ଆଜିଠୁ ଆରମ୍ଭ ହେଉଛି ଚାମ୍ପିୟନ୍ସ  ଟ୍ରଫି କ୍ରିକେଟ

Feb 19, 2025 - 13:29
 0  3
ଆଜିଠୁ ଆରମ୍ଭ ହେଉଛି ଚାମ୍ପିୟନ୍ସ  ଟ୍ରଫି କ୍ରିକେଟ

ଆଜିଠୁ ଆରମ୍ଭ ହେଉଛି ଚାମ୍ପିୟନ୍ସ  ଟ୍ରଫି କ୍ରିକେଟ । ପାକିସ୍ତାନ ଓ ଦୁବାଇରେ ଖେଳାଯିବ ଏହି ମ୍ୟାଚ୍।ପାକିସ୍ତାନର କରାଚିରେ ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ। ଆଜିଠାରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେଉଥିବା ବେଳେ ଏହା ୯ ମାର୍ଚ୍ଚ ପର୍ଯ୍ୟନ୍ତ ଖେଳାଯିବ । ଗ୍ରୁପ୍ -ଏରେ ଭାରତ ସହ ଅଛନ୍ତି ବାଂଲାଦେଶ, ପାକିସ୍ତାନ ଓ ନ୍ୟୁଜିଲ୍ୟାଣ୍ଡ। ଭାରତ  ଆସନ୍ତାକାଲି ଖେଳିବ ଏହାର ପ୍ରଥମ ମ୍ୟାଚ୍।  ତେବେ  ୨୩ ତାରିଖରେ ଖେଳାଯିବ ସବୁଠୁ ବଡ଼ ହାଇପ୍ରୋଫାଇଲ ମ୍ୟାଚ୍।ଏହି ଦିନ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ। ସେହିପରି ମାର୍ଚ୍ଚ ୨ରେ ନ୍ୟୁଜିଲାଣ୍ଡ ଦଳକୁ ଭେଟିବ ଭାରତିୟ ଦଳ ।  ଭାରତ ନିଜର ସମସ୍ତ ମ୍ୟାଚ୍ ଦୁବାଇରେ ଖେଳିବ। ୧୯୯୬ ପରେ ପାକିସ୍ତାନରେ ହେଉଛି ଆଇସିସିର କୌଣସି ବଡ଼ ଟୁର୍ଣ୍ଣାମେଣ୍ଟ। ଏଥିରେ ଭାଗ ନେଉଛନ୍ତି ମୋଟ୍ ୮ଟି ଦଳ। ଅନ୍ୟ ଦଳ ମାନେ ପାକିସ୍ତାନରେ ଖେଳିବେ ମ୍ୟାଚ୍। ତେବେ ଭାରତ ତାର ସମସ୍ତ ମ୍ୟାଚ୍ ଦୁବାଇରେ ହିଁ ଖେଳିବ।

What's Your Reaction?

like

dislike

love

funny

angry

sad

wow