ଶୁକ୍ରବାର ରିଲିଜ୍‌: ଟିକେ ଟିକେ ଅଚିହ୍ନା ତୁ

Jun 7, 2024 - 11:56
 0  5
ଶୁକ୍ରବାର ରିଲିଜ୍‌: ଟିକେ ଟିକେ ଅଚିହ୍ନା ତୁ

ଆଗକୁ ଆସୁଛି ଓଡ଼ିଶାର ଗଣପର୍ବ ରଜ। ରଜ ପୂର୍ବରୁ ଆସନ୍ତାକାଲି ଶୁକ୍ରବାର ରିଲିଜ୍‌ ହେବାକୁ ଯାଉଛି ଓଡ଼ିଆ ଚଳଚ୍ଚିତ୍ର ‘ଟିକେ ଟିକେ ଅଚିହ୍ନା ତୁ’। ଆମର ଷ୍ଟୁଡିଓଜ୍‌ ଓ ଡିକେ ମ୍ୟୁଜିକ୍‌ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରରେ ପୁଣି ଥରେ ଆସୁଛନ୍ତି ଓଲିଉଡ୍‌ର ଚର୍ଚ୍ଚିତ ଯୁବଯୋଡ଼ି ସ୍ବରାଜ ଓ ଭୂମିକା। ଏଥିସହିତ ଶୁଭମ ନାୟକ ଓ କ୍ରୀଷ୍ଣା କର ମଧ୍ୟ ଅଛନ୍ତି। ନବୀନ ଭଣ୍ଡାରୀ ଓ ଦୀପକ ମିଶ୍ରଙ୍କ ପ୍ରଯୋଜିତ ଏହି ଚଳଚ୍ଚିତ୍ରର କାହାଣୀ ଓ ଚିତ୍ରନାଟ୍ୟ ଲେଖିଛନ୍ତି ଭରଦ୍ବାଜ ପଣ୍ଡା। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରେମ୍‌ ଆନନ୍ଦ। ତାପସ ସରଘରିଆଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରରେ ରଜକୁ ନେଇ ରହିଛି ଏକ ସୁନ୍ଦର ଗୀତ। ଶୁକ୍ରବାରରେ ଭୁବନେଶ୍ବରରେ ୭ଟି ସୋ’ ରହିଛି। ଏସ୍‌ପ୍ଲାନେଡ୍‌ରେ ଅପରାହ୍ନ ୩ଟା ୫, ଉତ୍କଳ କନିକା ଗ୍ୟାଲେରିଆରେ ସନ୍ଧ୍ୟା ୭ଟା ୨୫, ସ୍ବାତୀ ସିନେ କମ୍ପ୍ଲେକ୍ସରେ ଅପରାହ୍ନ ୪ଟା ୩୫, ଡିଏନ୍‌ ରେଗାଲିଆରେ ଅପରାହ୍ନ ୪ଟା ୫୦ ଏବଂ ଜଟଣୀ ପିଜେ ମୁଭିଜ୍‌ରେ ମଧ୍ୟାହ୍ନ ୧୨ଟା ଓ ଅପରାହ୍ନ ୩ଟାରେ ୨ଟି ସୋ’ ଲାଗିଛି। ଏକ୍‌ଜିକ୍ୟୁଟିଭ୍‌ ଓ ପ୍ରିମିୟମ୍‌ ଟିକେଟ୍‌ ଦର ଯଥାକ୍ରମେ ୧୩୦, ୧୫୦, ୧୬୦, ୧୮୦, ୧୯୦, ୨୦୦ ଟଙ୍କା ରହିଥିବାବେଳେ ଭିଆଇପି ସିଟ୍‌ର ମୂଲ୍ୟରହିଛି  ୫୦୦ ଟଙ୍କା ।

What's Your Reaction?

like

dislike

love

funny

angry

sad

wow