ନେହାଙ୍କୁ ଜନ୍ମଦିନ ଶୁଭେଚ୍ଛା ସୁନ୍ଦର ଶୁଭେଛା ଜଣାଇଲେ ସ୍ବାମୀ

ନେହାଙ୍କୁ ଜନ୍ମଦିନ ଶୁଭେଚ୍ଛା ସୁନ୍ଦର ଶୁଭେଛା ଜଣାଇଲେ ସ୍ବାମୀ

କଣ୍ଠଶିଳ୍ପୀ ନେହା କକଡ ଜୁନ୍‌ ୬ ତାରିଖରେ  ପାଳନ କରିଛନ୍ତି ତାଙ୍କର ୩୬ତମ ଜନ୍ମଦିବସ। ପ୍ରଶଂସକ ଓ ଇଣ୍ଡଷ୍ଟ୍ରିର ଅନେକ କଳାକାର ନେହାଙ୍କୁ ତାଙ୍କ ଜନ୍ମଦିନ ଅବସରରେ  ଜଣାଇଛନ୍ତି ଶୁଭେଚ୍ଛା।ଏହି ଅବସରରେ ନେହାଙ୍କ ପତି ରୋହନପ୍ରୀତ ସିଂହ ପତ୍ନୀଙ୍କ ଉପରେ  ଓଜାଡ଼ି ଦେଇଛନ୍ତି ପ୍ରେମ। ସେ ନେହାଙ୍କର ନିଜର ରୋମାଣ୍ଟିକ୍‌ ଫଟୋ ସେୟାର କରିବା ସହ ବଡ଼ ମଜାଦାର୍‌ ଜନ୍ମଦିନ ଶୁଭେଚ୍ଛା ଲେଖିଛନ୍ତି।ସେ ତାଙ୍କ ପୋଷ୍ଟ୍‌ରେ ଲେଖିଛନ୍ତି, ‘‘ମୋ ପତ୍ନୀ ୧୬ ବ‌ର୍ଷର ହୋଇଗଲେ। ଦୁନିଆର ସବୁଠାରୁ ସୁନ୍ଦର ବ୍ୟକ୍ତିଙ୍କୁ ଜନ୍ମଦିନର ଶୁଭେଚ୍ଛା। ମୁଁ ତୁମକୁ ଖୁବ୍‌ ଭଲପାଏ।’’ ପତିଙ୍କ ଏହି ପ୍ରେମ ଭରା ପୋଷ୍ଟ୍‌ର ନେହା ବି ଜବାବ ଦେଇଛନ୍ତି। ନେହା ଲେଖିଛନ୍ତି, ‘‘ହା ହା ହା। ମୁଁ ସୁଇଟ୍‌ ୧୬ (ସିକ୍‌ଷ୍ଟିନ୍‌)। ଲଭ୍‌ ୟୁ ଝଲେ।’’ ଫଟୋରେ ନେହା  ଓ ରୋହନପ୍ରୀତି ପରସ୍ପରଙ୍କୁ କେବେ ‌ଆଲିଙ୍ଗନ କରୁଛନ୍ତି ତ କେବେ ଚୁମ୍ବନ ଦେଉଥିବାର ନଜର ଆସିଛନ୍ତି।ନେହା ପ୍ରଥମେ ଗାୟକ ହିମାନ୍ସ କୋହଲିଙ୍କ ସହ ପ୍ରେମ ସଂପର୍କରେ ଥି‌ଲେ। ମାତ୍ର ତାଙ୍କ ସହ ସଂପର୍କ ଭାଙ୍ଗିଯିବା ପରେ ନେତା ରୋହନପ୍ରୀତଙ୍କ ସହ ସଂପର୍କରେ ଆସିଲେ। ସଂପର୍କରେ ଆସିବାର ଅଳ୍ପ କିଛି ମାସ ମଧ୍ୟରେ ୨୦୨୦ ମସିହାରେ ବିବାହ ବନ୍ଧନରେ ବାନ୍ଧି ହେଲେ ନେହା।