ଭିଜିଲାନ୍ସ ପଞ୍ଝାରେ ସହକାରୀ ଯନ୍ତ୍ରୀ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ କେନ୍ଦ୍ରାପଡ଼ା ଜଳ ସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ ପ୍ରମୋଦ ରାୟଙ୍କ ବିଭିନ୍ନ ଠିକଣାରେ ଚଢାଉ କରୁଛି ଭିଜିଲାନ୍ସ । ବାସଭବନ ସମେତ ଭୁବନେଶ୍ବର, ଭଦ୍ରକ, କଟକ, ଚୌଦ୍ବାର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଆଦି ସମେତ ୭ଟି ସ୍ଥାନରେ ଚାଲିଛି ଏକକାଳୀନ ଚଢ଼ଉ । ଚଢାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ ଫାଇଲ ଓ କାର୍ଯ୍ୟାଳୟ କାଗଜପତ୍ର ଜବତ କରିଛି ଭିଜିଲାନ୍ସ lପୂର୍ବରୁ କେନ୍ଦ୍ରାପଡା ଇନ୍ଦୁପୁର ସ୍ଥିତ ଜଳ ସମ୍ପଦ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ ପ୍ରମୋଦ ରାୟ l ଏବେ ସେ ଛତାଛକ ସ୍ଥିତ କାର୍ଯ୍ୟାଳୟରେ SDO ଭାବେ ଅଛନ୍ତି ଅବସ୍ଥାପିତ l
What's Your Reaction?