ଖୁବ୍ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା
ଖୁବ୍ଶୀଘ୍ର ସ୍ଲଟ୍ ବୁକିଂ ମାଧ୍ୟମରେ ଆରମ୍ଭ ହେବ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା। ଏନେଇ ସ୍ପଷ୍ଟ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।ମନ୍ତ୍ରୀ ଆହୁରି କହିଛନ୍ତି ଯେ, ଉଭୟ ଧାଡି ଏବଂ ସ୍ଲଟ୍ ବୁକିଂ ଦର୍ଶନ ଜାରି ରଖିବା ପାଇଁ ଯୋଜନା କରୁଛି ପ୍ରଶାସନ। ଶ୍ରଦ୍ଧାଳୁମାନେ ସ୍ୱତନ୍ତ୍ର ହୋଲଡିଂ ଏରିଆରେ ରହି ସ୍ଲଟ୍ ବୁକିଂ ଜରିଆରେ ଭିତରକୁ ଯାଇପାରିବେ। ପ୍ରଥମେ ଏହାକୁ ପରୀକ୍ଷାମୂଳକ ଭାବରେ କରାଯିବ କାର୍ଯ୍ୟକାରୀ। ସଫଳ ହେଲେ ଏହାକୁ ଦିଆଯିବ ସ୍ଥାୟୀ ରୂପ, ଯାହାଫଳରେ ସହଜ ହେବ ବୃଦ୍ଧ ଏବଂ ଅସୁସ୍ଥ ଶ୍ରଦ୍ଧାଳୁଙ୍କୁ ଦର୍ଶନ।
What's Your Reaction?