ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ଆୟାତୋଲ୍ଲା ଅଲି ଖାମନେଇ ନିହତ

Mar 1, 2026 - 15:15
 0  0
ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ଆୟାତୋଲ୍ଲା ଅଲି ଖାମନେଇ ନିହତ

ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଇରାନର ସର୍ୱୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମନେଇ ।ଏଥିସହ ତାଙ୍କ ପରିବାରର ଅନେକ ସଦସ୍ୟ ମଧ୍ୟ ହୋଇଛନ୍ତି ନିହତ । ଏହାପରେ ତାଙ୍କ ପୁଅ ମୁଜତାବା ହୋସେନି ଖାମନେଇ ହୋଇଛନ୍ତି ଇରାନର ନୂଆ ନେତା।ଖାମନେଇଙ୍କ ମୃତ୍ୟୁ ପରେ ଇରାନରେ ୪୦ ଦିନିଆ ଶୋକ ଘୋଷଣା ସହ ସାତ ଦିନିଆ ସରକାରୀ ଛୁଟି ଘୋଷଣା କରିଛନ୍ତି ଇରାନ ସରକାର। କିଛି ସ୍ଥାନରେ ଖାମେନିଙ୍କୁ ହତ୍ୟା ପରେ ଉତ୍ସବ ପାଳନ କରାଯାଉଥିବାବେଳେ ଆଉ କିଛି ସ୍ଥାନରେ ଆମେରିକା ଏବଂ ଇସ୍ରାଏଲର ଏୟାରଷ୍ଟ୍ରାଇକକୁ କରାଯାଇଛି  ଜୋରଦାର ବିରୋଧ । ଖାମେନିଙ୍କ ମୃତ୍ୟୁକୁ ନେଇ ଆମେରିକାକୁ ବିରୋଧ କରୁଛନ୍ତି କାଶ୍ମିରରୁ ହ୍ୱାଇଟ୍ ହାଉସ୍।ଲକ୍ଷ୍ନୌରେ ମଧ୍ୟ ଶୋକ ପ୍ରକାଶ କରିଛି ସିଆ ସଂଘ ।ସେହିପରି ପାକିସ୍ତାନରେ ମଧ୍ଯ ଇରାନ ସମର୍ଥନରେ ବାହାରି ଆମେରିକା ଦୂତାବାସ କାର୍ଯ୍ୟାଳୟରେ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି ଉପଦ୍ରବକାରୀ। ଶନିବାର ରାତି ତମାମ ହୋଇଥିଲା ଆକ୍ରମଣ ପ୍ରତି ଆକ୍ରମଣ। ଇରାନ ପ୍ରତିରକ୍ଷା ମନ୍ତ୍ରୀ, ସେନା କମାଣ୍ଡର ବି ପ୍ରାଣ ହରାଇଥିବା ମିଳିଛି ସୂଚନା । 

What's Your Reaction?

like

dislike

love

funny

angry

sad

wow