ରାଶିଫଳ

Jul 15, 2024 - 12:42
 0  1
ରାଶିଫଳ
ମେଷ

 ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ। ଶିଳ୍ପ, ନିର୍ମାଣ, ବ୍ୟବସାୟ ଓ ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ।
ବୃଷ

ସ୍ବାସ୍ଥ୍ୟରେ ଉନ୍ନତି ସଙ୍ଗକୁ କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ପ୍ରଭୃତିରେ ଉନ୍ନତି କରିବେ। ଶିଳ୍ପ, ବାଣିଜ୍ୟ,ପରିବହନ ତଥା ଲେଖାପଢ଼ା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଆମତ୍ୀୟଙ୍କ ସକାଶେ ମନ ବିଚଳିତ ରହିବ।
ମିଥୁନ

 ବହୁତ ଦିନ ହେଲା ଅଟକି ରହିଥିବା କାମଗୁଡ଼ିକ ସହମତି ମାଧ୍ୟମରେ ସୁବିଧାରେ ସମ୍ପନ୍ନ ହୋଇଯିବ। ସାମୟିକ ଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ କିମ୍ବା କିଛି କରିବା ସକାଶେ କର୍ମମୁଖର ହେବେ।
କର୍କଟ

ଆଜି କହିବେ ଯାହା କାମରେ କରିବାରେ ସମର୍ଥ ହେବେ। ଆପଣ ଯେତେଟା ପରିସ୍ଥିତିକୁ ଜଟିଳ ମନେକରୁଛନ୍ତି ବାସ୍ତବରେ ସେମିତି କିଛି ହେବନି। ବ୍ୟବସାୟ ଓ ବାଣିଜ୍ୟ ଏବଂ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକଜନିତ କାମ ସ୍ଥଗିତ ରହିଯାଇପାରେ।।
ସି˚ହ

କର୍ତ୍ତବ୍ୟର ଆହ୍ବାନରେ ପାରିବାରିକ କ୍ଷେତ୍ରର ଗୁରୁ୍‌ତ୍ୱପୂର୍ଣ୍ଣ କାମ ପଛ କରିବାକୁ ବାଧ୍ୟ ହେବେ। ଅବହେଳା କାରଣରୁ ସ୍ବାସ୍ଥ୍ୟ ଅବନ୍ନତି ଦିଗକୁ ଗତି କରିପାରେ। ଋଣଭାରରେ ଅତିଷ୍ଠ ହେବା ସହ ଆର୍ଥିକ ଅନଟନ ମଧ୍ୟରେ ଅଣନିଃଶ୍ୱାସୀ ହେବେ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା

ଖଳ ଲୋକଙ୍କ କଥାରେ ଭୁଲ୍‌ ମାର୍ଗର ଅନୁସରଣ କରିପାରନ୍ତି। କାମରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହେବେ। କଚେରି ମାମଲା, ତର୍କବିତର୍କ, ସଭାସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ। 
ତୁଳା

ଭଲ ଓ ମନ୍ଦର ମିଶ୍ରିତ ଅନୁଭୂତି ମଧ୍ୟରେ ଦିନଟି ଅତିବାହିତ ହେବ। କର୍ମକ୍ଷେତ୍ରରେ ବ୍ୟତିକ୍ରମ ଲାଗି ରହିବା କାରଣରୁ ମାନସିକ ସ୍ଥିତି ଭଲ ରହି ନ ପାରେ। କୌଣସି ବନ୍ଧୁଙ୍କ ସ୍ବାସ୍ଥ୍ୟ ସମସ୍ୟା ମନକୁ ସାମୟିକ ବ୍ୟଥିତ କରିବ। 
ବିଛା

 ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ କାରଣରୁ ଅନ୍ୟ ଉପରେ ରାଗି ପାରନ୍ତି। ପ୍ରକାଶନ, ରାଜନୀତି, ପ୍ରଶାସନ, ସାମ୍ବାଦିକତା, ସଂଗଠନରେ ସମସ୍ୟା ସମାଧାନ ହୋଇଯିବ। ବିବାଦୀୟ ଜମିଜମା ଦୁଶ୍ଚିନ୍ତାକୁ ବୃଦ୍ଧି କରିବାର ଆଶଙ୍କା ରହିଛି।
ଧନୁ

କର୍ମକ୍ଷେତ୍ରରେ ବନ୍ଧୁ ସହିତ ଆଲୋଚନାପୂର୍ବକ ସମସ୍ୟାକୁ ସୁଧାରି ନେବେ। ପୂର୍ବ ରାଗକୁ ଶୁଝାଇବାକୁ ଯାଇ ସମସ୍ୟାକୁ ଈର୍ଷାପରାୟଣ ବ୍ୟକ୍ତିମାନେ ବଢାଇ ଦେଇପାରନ୍ତି। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଖୁସି ରହିବେ।
ମକର

 ପାରିବାରିକ କ୍ଷେତ୍ରରେ ମାନସିକ ଅଶାନ୍ତି କମିଯିବା କାରଣରୁ ଆଂଶିକ ଆଶ୍ୱସ୍ତି ଲାଭ କରିବେ। ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ କ୍ରୋଧ ପ୍ରକାଶ କରିପାରନ୍ତି। ରପ୍ତାନି କାରବାର, ନିର୍ମାଣ, ପରିବହନ, ବାଣିଜ୍ୟ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ

 ଜଣେ ବନ୍ଧୁ ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇପାରନ୍ତି। ସ୍ବାସ୍ଥ୍ୟ ପ୍ରତି ଧ୍ୟାନଦେବା ନିତାନ୍ତ ଆବଶ୍ୟକ ଅନ୍ୟଥା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।
ମୀନ

 ଆନୁଷ୍ଠାନିକ କାମରେ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ। ଅବଶ୍ୟ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧିହେତୁ ମନରେ ସରସତା ସାମୟିକ ରହି ନ ପାରେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।

What's Your Reaction?

like

dislike

love

funny

angry

sad

wow