ଆସନ୍ତା ସେପ୍ଟେମ୍ବର ୬ରେ ରିଲିଜ୍‌ ହେବ କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନ୍ସି’

Jun 27, 2024 - 11:54
 0  2
ଆସନ୍ତା ସେପ୍ଟେମ୍ବର ୬ରେ ରିଲିଜ୍‌ ହେବ କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନ୍ସି’

ବଲିଉଡ୍‌ ଅଭିନେତ୍ରୀ ତଥା ହିମାଚଳ ପ୍ରଦେଶରରୁ ନବନିର୍ବାଚିତ ଏମ୍‌ପି କଙ୍ଗନା ରାଣାଓ୍ବତଙ୍କ ଅଭିନୀତ ଫିଲ୍ମ ‘ଏମର୍ଜେନ୍ସି’ ଆସନ୍ତା ସେପ୍ଟେମ୍ବର ୬ରେ ରିଲିଜ୍‌ ହେବା ନେଇ ଫିଲ୍ମ ନିର୍ମାତାଙ୍କ ପକ୍ଷରୁ ମଙ୍ଗଳବାର କରାଯାଇଛି ଘୋଷଣା। ଅଷ୍ଟାଦଶ ଲୋକ ସଭାର ପ୍ରଥମ ଦିନରେ କଙ୍ଗନା ଏମ୍‌ପି ଭାବେ ଶପଥ ନେବାର ଗୋଟିଏ ଦିନ ପରେ କରାଯାଇଛି ଏହି ଘୋଷଣା। ପୂର୍ବରୁ ଏହି ପଲିଟିକାଲ ଡ୍ରାମା ଫିଲ୍ମର ରିଲିଜ୍‌ ଡେଟ୍‌କୁ ଅନେକବାର ସ୍ଥଗିତ ରଖାଯାଇଥିଲା। କଙ୍ଗନା ଏହି ଫିଲ୍ମରେ ଅଭିନୟ କରିବା ସହ ଏହାର ନିର୍ଦ୍ଦେଶନା ଓ ପ୍ରଯୋଜନା ମଧ୍ୟ ଦେଇଛନ୍ତି। ଫିଲ୍ମରେ ସେ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି। ଫିଲ୍ମ ରିଲିଜ୍‌ ନେଇ ଘୋଷଣା କରିବାବେଳେ ଏମର୍ଜେନ୍ସିର ସମୟକୁ ସ୍ବାଧୀନ ଭାରତର କଳା ଅଧ୍ୟାୟ ରୂପେ ସେ ବର୍ଣ୍ଣନା କରିଛନ୍ତି। ଏହି ଫିଲ୍ମରେ କଙ୍ଗନାଙ୍କ ସହ ଅଭିନେତା ଅନୁପମ ଖେର, ଶ୍ରେୟାସ ତଲପଡ଼େ, ମିଲିନ୍ଦ ସୋମନ, ସ୍ବର୍ଗତ ସତୀଶ କୌଶିକ ଓ ଅଭିନେତ୍ରୀ ମହିମା ଚୌଧୁରୀ ବିଭିନ୍ନ ଚରିତ୍ରରେ ଅଭିନୟ କରିଛନ୍ତି। ଜି ଷ୍ଟୁଡିଓଜ୍‌ ଓ କଙ୍ଗନାଙ୍କ ମଣିକର୍ଣ୍ଣିକା ଫିଲ୍ମସ୍‌ ବ୍ୟାନରରେ ଏହି ଚଳଚ୍ଚିତ୍ରର ନିର୍ମାଣ କରାଯାଇଛି।

What's Your Reaction?

like

dislike

love

funny

angry

sad

wow