ମାଲକାନଗିରିରେ ସୁଧୁରୁନି ତେଲ ସଙ୍କଟ

May 20, 2026 - 17:18
 0  0
ମାଲକାନଗିରିରେ ସୁଧୁରୁନି ତେଲ ସଙ୍କଟ

କିଛି ଦିନର ବିରତି ପରେ ପୁଣି ରାଜ୍ୟରେ ଦେଇଛି ତେଲ ସଙ୍କଟ  । ମାଲକାନଗିରି ଜିଲ୍ଲାର ଅଧିକାଂଶ ପେଟ୍ରୋଲ ପମ୍ପରେ ନୋ ଷ୍ଟକର ବୋର୍ଡ ଲାଗିଛି। ତେବେ ଫରକ କେବଳ ଏତିକି ପୂର୍ବରୁ ଲୋକେ ତେଲ ପାଇଁ ଲମ୍ବା ଧାଡ଼ିରେ ଛିଡ଼ା ହେଉଥିଲେ, ଆଉ ଏବେ ତେଲ ନ ଥିବାରୁ ଲୋକେ ଆଉ ଟାଙ୍କିକୁ ମଧ୍ୟ ଆସୁ ନାହାନ୍ତି। ଅର୍ଥାତ ଟାଙ୍କିରେ ଆଉ ଭିଡ଼ ଜମୁନାହିଁ। ଏବେ ତେଲକୁ ନେଇ ରାଜନୀତି ମଧ୍ୟ ଜୋର ଧରିଛି। ବିଭିନ୍ନ ଟାଙ୍କିରେ କଂଗ୍ରେସ କର୍ମୀଙ୍କ ବିକ୍ଷୋଭ ମଧ୍ୟ ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ତେଲକୁ ନିୟନ୍ତ୍ରଣ କରିବା ଲାଗି ନାନା କସରତ ଜାରି ରହିଛି, ବିଭିନ୍ନ ପମ୍ପ ଉପରେ ତୀକ୍ଷ୍ଣ ନଜର ରଖାଯିବା ସହ ଯାଞ୍ଚ ବ୍ୟବସ୍ଥାକୁ ମଧ୍ୟ କଡ଼ାକଡ଼ି କରାଯାଇଛି। ତେବେ କମ୍ପାନି ପର୍ୟ୍ୟାପ୍ତ ପରିମାଣରେ ତେଲ ପଠାଉ ନ ଥିବାରୁ ତେଲ ପାଇଁ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ରାଜ୍ୟରେ ତେଲ ସଙ୍କଟ ନ ଥିବା ନେଇ ରାଜ୍ୟ ସରକାର ଯେତେ ଦାବି କରି ଆସୁଥିଲେ ହେଁ ମାଲକାନଗିରି ଜିଲ୍ଲାରେ ପେଟ୍ରୋଲ ଡିଜେଲର ସ୍ଥିତି ସଙ୍ଗିନ ରହିଛି। ମାଲକାନଗିରି ଜିଲ୍ଲାରେ ମୋଟ ୨୬ଟି ପେଟ୍ରୋଲ ପମ୍ପ ରହିଥିବା ବେଳେ ଅଧାରୁ ଅଧିକ ପେଟ୍ରୋଲ ପମ୍ପ ଏବେ ଖାଁ ଖାଁ। 

What's Your Reaction?

like

dislike

love

funny

angry

sad

wow