ମଧ୍ଯପ୍ରାଚ୍ୟରେ ଘନଉଛି ଯୁଦ୍ଧ

ଇସ୍ରାଏଲ ଉପରେ ବୋମା ବର୍ଷା ପରେ ଭୟଭୀତ ହୋଇ ପଡିଛି ଇରାନ । ଆତ୍ମରକ୍ଷା ପାଇଁ ଏଭଳି କରିଥିବା କହିଛି ଇରାନ । ହେଲେ ଇସ୍ରାଏଲ ଏବଂ ଆମେରିକା ଇରାନକୁ ଏହାର ପରିଣାମ ଭୋଗିବାକୁ ଦେଇଛନ୍ତି ଚେତାବନୀ। ଯାହାକୁ ନେଇ ଯୁଦ୍ଧ ଆହୁରୀ ଭୟଙ୍କର ହେବ ବୋଲି କରାଯାଉଛି ଆଶା । ଯଦି ଆମେରିକା ସିଧାସଳଖ ଯୁଦ୍ଧରେ ସାମିଲ ହୁଏ, ତେବେ ପରିସ୍ଥିତି ଭୟଙ୍କର ହେବ ବୋଲି କହିଛି ଇରାନ । ଆଜି ରାତିରେ ଇରାନ ଉପରେ ବଡ଼ ଧରଣର ଆକ୍ରମଣ ପାଇଁ ଯୋଜନା କରିଛନ୍ତି ଆମେରିକା ଓ ଇସ୍ରାଏଲ । ଉଭୟ ଇରାନ ଉପରେ କରିପାରନ୍ତି ମିଳିତ ଆକ୍ରମଣ । ଏନେଇ ଆମେରିକା ପ୍ରତିରକ୍ଷା ମନ୍ତ୍ରୀଙ୍କ ସହ ଇରାନ ସେନା ମୁଖ୍ୟ କଥା ହୋଇଥିବା ମିଳିଛି ସୂଚନା ।
What's Your Reaction?






