ସାମାଜିକ ଗଣମାଧ୍ୟମରେ ସମ୍ମାନ ହରାଉଛି ମୋହନ ମାଝୀ ସରକାର
ଏବେ ବହୁ ବୁଦ୍ଧିଜୀବୀ ମତ ଦେଉଛନ୍ତି ଯେ ମୋହନ ମାଝୀ ବା ଦ୍ରୌପଦୀ ମୁର୍ମୁ ଜଗନ୍ନାଥ ମନ୍ଦିରରେ ପ୍ରବେଶ କରିବା କଥା ନୁହେଁ l କାରଣ, ଭୁଲରେ ହେଉ ବା ଠିକରେ, କେବଳ ଖାଣ୍ଟି, ରୂଢିବାଦୀ ହିନ୍ଦୁ ବ୍ୟକ୍ତି ହିଁ ମନ୍ଦିର ଭିତରକୁ ଯାଇ ପାରିବ, ନଚେତ ନୁହେଁ । ସମସ୍ତେ ଜାଣିଛନ୍ତି ଯେ ଆଦିବାସୀ ଗୋଷ୍ଠୀର ସାନ୍ଥାଳି ସମ୍ପ୍ରଦାୟ ଆଦୌ ହିନ୍ଦୁ ନୁହନ୍ତି l ବିଭିନ୍ନ ଜୀବଜନ୍ତୁଙ୍କ ସହିତ ଏମାନେ ଗୋମାଂସ ମଧ୍ୟ ଭକ୍ଷଣ କରନ୍ତି ବୋଲି ବିଭିନ୍ନ ତଥ୍ୟ-ଜ୍ଞାନ ବହିରେ ଲିପିବଦ୍ଧ ରହିଛି l ଇସ୍କନ ସମ୍ପ୍ରଦାୟ ଅତ୍ୟନ୍ତ ନିଷ୍ଠାପର ଭାବରେ ହିନ୍ଦୁ ସଂସ୍କାର, ରୀତିନୀତି ତଥା ନିୟମ ଇତ୍ୟାଦିକୁ ମାନି ଚଳିବାର କଥା ସଭିଙ୍କୁ ଉଣା ଅଧିକେ ଜଣା l ସେମାନେ ସାଧାରଣତଃ ତଥାକଥିତ ଭାରତୀୟ ହିନ୍ଦୁଙ୍କ ଠାରୁ ବହୁ ଅଧିକ ସଂସ୍କାର-ସମ୍ପନ୍ନ ଏବଂ ଵିଧି-ଗ୍ରନ୍ଥର ନିର୍ଦ୍ଦେଶ, ଉପଦେଶ ଗୁଡ଼ିକୁ ଅକ୍ଷରେ ଅକ୍ଷରେ ପାଳନ କରି ନିଜକୁ ଅତି ଗୌରାବାନ୍ୱିତ ମଣି ଥାଆନ୍ତି l ତେବେ ଯେଉଁ ପାଶ୍ଚାତ୍ୟ ଦେଶର ଅଣହିନ୍ଦୁ ନାଗରିକ ଏବେ ଚଳଣିରେ ଖାଣ୍ଟି ହିନ୍ଦୁ, ସେମାନଙ୍କୁ କାହିଁକି ଜଗନ୍ନାଥ ମନ୍ଦିର ପ୍ରବେଶ ମନା, ବୁଝି ହେଉନାହିଁ l ତାଙ୍କର ଗୌରବର୍ଣ୍ଣ ହିଁ ଏବେ ତାଙ୍କର ଅଯୋଗ୍ୟତାର କାରଣ ବୋଲି ଦର୍ଶା ଯାଉଛି l ଅଥଚ ବହୁ ଆଦିବାସୀ ସମ୍ପ୍ରଦାୟ ଆଦୌ ହିନ୍ଦୁ ହୋଇ ନଥିଲେ ମଧ୍ୟ ସେମାନଙ୍କର ପ୍ରବେଶ ଉପରେ ଜମାରୁ କଟକଣା ନାହିଁ l
ଉଲ୍ଲେଖଯୋଗ୍ୟ ଯେ ମହାତ୍ମା ଗାନ୍ଧୀ ପୁରୀ ଗସ୍ତ କାଳରେ ସ୍ୱତପୂର୍ତ୍ତ ଭାବରେ ମନ୍ଦିର ପ୍ରବେଶ କରିନଥିଲେ ଯେହେତୁ ସେବେଳର ହରିଜନ ସମ୍ପ୍ରଦାୟ (ଏବର ଦଳିତ) ମାନଙ୍କୁ ମନ୍ଦିର ପ୍ରବେଶ ମନା ଥିଲା l ବହୁ ବର୍ଷ ପରେ ଇନ୍ଦିରା ଗାନ୍ଧୀଙ୍କୁ ମନ୍ଦିର ପ୍ରବେଶ ଅନୁମତି ଦିଆ ଯାଇନଥିଲା l କେତେକ ନିର୍ବୋଧ, ଅର୍ଦ୍ଧଶିକ୍ଷିତ ତଥାକଥିତ ସର୍ବଜ୍ଞ ଯୁକ୍ତି ବାଢିଥିଲେ ଯେ ଇନ୍ଦିରା ମୁସଲମାନ ବ୍ୟକ୍ତିଙ୍କୁ ବିବାହ କରିଥିବା କାରଣରୁ ତାଙ୍କୁ ମନ୍ଦିର ପ୍ରବେଶରୁ ବଞ୍ଚିତ କରାଗଲା l ତେବେ ବାସ୍ତବ କଥାଟି ହେଉଛି ଯେ ଫିରୋଜ ଗାନ୍ଧୀ ଆଦୌ ମୁସଲମାନ ଧର୍ମର ବ୍ୟକ୍ତି ନଥିଲେ l ସପ୍ତମରୁ ଦଶମ ଶତାବ୍ଦୀ ମଧ୍ୟରେ ନିର୍ଦ୍ଦୟ ମୁସଲମାନ ଶାସକ ତଥା ଇସଲାମ ଧର୍ମ ପୂଜକ ମାନଙ୍କର ପ୍ରାଦୁର୍ଭାବରୁ ମୁକ୍ତି ପାଇଁ ନିଜ ଜୋରଶୁଥ୍ରପନ୍ଥ ବା ପାର୍ସି ଧର୍ମକୁ ବଞ୍ଚାଇ ରଖିବା ପାଇଁ ଉକ୍ତ ଧର୍ମଭଳି ଅଗ୍ନି-ପୂଜକ ଦେଶ ଭାରତକୁ ପଳାୟନ କରିଥିଲେ l ସେମାନେ ବସ୍ତୁତଃ ଇସଲାମ-ବିରୋଧୀ ଏବଂ ହିନ୍ଦୁପ୍ରେମୀ l ସେମାନଙ୍କର ମାତୃଭାଷା ଗୁଜରାଟି କାରଣ ପ୍ରଥମେ ସେମାନେ ଗୁଜରାଟ ଉପକୂଳରେ ପହଞ୍ଚି ସେହି ଭାଷା ଆପଣାଇ ନେବାକୁ ପ୍ରତିଶୃତି ଦେଇଥିଲେ ଅତିଥିପ୍ରେମୀ ସ୍ଥାନୀୟ ରାଜାଙ୍କର ସର୍ତ୍ତ ରକ୍ଷା କରି l ସେଥିପାଇଁ ଇନ୍ଦିରା ଗାନ୍ଧୀଙ୍କୁ ମନ୍ଦିର ‘ପ୍ରବେଶ ନିଷେଧ’ ନିଷ୍ପତି ଏକ ଅକ୍ଷମଣୀୟ ଭୁଲ ଥିଲା l
ସାନ୍ତାଳୀ ମାନଙ୍କର ଧର୍ମର ନାଁ ‘ଶରନ’, ସେମାନଙ୍କର ବଡ଼ ପର୍ବ ‘ସୋହରାଇ’ ଯାହାକି ଏକ କୃଷିଭିତ୍ତିକ ଶାରଦ ଶସ୍ୟ ଅମଳ ଉତ୍ସବ l ଏବଂ ମୁଖ୍ୟ ଦେବତାଙ୍କର ନାମ ‘ମାରାଙ୍ଗବୁରୁ’ ଯାହାକି ଏକ ପାହାଡ଼ l ମହାମହିମ ରାଷ୍ଟ୍ରପତି ଦ୍ରୌପଦୀଙ୍କର ମୂଳ ନାଁ ‘ଦୁର୍ଗୀ ଟୁଡୁ’ ଏବଂ ଡାକ ନାଁ ‘ପୁଟି’ l ତେବେ ‘ମୋହନ ଚରଣ ମାଝୀ’ କେମିତି ନିଚ୍ଛକ ହିନ୍ଦୁ ନାମଟିଏ ପାଇଲେ ସେ ବିଷୟରେ କୌଣସି ସୂଚନା ଆଦୌ ଉପଲବ୍ଧ ନାହିଁ l
ଏହିସବୁ ଐତିହାସିକ ତଥ୍ୟାବଳୀରୁ ଯାହା ଶିକ୍ଷା ମିଳୁଛି, ସେହି ଅନୁସାରେ ଦ୍ରୌପଦୀ ମୁର୍ମୁ ଓ ମୋହନ ମାଝୀ ଆଦୌ ହିନ୍ଦୁ ଧର୍ମର ନୁହନ୍ତି ଏବଂ ସେମାନେ ପାରମ୍ପରିକ ଭାବରେ ଗୋମାଂସ ଭକ୍ଷଣକାରୀ ହୋଇଥିବାରୁ ସେମାନଙ୍କୁ ଜଗନ୍ନାଥ ମନ୍ଦିର ପ୍ରବେଶ ନିଷେଧ ହେବା ଉଚିତ l ଯଦି ସେମାନଙ୍କୁ ପ୍ରବେଶ ଅନୁମତି ମିଳୁଛି, ତେବେ ଇସ୍କନ ଦ୍ୱାରା ଦୀକ୍ଷିତ ଅତ୍ୟନ୍ତ ରୂଢିବାଦୀ ହିନ୍ଦୁ ମାନଙ୍କୁ ମଧ୍ୟ ପ୍ରବେଶ ଅନୁମତି ମିଳିବା ଅତି ଯୁକ୍ତିଯୁକ୍ତ ସିଦ୍ଧାନ୍ତ ବୋଲି ସମସ୍ତ ଜ୍ଞାନୀ ଗୁଣୀ ଲୋକେ ମାନି ନେବେ l
ନିକଟ ଅତୀତରେ ମୋହନ ମାଝୀ ଜଣେ ଆଜନ୍ମ, ଖାଣ୍ଟି ହିନ୍ଦୁ ଶ୍ରଦ୍ଧାଳୁ ବେଶରେ ଜଗନ୍ନାଥ ମନ୍ଦିର ପ୍ରବେଶ କଲାବେଳେ ଚାଟୁକାର ସେବାୟତ ମାନେ ତାଙ୍କ ମୁଣ୍ଡ ଉପରେ ରାଜକୀୟ ଛତା ଧରି ତାଙ୍କୁ ଦେବତା ବା ଗଜପତି ମହାରାଜାଙ୍କ ଭଳି ଚର୍ଚ୍ଚା କରିବାର ଦେଖିବାକୁ ମିଳିଥିଲା l ବହୁ ଜ୍ଞାନୀ ଗୁଣୀ ଓଡ଼ିଆ ଲୋକ ଏସବୁ ଦେଖି ଘୋର ଦୁଃଖ ପ୍ରକାଶ କରିଥିଲେ ଵି କୌଣସି ନିଷ୍ପତି ନେବା ବ୍ୟକ୍ତି କିଛି ପଦକ୍ଷେପ ନେଇ ନଥିଲେ l
ଏହି ଲେଖାଟି ଉପରେ ଆବଶକୀୟ ଗବେଷଣା କରାଯାଇ ମୋହନ ମାଝୀ ବା ଦ୍ରୌପଦୀ ମୁର୍ମୁ କେତେଥର ନିଜ ଦେବତା ‘ମାରାଙ୍ଗବୁରୁ’ଙ୍କର ଦର୍ଶନ ବା ‘ଶୋହରାଇ’ ପର୍ବରେ ସାମିଲ ହେବା ପାଇଁ ବ୍ୟାକୁଳ ହୋଇଛନ୍ତି ତାହାର ହିସାବ କିତାବ ଲୋକଙ୍କ ଆଗରେ ରଖାଯାଉ l ଯଦି ନିଜର ମୂଳ ଧର୍ମର ରୀତିନୀତିରୁ ଦୂରେଇଯାଇ ହିନ୍ଦୁ ମନ୍ଦିର ମାନଙ୍କରେ ପ୍ରବେଶ କରି ଉଲ୍ଲେଖିତ ବ୍ୟକ୍ତି ମାନେ ସାଧାରଣ ଲୋକଙ୍କୁ ଭ୍ରମିତ କରୁଥିବେ, ତେବେ ସେମାନଙ୍କୁ ‘ଆଦିବାସୀ’ ଆଖ୍ୟାରୁ ବାଦ ଦିଆଯାଇ ସାଧାରଣ ଭାରତୀୟ ଭାବରେ ପରିଗଣିତ କରାଇ ସେମାନେ ପାଉଥିବା ବହୁ ସ୍ୱତନ୍ତ୍ର ସୁଖ ସୁବିଧାରୁ ଅନ୍ତର କରାଯାଉ l
ମୋହନ ମାଝୀ ସିଂହାସନ ଚଢ଼ୁ ଚଢ଼ୁ ଅତିସମୃଦ୍ଧ ଜଗନ୍ନାଥ ମନ୍ଦିର ପାଇଁ ସରକାରୀ ତହବିଲରୁ ୫୦୦ କୋଟି ଟଙ୍କା, ଓ ନିଜ ଜିଲ୍ଲାରେ ପ୍ରତିଷ୍ଠିତ ମା ତାରିଣୀ ମନ୍ଦିରକୁ ୨୨୬ କୋଟି ଟଙ୍କା ବାପାଙ୍କ ଧନ ଭାବି ଦାନ କରି ଦେଲେ, ଯାହାକି ଗଣତାନ୍ତ୍ରିକ ନୀତି, ବିଧିର ପରିପନ୍ଥୀ ସିଦ୍ଧାନ୍ତ l ତାଙ୍କର ଭାଗ୍ୟ ଭଲ ଯେ ଆଜି ପର୍ଯ୍ୟନ୍ତ କେହି ହେଲେ ଵି ଉଚ୍ଚ ବା ସର୍ବୋଚ୍ଚ ନ୍ୟାୟାଳୟରେ ଜନସ୍ୱାର୍ଥ ମାମଲାଟିଏ ଦାଏର କରି ନାହାନ୍ତି l ଏବେବି ସମୟ ଅଛି ତାଙ୍କ ସାରାକରକୁ ଅଡ଼ୁଆରେ ପକାଇ ହଇରାଣ ହରକତ କରିବା ପାଇଁ l ଏସବୁ ବ୍ୟତୀତ ଅନ୍ୟ ବିରାଟ ଲଜ୍ଜାକର କଥାଟି ହେଉଛି ଯେ ବିଜ୍ଞାନ ଅଧ୍ୟୟନ, ଗବେଷଣା, ପ୍ରୟୋଗଶାଳା, ବୃତ୍ତି ଏବଂ ନବସୃଜନ ପାଇଁ ମୋହନ ମାଝୀ ସାହେବ ଦେଇଛନ୍ତି ମାତ୍ର ୨୫୪ କୋଟି ଟଙ୍କା। ମନ୍ଦିର ଗୁଡ଼ିକୁ ମିଳିଲା ଶଙ୍ଖମର୍ମର କାନ୍ଥ ଆଉ ଚଟାଣ; ବିଜ୍ଞାନ ଗବେଷଣା ପାଇଁ ଦିଆଗଲା ‘ଚା ଜଳଖିଆ’ ଖର୍ଚ୍ଚ l ଯଦି ଜ୍ଞାନ ଗବେଷଣା କ୍ଷେତ୍ରକୁ ଦେଉଳ, ମନ୍ଦିରର ଅଧା ମାତ୍ରାରେ ବି ପୂଜା କରାଯାଉଥାନ୍ତା, ତେବେ ଓଡ଼ିଶା ବିଜ୍ଞାନ କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ କେନ୍ଦ୍ର ହୋଇପାରନ୍ତା ଏଥିରେ ସନ୍ଦେହ ନାହିଁ l
ପ୍ରତିଶୃତି ଦେଇଥିବା ମାଝୀ ସରକାରଙ୍କ ପାଇଁ ୩oo ୟୁନିଟ ମାଗଣା ବିଜୁଳି ହୋଇଗଲା ଧୂଆଁବାଣ l ରାଜ୍ୟପାଳଙ୍କର ଛତରା ପୁଅ ପିଟିଲା ସୁରକ୍ଷା କର୍ମଚାରୀଙ୍କୁ l ସହଧର୍ମିଣୀ ଥାନାରେ ଦେଲେ ଏତଲା l ଦାଏର କଲାନାହିଁ ପୋଲିସ l ସେ ସମ୍ବେଦନଶୀଳ ପ୍ରସଙ୍ଗରେ ଵି ମାଝୀ ବାବୁ ଆଜି ପର୍ଯ୍ୟନ୍ତ ନିରବ l ବିଜେପି ଗର୍ଜିକରି ଘୋଷଣା କରିଥିଲା ଯେ ଆୟୁଷ୍ମାନ ଭାରତ ସର୍ବୋତ୍କୃଷ୍ଟ ସ୍ୱାସ୍ଥ୍ୟରକ୍ଷା କବଚ l କିନ୍ତୁ ବଡ଼ କ୍ଷୋଭର ବିଷୟ ଯେ ଆୟୁଷ୍ମାନ ଭାରତ ଭଳି ଗୋଟିଏ ଅକାମୀ ସ୍ୱାସ୍ଥ୍ୟ ବୀମା ପତ୍ର ଧରି ଜୀବନ ପାଇଁ ସଂଗ୍ରାମ କରୁଛନ୍ତି ବହୁ ଅସହାୟ ଲୋକ l
ବୌଦ୍ଧିକ ସ୍ତରରେ ମଧ୍ୟ ମାଝିଙ୍କର ସ୍ଥାନ ଅତି ନିଚରେ l ଏପରିକି ସାଧାରଣ ଓଡ଼ିଆ ଶବ୍ଦ ତଥା ତାର ଉଚ୍ଚାରଣ ଇତ୍ୟାଦି ମୁଖ୍ୟମନ୍ତ୍ରୀ ମାଝୀଙ୍କ ସହିତ ଖେଳିଚାଲିଛି ଲୁଚକାଳି। ଲେଖିଲେ ବନାନ ଭୁଲ୍ , କହିଲେ ଉଚ୍ଚାରଣ ବିକୃତ l ଫଳତଃ ତାଙ୍କ ଶ୍ରୀମୁଖରୁ ଛୋଟା, କେମ୍ପା ହୋଇ ଘୁସୁରି ଘୁସୁରି ଚାଲନ୍ତି ବାକ୍ୟ ଗୁଡ଼ିକ । ଜଣେ ଶିକ୍ଷାଗୁରୁ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କର ଜ୍ଞାନ, ପାଣ୍ଡିତ୍ୟ ଅତ୍ୟନ୍ତ ନଗଣ୍ୟ। ଅତୁଳନୀୟ, ଅନନ୍ୟ ବିଦ୍ୱାନ, ପଣ୍ଡିତ, ସାହିତ୍ୟିକ ତଥା ସାରସ୍ୱତ ସାଧକଙ୍କ ଓଡ଼ିଶା ପ୍ରଦେଶ ଆଜି ନିଜ ମୁଖ୍ୟମନ୍ତ୍ରୀଙ୍କୁ ସାଧାରଣ ଲୋକଙ୍କ ଭାଷାରେ ଭାବ ବ୍ୟକ୍ତ ପାଇଁ ସଂଘର୍ଷ କରୁଥିବାର ଦେଖି ହେଉଛି ଗଭୀର ଭାବରେ ମର୍ମାହତ । ହୁଏତ ନିଜ ଅଲିଚିକି ଭାଷାରେ ପ୍ରବୀଣତା ରଖିଥିବା ଦକ୍ଷ ମୁଖ୍ୟମନ୍ତ୍ରୀ ଓଡ଼ିଆ ଭାଷାକୁ ଅକ୍ତିଆର କରିବାକୁ ପାଇ ନାହାନ୍ତି ସମୟ l ତେବେ ନିଜ ଗାଁରେ ବା ସେହି ଅଞ୍ଚଳରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କୁ ସମ୍ମାନ ଜଣାଇବା ମଧ୍ୟ ଦେଖୁ ନାହାନ୍ତି କେହି l ନିଜ ସ୍ତ୍ରୀ ପିଲାଙ୍କୁ ନେଇ ଗାଁରେ ଦୁଇ ଦିନ ରହୁଛନ୍ତି କି ନାହିଁ ଜଣାନାହିଁ କାହାକୁ l କିନ୍ତୁ ଦିଲ୍ଲୀରେ ନିଆଯାଇଛି କୋଠି ଏବଂ ତତସହିତ ମୁତୟନ ହୋଇଛନ୍ତି ଓଡିଶା ପୋଲିସ ବାହିନୀ l ସବୁ ଖର୍ଚ୍ଚ ଲୋକଙ୍କ ପାଣ୍ଠିରୁ l କୈଫତ ମିଳୁଛି : ମୁଖ୍ୟମନ୍ତ୍ରୀ ଡବଲ ଇଞ୍ଜିନ ସରକାରରେ ଥିବାରୁ ଦିଲ୍ଲୀ ରହଣି ବିନା ଇଞ୍ଜିନ ସବୁ ଭାଙ୍ଗି ହୋଇଯିବ ଚୁରମାର l
ଏସବୁ ବ୍ୟତୀତ, ଦୁର୍ନୀତି-ଶୂନ୍ୟ ସରକାର ଦେବାର ବିରାଟ ପ୍ରତିଶୃତି ଦେଇଥିବା ଶ୍ରୀଯୁକ୍ତ ମାଝୀ ଲୋକାଯୁକ୍ତ ନିଯୁକ୍ତି ପାଇଁ ସାମାନ୍ୟତମ ଚେଷ୍ଟା କରୁ ନାହାନ୍ତି ବା ମନରେ ତିଳେମାତ୍ର ଉଦବେଗ ବା ବ୍ୟସ୍ତତା ନାହିଁ ତାଙ୍କ ହୃଦୟରେ l ଲୋକାଯୁକ୍ତ-ବିହୀନ ରାଜ୍ୟ ଯେ କେବେ ହେଲେ ଦୁର୍ନୀତି ଶୂନ୍ୟ ସ୍ଥିତି ହାସଲ କରିପାରିବ ନାହିଁ ତାହା ସଭିଏଁ ଜାଣନ୍ତି l ଏକାଧିକ ବିଭାଗ ସମ୍ଭାଳୁଥିବା ଶାସକଙ୍କର କୌଣସି ମନ୍ତ୍ରୀଙ୍କ ଉପରେ ନିୟନ୍ତ୍ରଣ ନାହିଁ l
ପ୍ରତ୍ୟେକ ଶାସକଙ୍କର ଉଚ୍ଚ ଶିକ୍ଷିତ, ସୁଦକ୍ଷ, ଅଭିଜ୍ଞ ପରାମର୍ଶଦାତା ରହିଥାନ୍ତି କେବଳ ମାର୍ଗଦର୍ଶନ ଦେବା ସହିତ ପ୍ରତ୍ୟେକ ସିଦ୍ଧାନ୍ତ,. ନେବାକୁ ଥିବା ପଦକ୍ଷେପ ଇତ୍ୟାଦି ଭୁଲ କି ଠିକ, ଆଇନ ସମ୍ମତ କି ବେଆଇନ, ସେସବୁ ବୁଝାଇ ଦେଇ ତାଙ୍କୁ ସୁରକ୍ଷିତ ରଖିବା ପାଇଁ । ଆଶ୍ଚର୍ଯ୍ୟର କଥା ଯେ ମାଝୀଙ୍କ ପାଖରେ ସେହି ସ୍ଥାନ ପୂରଣ କରିଛନ୍ତି ଅସାଧୁ ଠିକାଦାର ଆଉ ନୀତିହୀନ ଦଲାଲଗଣ। ଏସବୁ ସୂଚନା ମିଳୁଛି ଲୋକପ୍ରିୟ ସାମାଜିକ ଗଣମାଧ୍ୟମରୁ l
ଯାଜପୁର ଆଉ କେନ୍ଦୁଝର ଜିଲ୍ଲାର ଜଣାଶୁଣା ଖଣିଖାଦାନ ପଦାର୍ଥ ଚୋରୀ ଆଉ ଟିକସ ଫାଙ୍କିବା ମନବୃତ୍ତି ରଖି, ଗୁଣ୍ଡାରାଜ ଚଳାଇ ମାଲ ପରିବହନ ବ୍ୟବସାୟରେ ନିୟୋଜିତ କେତେକ ବ୍ୟକ୍ତି କଳାଧନ ଠୁଳ କରୁଥିବା ବ୍ୟକ୍ତିଙ୍କ ସହ ମୋହନ ମାଝୀ ରଖିଛନ୍ତି ନିବିଡ଼ ସମ୍ପର୍କ l କଂଗ୍ରେସ ଅଧ୍ୟକ୍ଷ ଖୋଲାଖିଲି କହୁଛନ୍ତି ଯେ ସ୍ୱାଧୀନ ବିଧାୟକ ଲିକୁ ସାହୁ ଜଣେ ଲଘୁ ଖଣିଜ ମାଫିଆ ଯିଏକି ସରଳ, ଅମାୟିକ ମlଝି ବାବୁଙ୍କୁ କୋଟି କୋଟି ଟଙ୍କା ଲାଞ୍ଚ ଦେଇ ସୁରକ୍ଷିତ ଅଛନ୍ତି ଏବଂ ନିଜର କଳା ସାମ୍ରାଜ୍ୟ ବିସ୍ତାର କରି ଚାଲିଛନ୍ତି ନିର୍ଭୟରେ l ପରିବହନ ଚୋରୀରେ ଜଡ଼ିତ ଆହୁରି ଦୁଇ ଜଣ ପୁରୁଷ ଏବଂ ଜଣେ ମହିଳା ମଧ୍ୟ ସରଳ, ନିରୀହ ମୋହନ ମାଝିଙ୍କର ଏବେ ପ୍ରିୟ ଭାଜନ l ଏସବୁ ସମ୍ବାଦ ବାଜି ଚାଲିଛି ବଡ଼ ବଡ଼ ସାମାଜିଜ ଗଣମାଧ୍ୟମରେ l ହତବାକ ହୋଇ ଯାଇଛନ୍ତି ଓଡିଶାବାସୀ l
ଆମ ଆଦମୀ ପାର୍ଟିର ଓଡିଶା ମୁଖ୍ୟ ନିଶୀକାନ୍ତ ମହାପାତ୍ର ଏକ ବିରାଟ ସାମ୍ବାଦିକ ସମ୍ମେଳନ ଉତ୍ସବରେ କହିଲେ ଯେ ଗୋଟିଏ ବିଦ୍ୟାଳୟର ତୃତୀୟ ଶ୍ରେଣୀରେ ପାଠ ପଢ଼ାଉଥିବା ବ୍ୟକ୍ତି ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ l ତାଙ୍କର ସମ୍ବିଧାନ ଜ୍ଞାନ ବା ଶାସନ ଚଳାଇବା ଦକ୍ଷତା ଯାହା ହୋଇଥିବ, ତାହା ଅନୁମେୟ l ସବୁଠାରୁ ବିଡମ୍ବନାର ବିଷୟ ଯେ ମାଝୀବାବୁ ମୁଖ୍ୟମନ୍ତ୍ରୀ ପଦବୀ ସହିତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ଛଅଟି ବଡ଼ ବଡ଼ ବିଭାଗର ଯଥା – ଗୃହ, ଜଳ ସମ୍ପଦ, ଅର୍ଥ, ସାଧାରଣ ପ୍ରଶାସନ, ସୂଚନା ଓ ଲୋକ ସମ୍ପର୍କ, ଯୋଜନା ଏବଂ ସମନ୍ୱୟ ଏବଂ ଆହୁରି କେତେକ କ୍ୟାବିନେଟ ପାହ୍ୟାର ମନ୍ତ୍ରୀପଦ ଦାୟିତ୍ୱ ମଧ୍ୟ ରଖିଛନ୍ତି ନିଜ ହାତରେ l ଏଥିରୁ ଜଣାପଡେ ଯେ ସରଳ, ଅମାୟିକ ଆଦିବାସୀ ମାଝୀ ବାବୁ ସତରେ ଜଣେ ମହାଜ୍ଞାନୀ ଏବଂ ଅତିସୁଦକ୍ଷ ରାଜନେତା ଯିଏକି ସବୁ ଜଟିଳ କ୍ଷେତ୍ରରେ ରହି ମଧ୍ୟ ସୁଚାରୁରୂପେ ଚଳାଇ ପାରୁଛନ୍ତି ରାଜ୍ୟ l ଏଭଳି ବହୁମୁଖୀ ଜ୍ଞାନ-ପ୍ରତିଭାରେ ଭରପୁର ମୋହନ ମାଝୀ ଯେ ଓଡ଼ିଶା ପାଇଁ ଏକ ଦିବ୍ୟ ଉପହାର ଏକଥା କେହି ଭୁଲିଯିବା ଅର୍ଥ ପ୍ରଚଣ୍ଡ ବୋକାମୀର ପ୍ରମାଣ ଛଡ଼ା ଆଉ କିଛି ନୁହେଁ l
What's Your Reaction?