ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଭାରତରେ ବଢ଼ିଲା ଏଲ୍ପିଜି ଦର
ରୋଷେଇ ଘରେ ପଡିଲା ଆମେରିକା-ଇରାନ ଯୁଦ୍ଧର ପ୍ରଭାବ ।ଆଜିଠାରୁ ବୃଦ୍ଧି ପାଇଛି ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ। ୧୪.୨ କିଲୋ ବିଶିଷ୍ଟ ଗ୍ୟାସ ସିଲିଣ୍ଡର ପିଛା ୬୦ ଟଙ୍କା ହୋଇଛି ବୃଦ୍ଧି । ସେହିପରି ୧୯ କେଜି ବାଣିଜ୍ୟିକ ଏଲପିଜି ସିଲିଣ୍ଡରର ମୂଲ୍ୟ ମଧ୍ୟ ୧୧୫ ଟଙ୍କାକୁ ବୃଦ୍ଧି କରାଯାଇଛି। ସାରା ଦେଶରେ ଆଜିଠାରୁ ତୁରନ୍ତ କାର୍ଯ୍ୟକାରୀ ହୋଇଛି ଏହି ବର୍ଦ୍ଧିତ ଦର। ଗତ ବର୍ଷ ୨୦୨୫ ଏପ୍ରିଲରୁ ଅପରିବର୍ତ୍ତିତ ଥିଲା ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟ।
What's Your Reaction?