ରାଶିଫଳ

Jun 27, 2024 - 11:49
 0  5
ରାଶିଫଳ

ମେଷ: ଆର୍ଥିକ ଲାଭ ଓ ଉନ୍ନତିର ସମ୍ଭାବନା ରହିଛି । ଅଟକିରହିଥିବା ଅର୍ଥର ପୁନରାବର୍ତ୍ତନ ଅସମ୍ଭବ ନୁହେଁ । ବନ୍ଧୁ-ପରିଜନରେ ଆନନ୍ଦ ଉପଭୋଗ କରିବାର ସୁଯୋଗ ମିଳିପାରେ । ନିଜର ବୁଦ୍ଧିବଳ ଉପରେ ନିର୍ଭର କଲେ ଅନେକ ସମସ୍ୟାରୁ ମୁକ୍ତି ପାଇବେ । ବୈବାହିକ ଜୀବନ ସ୍ୱାଭାବିକ ହେବ ।

ବୃଷ:  ଈପ୍ସିତ ଲକ୍ଷ୍ୟ ହାସଲ କରିବାର ସମ୍ଭାବନା ଅଛି । ଯଦି ଆପଣ କିଛି ନୂଆ କରିବାକୁ ଯୋଜନା କରୁଛନ୍ତି, ତେବେ ଏହା ଉପଯୁକ୍ତ ସମୟ । ଆପଣଙ୍କର ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ । ଯଦି ଆପଣ ଜଣେ ମହିଳା, ଏହି ସମୟରେ ଗର୍ଭଧାରଣ ନ କରିବାକୁ ବିଶେଷ ଧ୍ୟାନ ଦିଅନ୍ତୁ । ସ୍ୱାସ୍ଥ୍ୟ ଭଲ ରହିବ । 

ମିଥୁନ: ଅସୁସ୍ଥତା, ମାନସିକ ଅବସାଦ, ବିଷମ ପରିସ୍ଥିତି ଓ ଆର୍ଥିକ ସମସ୍ୟା ଭିତରଦେଇ ଗତି କରିବାକୁ ପଡ଼ିପାରେ ।  ପେଟ ଗୋଳମାଳ ସହ ପାଗ ପରିବର୍ତ୍ତନଜନିତ ସମସ୍ୟା ଦେଖାଦେଇପାରେ ।ହୁଏତ ସେମାନେ ଆପଣଙ୍କଠାରୁ ଦୂରେଇ ଯାଇପାରନ୍ତି । ଇଷ୍ଟମନନଶୀଳ ରହନ୍ତୁ, ସବୁ ପ୍ରକାର ଦୁସ୍ଥିତିରୁ ନିଷ୍କୃତି ପାଇପାରିବେ ।

କର୍କଟ:  କଳହ, ବିବାଦ, ଦୂରଯାତ୍ରା, ମାଲିମକଦ୍ଦମାରୁ ଦୂରରେ ରହନ୍ତୁ । ଦୁଃଖଦ ଘଟଣା ଏବଂ ବିପଦ ମଧ୍ୟ ଦେଖାଦେଇପାରେ । ପ୍ରାପ୍ୟ ଟଙ୍କା ଫେରିପାଇବାରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ଏବଂ ଲାଭଜନକ ଭଲ କାମ ବନ୍ଦ କରିବାକୁ ପଡ଼ିପାରେ ।  ସ୍ୱାସ୍ଥ୍ୟ ପ୍ରତି ସତର୍କ ରୁହନ୍ତୁ କାରଣ ହଜମ ପ୍ରକ୍ରିୟା ଏବଂ ଶ୍ୱାସକ୍ରିୟାରେ ସମସ୍ୟା ଦେଖାଦେଇପାରେ ।

ସିଂହ: ସୁଖସମ୍ପଦ, ବନ୍ଧୁମିଳନ, ଅତିଥିସେବା, ବ୍ୟବସାୟିକ ଉନ୍ନତି ଆଦି ଯୋଗ ଅଛି । ଯେକୌଣସି ସୂତ୍ରରୁ ଅର୍ଥପ୍ରାପ୍ତି ଘଟିପାରେ । ଯଦି ଆପଣ ଏକ ଗାଡି କିଣିବାକୁ ଚିନ୍ତା କରୁଛନ୍ତି ତେବେ ଏହା ହେଉଛି ଉପଯୁକ୍ତ ସମୟ ।  ପିଲାମାନେ ସୁଖସନ୍ତୋଷ ବୃଦ୍ଧି କରିବେ । ମାନସିକ ଶାନ୍ତି ପୁନଃସ୍ଥାପିତ ହେବ ।

କନ୍ୟା: ରୋଗମୁକ୍ତି, ଋଣ ସୂତ୍ରରେ ବା ବକେୟା ଅର୍ଥ ପ୍ରାପ୍ତି ଆଦି ଘଟିପାରେ । ନିଜ କତିତ୍ୱ ପାଇଁ ସମ୍ମାନ ଏବଂ ସ୍ୱୀକୃତି ପାଇପାରନ୍ତି । ଆପଣ ଶତ୍ରୁମାନଙ୍କୁ ପରାସ୍ତ କରିବେ, ନୂତନ ବନ୍ଧୁ ସୃଷ୍ଟି କରିବେ । ସ୍ୱାସ୍ଥ୍ୟ ଭଲ ରହିବ । ମୋଟ ଉପରେ ଦିନଟି ଆପଣ ହସଖୁସି ଭିତରେ କଟାଇବାର ସମ୍ଭାବନା ରହିଛି ।

ତୁଳା:  ଉତ୍ତମ ବ୍ୟବହାର ଓ ସହନଶୀଳତା ବଳରେ କେତେକ ନକାରାତ୍ମକ ସ୍ଥିତିକୁ ଏଡ଼ାଇପାରିବେ । ଯଦି ଆପଣ ଜଣେ ବ୍ୟବସାୟୀ ତେବେ କାରବାରରେ ସଚ୍ଚୋଟତା ଅବଲମ୍ବନ କରନ୍ତୁ । ଦୂରଯାତ୍ରା ବା ବିଦେଶ ଯାତ୍ରା ଯୋଜନା ସ୍ଥଗିତ ରଖନ୍ତୁ । ଆର୍ଥିକ ଦୃଷ୍ଟିରୁ ସମୟ ଟିକିଏ କଷ୍ଟକର ହୋଇପାରେ ।

ବିଛା:  ପେଟ ବ୍ୟଥା ଏବଂ ଛାତି ଅସ୍ୱାଭାବିକତା ଭଳି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ମାନସିକ ଅବସାଦଠାରୁ ଦୂରରେ ରହନ୍ତୁ । ଆତ୍ମବିଶ୍ୱାସ ହରାନ୍ତୁ ନାହିଁ । ଆର୍ଥିକ ଦୃଷ୍ଟିରୁ ଏହା ଏକ କଷ୍ଟକର ସମୟ ।  ଅନିୟନ୍ତ୍ରିତ କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ । କାରଣ ଏହା କୌଣସି ସମସ୍ୟାର ସମାଧାନ ନୁହେଁ ବରଂ ସମସ୍ୟା ବୃଦ୍ଧିକାରକ ।


ଧନୁ: ବ୍ୟବସାୟରେ ଆର୍ଥିକ ଲାଭ ଆଶା କରିପାରନ୍ତି । ପରିବାରରେ ହସଖୁସିର ବାତାବରଣ ଦେଖାଦେଇପାରେ । ଆପଣ ସମ୍ମୁଖୀନ ହେଉଥିବା ପ୍ରତ୍ୟେକ ପରିସ୍ଥିତି ଏବଂ କରାଯାଇଥିବା ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଖୁସି ଦେବ । ମୋଟାମୋଟି ଭାବେ ଦିନଟି ଆପଣଙ୍କର ବେଶ୍ ଭଲରେ କଟିବ ।

ମକର:  ଶୁଭ କର୍ମର ଶୁଭ ଓ ଅଶୁଭ କର୍ମର ଅଶୁଭ ଫଳ ନିଜ ଉଦ୍ୟମ ଅନୁଯାୟୀ ମିଳିବ ।କିଛି ବିନିଯୋଗ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିପାରନ୍ତି । ପିତୃତୁଲ୍ୟ ବ୍ୟକ୍ତିଙ୍କ ସମର୍ଥନ ଆପଣଙ୍କ ପାଇଁ ଲାଭଦାୟୀ ହେବ । ଧ÷ର୍ଯ୍ୟ ସହିତ କାମ କରିବାର ଆବଶ୍ୟକତା ଅଛି । ବ୍ୟବସାୟ ଦୃଷ୍ଟିକୋଣରୁ ସମୟ ଭଲରେ ଚାଲିଛି ।

କୁମ୍ଭ:  ଘନିଷ୍ଠ ବନ୍ଧୁ ଏବଂ ପରିଚିତମାନେ ସାକ୍ଷାତ କରିବେ । ଦାମ୍ପତ୍ୟ ଜୀବନରେ ଆନନ୍ଦ ମିଳିବ । ସୁସ୍ଥତା ଅନୁଭବ କରିବେ । ତଥାପି ନିଜ ଭାବନା ପ୍ରତି ଅତ୍ୟଧିକ ସମ୍ବେଦନଶୀଳ ନହେବାକୁ ଚେଷ୍ଟା କରନ୍ତୁ । ପୁରୁଣା ଋଣ, ଅର୍ଥନୈତିକ ଲକ୍ଷ୍ୟ ଏବଂ କାର୍ଯ୍ୟରେ ମଧ୍ୟ ଅଗ୍ରଗତି ହୋଇପାରେ ।

ମୀନ: ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାବେଳେ ବିଶେଷ ଭାବରେ ସଜାଗ ରହିବା ଉଚିତ । ନିଜର ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ପରିସ୍ଥିତିକୁ ଭଲଭାବେ ଅନୁଧ୍ୟାନ କରନ୍ତୁ । ସମ୍ପର୍କୀୟମାନଙ୍କ ସହିତ କୌଣସି ପ୍ରକାର ବୃଥା ଶତ୍ରୁତା ସୃଷ୍ଟି କରନ୍ତୁ ନାହିଁ । ଆପଣଙ୍କର ସମ୍ମାନ ଏବଂ ପ୍ରତିଷ୍ଠା ବଜାୟ ରଖିବା ପାଇଁ ବିଶେଷ ଯତ୍ନ ନେବାକୁ ପଡିପାରେ ।

What's Your Reaction?

like

dislike

love

funny

angry

sad

wow