କଙ୍ଗନାଙ୍କୁ ନେଇ ଦି-ଫାଳ ବଲିଉଡ

Jun 9, 2024 - 12:34
 0  10
କଙ୍ଗନାଙ୍କୁ ନେଇ ଦି-ଫାଳ  ବଲିଉଡ

ନବ ନିର୍ବାଚିତ ବିଜେପି ସାଂସଦ କଙ୍ଗନା ରାଣାୱତଙ୍କୁ ଚଣ୍ଡିଗଡ଼ ଏୟାରପୋର୍ଟରେ ଚାପୁଡ଼ା ମାରିବା ଘଟଣା ନେଇ ଦି-ଫାଳ ହୋଇ ଯାଇଛି ବଲିଉଡ। ବଲିଉଡର ଏକ ଗୋଷ୍ଠି କଙ୍ଗନାଙ୍କ ସପକ୍ଷରେ ବାହାରିଥିବାର ବେଳେ ତାଙ୍କୁ ଚାପୁଡ଼ା ମାରିଥିବା ସିଆଇଏସଏଫର ମହିଳା କନଷ୍ଟେବଲଙ୍କୁ ସମର୍ଥନ ଜଣାଇଛନ୍ତି ମ୍ୟୁଜିକ୍‌ ସିଙ୍ଗର- କମ୍ପୋଜର ବିଶାଲ ଦଦଲାନି।କଙ୍ଗନାଙ୍କୁ ଚାପୁଡ଼ା ମାରିବା ଅଭିଯୋଗରେ ସିଆଇଏସଏଫର ମହିଳା କନଷ୍ଟେବଲ କୁଲୱିନ୍ଦର କୌରଙ୍କୁ ନିଲମ୍ବିତ କରାଯିବା ସହ ଗିରଫ କରାଯାଇଛି। ଏହା ବିରୋଧରେ ଚାଷୀମାନେ ଆସନ୍ତା ୯ ତାରିଖରେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଘୋଷଣା କରିଥିବା ବେଳେ କୁଲୱିନ୍ଦରଙ୍କ ସମର୍ଥନରେ ପାଟି ଫିଟାଇଛନ୍ତି ବିଶାଲ। ଏପରିକି କୁଲୱିନ୍ଦରଙ୍କୁ ସେ ଚାକିରି ଅଫର ବି କରିଛନ୍ତି।ନିଜ ସୋଶାଲ ମିଡିଆରେ ଏକ ପୋଷ୍ଟ ଶେଆର କରି ବିଶାଲ ଉଲ୍ଲେଖ କରିଛନ୍ତି, ମୁଁ କେବେ ବି ହିଂସାକୁ ସମର୍ଥନ କରେନି। ମାତ୍ର ଉକ୍ତ ସିଆଇଏସଏଫ ମହିଳା କନଷ୍ଟେବଲଙ୍କ କ୍ରୋଧକୁ ବୁଝି ପାରୁଛି। ତେଣୁ ସିଆଇଏସଏଫ ତାଙ୍କୁ ଚାକିରିରୁ ବିଦା କଲେ ତାଙ୍କ ପାଇଁ ଅଉ ଏକ ନୂଆ ଚାକିରି ଅପେକ୍ଷା କରିଛି। ତାହାକୁ ଗ୍ରହଣ କରିବା ନ କରିବା ତାଙ୍କ ଉପରେ ନିର୍ଭର କରେ।

What's Your Reaction?

like

dislike

love

funny

angry

sad

wow