା ଦେଖି ନିକଟ ସମ୍ପର୍କୀୟମାନଙ୍କ ଦ୍ୱାରା ଉପହସିତ ହେବାକୁ ପଡ଼ିପାରେ।
ତୁଳା

କର୍ମ କ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଶନିଙ୍କ ଯୋଗୁ ପିଲାମାନଙ୍କ କଳହକୁ କେନ୍ଦ୍ରକରି ଓ ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ଯାତ୍ରା, ବାଣିଜ୍ୟ, ସଭାସମିତି, ପ୍ରଶାସନ ତଥା ଭ୍ରମଣ, ରାଜନୀତି,ପ୍ରଶାସନ ପାଇଁ ଭଲ। ପାରିବାରିକ ଜୀବନରେ ଅସହିଷ୍ଣୁତା ଅଶାନ୍ତିର କାରଣ ହୋଇପାରେ।
ବିଛା
କେନ୍ଦ୍ରସ୍ଥ ଚନ୍ଦ୍ର ହେତୁ ଦୀର୍ଘଦିନରୁ ରହିଥିବା ଅବସୋସ ଆଜି ପୂର୍ଣ୍ଣତା ଲାଭ କରିବାରୁ ଖୁସି ଅନୁଭବ କରିବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
ଧନୁ
 ରାହୁଙ୍କ ପ୍ରଭାବରେ ସବୁ କାମରେ ପଛୁଆ ହେତୁ ନିଜକୁ ଅପାରଗ ମନେକରିବେ। ଯେତେ ପାଇଲେ ମଧ୍ୟ ମନରେ ସନ୍ତୋଷ ଆସିବ ନାହିଁ। ଘର ସାଜସଜ୍ଜାରେ ସମୟ ଅତିବାହିତ କରିବେ ଏବଂ ଅପରାହ୍ନରେ ଶୁଭ ଖବର ପାଇବେ।
ମକର
ପାରିବାରିକ ସମସ୍ୟା ସମାଧାନରେ ସମ୍ପର୍କୀୟା ମହିଳାଙ୍କ ଦ୍ୱାରା କାମ ହାସଲ କରାଇନେବେ। ନୂତନ କର୍ମସସ୍ଥାନ ପାଇଁ ମନ ବଳିବା ସାଙ୍ଗକୁ ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ। ବକ୍ରି ମଙ୍ଗଳଙ୍କ ଯୋଗୁ ପିଲାଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। 
କୁମ୍ଭ
ଶନିଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବେ। ବନ୍ଧୁଙ୍କ ସମ୍ପର୍କରେ କୌଣସି ଘଟଣା ବିବ୍ରତ କରିପାରେ। ଆଲୋଚନାରେ କିମ୍ବା ସଭାସମିତିରେ ଯୁକ୍ତିତର୍କ କରି ପରିସ୍ଥିତିକୁ ଜଟିଳ କରିପାରନ୍ତି।
ମୀନ
 ଶିଳ୍ପ, ବାଣିଜ୍ୟ, ରାଜନୀତି ଓ କୁଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ। ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡ଼ିପାରେ। ମଙ୍ଗଳଙ୍କ ଦୁର୍ବଳତା କାରଣରୁ ଅର୍ଥହାନି ଓ ଅଭାବ ଯୋଗୁ ଚିନ୍ତିତ ରହିପାରନ୍ତି।

What's Your Reaction?

like

dislike

love

funny

angry

sad

wow