ଚାଷୀଙ୍କୁ ଇନପୁଟ୍ ସହାୟତା ଦେଲେ ମୁଖ୍ୟମନ୍ତ୍ରୀ

ଆଜି ଚାଷୀମାନଙ୍କୁ ୮୦୦ ଟଙ୍କାର ଇନପୁଟ୍ ସବସିଡି ପ୍ରଦାନ କରିଛନ୍ତି ମୂଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ୨୩୦୦ ଟଙ୍କାର ଏମଏସପି ସହ ପ୍ରଦାନ କରାଯାଇଛି ଇନପୁଟ୍ ସବସିଡି। ଯେଉଁ ଚାଷୀମାନେ ଡିସେମ୍ବର ୬ ତାରିଖ ସୁଦ୍ଧା ଧାନ ବିକ୍ରି କରିଛନ୍ତି, ସେମାନଙ୍କୁ ମିଳିଛି ଏହି ଟଙ୍କା । ବରଗଡ଼ ଜିଲ୍ଲା ସୋହେଲାର ଇଚ୍ଛାପାଲି ପଡ଼ିଆଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶର ମଞ୍ଚରେ ୧୩ଜଣ ଚାଷୀଙ୍କୁ ୮୦୦ ଟଙ୍କାର ବୋନସ୍ ପ୍ରଦାନ କରିଛନ୍ତି ମୂଖ୍ୟମନ୍ତ୍ରୀ। ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଆଜିର ଦିନ ଓଡ଼ିଶା ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ। ଚାଷୀଙ୍କ ମିଛ ପ୍ରତିଶ୍ରୁତି ଦେଇଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ପ୍ରତିଶ୍ରୁତି ରକ୍ଷା କରି ନଥିଲେ। ଆପଣମାନେ ରାଜ୍ୟରେ ବିଜେପି ସରକାରକୁ ଆଣିଥିବାରୁ ଧନ୍ୟବାଦ।ସେହିଭଳି ରାଜ୍ୟର ବିଭିନ୍ନ ସ୍ଥାନରେ ବଣ୍ଟନ ହୋଇଛି ଇନ୍ପୁଟ୍ ସବ୍ସିଡି ।
What's Your Reaction?






