ରାଶିଫଳ

Dec 16, 2024 - 11:42
 0  9
ରାଶିଫଳ
ମେଷ
ଆଜି ତୃତୀୟ ଚନ୍ଦ୍ର ଯୋଗୁ ରାଜନୀତି, ସଭାସମିତି ଓ କଳା, କ୍ରୀଡ଼ା ପାଇଁ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ସମ୍ପର୍କୀୟଙ୍କ ଅଭିଯୋଗ ସକାଶେ ନିଜ ଲୋକଙ୍କୁ ଦାୟୀ କରିବେ। ମାତ୍ରାଧିକ ଭ୍ରମଣ, ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ କରିବେ। 
ବୃଷ
ଏକ ସାଧାରଣ ପରିସ୍ଥିତିରେ ପଡୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପ୍ରତ୍ୟେକ କଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ।
ମିଥୁନ
 ପବ୍ଲିକେଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ। ଶିଳ୍ପ, ବାଣିଜ୍ୟରେ ଚାପର ସମ୍ମୁଖୀନ ହୋଇପାରନ୍ତି। ରୋଗ, ଋଣ ଓ ପରୋକ୍ଷ ଶତ୍ରୁତାଜନିତ ସମସ୍ୟାର ବିଲୟ ଘଟିବା ସୂଚନା ରହିଛି।
କର୍କଟ
କର୍ମାଧିପ ରାଶିସ୍ଥ ଯୋଗୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ସାଙ୍ଗକୁ ଭ୍ରମଣ ସୁଯୋଗ ଓ ସତ୍‌ସଙ୍ଗର ସୁଯୋଗ ଲାଭ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ, ଦୂରଯାତ୍ରା ଓ ବନ୍ଧୁମିଳନରୁ ଖୁସି ରହିବେ। ଅଶ୍ଳେଷା ନକ୍ଷତ୍ରର ପାରିବାରିକ ଅସ୍ଥିରତା ସାଙ୍ଗକୁ , ଅର୍ଥାଭାବ, କାର୍ଯ୍ୟସିଦ୍ଧିରେ ବିଳମ୍ବ ଘଟିପାରେ। 
ସି˚ହ
କେନ୍ଦ୍ରସ୍ଥ ଧନାଧିପ ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ବନ୍ଧୁବସତ୍ଳ କରାଇବେ। ଆଜି ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। କିନ୍ତୁ କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ। ବିଶେଷ ଭ୍ରମଣ ଓ କଠିନ ଶ୍ରମଜନିତ ସ୍ବାସ୍ଥ୍ୟ ବିଗିଡି ଯାଇପାରେ।
କନ୍ୟା

ଶୁକ୍ରଙ୍କ ପ୍ରତି ମଙ୍ଗଳଙ୍କ ଦୃଷ୍ଟି ବିନିମୟ ହେତୁ ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେଇ ପାରେ। ଶିଳ୍ପ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା, ସାଂସ୍କୃତିକ କାର୍ଯ୍ୟକ୍ରମରେ ବିବାଦୀୟ ସ୍ଥିତି ଉପତ୍ନ ହୋଇପାରେ। ଖାଦ୍ୟପେୟର ଅନିୟମିତତା କାରଣରୁ ସନ୍ଧ୍ୟା ସମୟରେ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ।
ତୁଳା

ଶନି କ୍ଷେତ୍ରସ୍ଥ ରାଶ୍ୟାଧିପତି ଯୋଗୁ ନିଜର ଲୋକ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେବେ। ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶ କରିବେ, କିନ୍ତୁ ସମ୍ପୂର୍ଣ୍ଣ ସଫଳତା ପାଇବେ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଏବଂ ଭ୍ରମଣ ଓ ବନ୍ଧୁ ମିଳନରୁ ଖୁସି ହେବେ। ଛାଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।
ବିଛା
ରାଶ୍ୟାଧିପଙ୍କ ଦୁର୍ବଳତାଜନିତ ଶାରୀରିକ ସ୍ବାସ୍ଥ୍ୟ ବିଗିଡ଼ିବା ସହ ବନ୍ଧୁଙ୍କ ସହ ମତାନ୍ତରର ଆଶଙ୍କା ରହିଛି। ଯେକୌଣସି ପ୍ରତିଦ୍ୱନ୍ଦ୍ୱିତାରେ ବିଜୟୀ ହେବେ ଓ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। 
ଧନୁ
ଶାରୀରିକ ସୁସ୍ଥତା ଫେରିପାଇବେ। ଲେଖାପଢ଼ା ତଥା ପ୍ରକାଶନ, ପ୍ରଶାସନ, ଯୋଗାଯୋଗ କ୍ଷେତ୍ରରେ ଶୁଭଫଳ ପାଇବେ। ବିଶିଷ୍ଟ ବ୍ୟକ୍ତିଙ୍କ ଛତ୍ରଛାୟା ତଳେ ରହିଥିବାରୁ ମନୋବଳ କ୍ରମଶଃ ବୃଦ୍ଧି ପାଇବ।
ମକର
ଆଜିର ଯାତ୍ରା, ବାଣିଜ୍ୟ, ନିର୍ମାଣ ଓ ପରିବହନରେ ସମସ୍ୟା ସୃଷ୍ଟି ହେବ। ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବେ। ଭୁଲ ବୁଝାମଣାରୁ ପାରିବାରିକ ଜୀବନରେ ତିକ୍ତତା ଦେଖାଦେଇପାରେ।
କୁମ୍ଭ
ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ବ୍ୟବସାୟ ଓ ପରିବହନରେ ପୂର୍ବଭାଦ୍ରପଦ୍‌ ନକ୍ଷତ୍ର ପାଇଁ ଝଟକା ଲାଗିପାରେ। ଆର୍ଥିକ ସମସ୍ୟା, ମାମଲା, ଜମିଜମା ଓ ପିଲାଙ୍କ ବିବାହ ସମ୍ପର୍କିତ ଚିନ୍ତାରେ ମନ ଉଦ୍‌ବିଗ୍ନ ରହିବ।
ମୀନ
 ସାମାନ୍ୟ ବିଳମ୍ବରେ ହେଲେ ମଧ୍ୟ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବ। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ।

What's Your Reaction?

like

dislike

love

funny

angry

sad

wow