ରାଶିଫଳ

Jan 18, 2025 - 13:35
 0  1
ରାଶିଫଳ
ମେଷ
 ବୋଝ ଭଳି ରହିଥିବା ସମସ୍ୟା ଆଜି ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ। ରବି ପାପଗ୍ରହ କେତୁଙ୍କ ସହ କର୍ମସ୍ଥ ପାରିବାରିକ ମତାନ୍ତରଜନିତ ସୁସମ୍ପର୍କ ବ୍ୟାହତ ହେବ। ଯାତ୍ରା, ବ୍ୟବସାୟ, ପରିବହନ ପାଇଁ ଦିନଟି ମଧ୍ୟମ ପ୍ରକାର ରହିବ।
ବୃଷ
 ଆନୁଷ୍ଠାନିକ କାମ, ବ୍ୟବସାୟ, ବାଣିଜ୍ୟରେ ଅସୁବିଧା ହେବନାହିଁ। ଅସାବଧାନତା ହେତୁ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ। ଉଚ୍ଚଶିକ୍ଷା ଓ ସନ୍ତାନଙ୍କ ସମସ୍ୟା ତଥା ବନ୍ଧୁଙ୍କ ସହ ଆଲୋଚନାଦି ଫଳପ୍ରଦ ହୋଇ ନ ପାରେ।
ମିଥୁନ
ତରବରିଆ ପଦକ୍ଷେପ ନେଲେ ସମସ୍ୟା ବଢ଼ିଯାଇପାରେ। ମାଲିମକଦ୍ଦମା, ଆଗାମୀ ପ୍ରମୋଶନ ଓ ଅଯଥା ଟେନ୍‌ସନ ସୃଷ୍ଟି ହୋଇ ମନକୁ ଭାରାକ୍ରାନ୍ତ କରିପାରେ। ଦିନଟିରେ ପୁନର୍ବସୁ ନକ୍ଷତ୍ରର ଅର୍ଥ ଓ ସହଯୋଗ, ସୁଖ ସମ୍ମାନ ଊଣା ହେବ ନାହିଁ।
କର୍କଟ
ଅନୁକୂଳ ବାତାବରଣ ମଧ୍ୟରେ ପ୍ରତ୍ୟେକ କାର୍ଯ୍ୟକୁ ସମ୍ପନ୍ନ କରିପାରିବେ। ଆତ୍ମୀୟମାନେ ଶତ୍ରୁତା କଲେ ମଧ୍ୟ କୌଣସି ଅସୁବିଧା ହେବନି। ଆଜିର ଦୂର ଯାତ୍ରା, ବନ୍ଧୁ ମିଳନ, ଆନୁଷ୍ଠାନିକ କାମ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ।
ସି˚ହ
ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ର ସମୟକୁ ଅପେକ୍ଷା କରିପାରିଲେ ପ୍ରତ୍ୟେକ ଦିଗରୁ ଉପକୃତ ହେବେ। ସାମାଜିକ ସ୍ତରରେ ପ୍ରଶଂସା ପାଇବେ। ବାଣିଜ୍ୟ, କର୍ମକ୍ଷେତ୍ର ଏବଂ ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ।
କନ୍ୟା

ବୁଧଙ୍କ ଶୁଭଦୃଷ୍ଟି ହେତୁ କର୍ମକ୍ଷେତ୍ରରେ ମନ ମୁତାବକ କାର୍ଯ୍ୟ ସମ୍ପନ୍ନ କରି ଆଶ୍ୱସ୍ତି ଲଭିବେ। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବନ୍ଧୁଙ୍କ ନିକଟରୁ ଅଥବା ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ କଳ୍ପନାପ୍ରବଣ ହୋଇପାରନ୍ତି। କରଜଦାତାଙ୍କ ଚାପ ବୃଦ୍ଧି ପାଉଥିବାରୁ ଉଦ୍‌ବେଗ ପ୍ରକାଶ କରିପାରନ୍ତି।
ତୁଳା

ଉଚ୍ଚାରୋହୀ ରାଶ୍ୟାଧିପଙ୍କ କାରଣରୁ ସ୍ବାସ୍ଥ୍ୟ ସମସ୍ୟା କେତେକାଂଶରେ ଲାଘବ ହୋଇପାରେ। କଳା, ସାହିତ୍ୟ, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ନୂତନ ଗୃହ, ଯାନବାହନାଦି ଲାଭର ସୁଯୋଗ ପାଇବାର ଆଶା ରହିଛି। ପରୋକ୍ଷ ଶତ୍ରୁତା କାରଣରୁ ସତର୍କରେ ନଚଳିଲେ ବିବାଦ ଘେରରେ ପଡ଼ିପାରନ୍ତି।
ବିଛା
ବନ୍ଧୁଙ୍କ ଉପରେ ବୃଥା ଅଭିମାନ କରି ଚୁପ୍‌ ରହିଲେ ସୁଯୋଗ ହରାଇବା ସାର ହେବ। ସ୍ବାସ୍ଥ୍ୟ ସମ୍ପର୍କିତ ସମସ୍ୟାର ସମାଧାନ ହେବାରୁ ଆଶ୍ୱସ୍ତି ଅନୁଭବ କରିବେ। କଳା, ସାହିତ୍ୟ, କ୍ରୀଡ଼ା, ଅଧ୍ୟୟନରେ ସମୟକୁ ବିନିଯୋଗ କରିପାରନ୍ତି। 
ଧନୁ
ବକେୟା ଅର୍ଥ ଆଦାୟରେ ଟଣଓଟରା ଲାଗିପାରେ। ବିବାଦୀୟ ଘଟଣାରେ, ପରିବହନରେ, ବ୍ୟବସାୟରେ, ଆଧ୍ୟାତ୍ମିକ କାର୍ଯ୍ୟକ୍ରମରେ ପ୍ରଶଂସିତ ହେବେ। ଆଜି ଶତ୍ରୁଠାରୁ ଦୂରେଇ ରହି କାମ କରିବା ଭଲ ହେବ।
ମକର
ପୂଜା ସାମଗ୍ରୀ, ଷ୍ଟେସନାରୀ ତଥା ହୋଟେଲ ବ୍ୟବସାୟରେ ସଫଳତା ହାସଲ କରିବେ। ବନ୍ଧୁମିଳନ, ଭ୍ରମଣ, ଆନୁଷ୍ଠାନିକ କାମ ଓ ଆଲୋଚନା ପ୍ରତିଦାୟକ ରହିବ। ବନ୍ଧୁଙ୍କ ଜରିଆରେ ହଜିଯାଇଥିବା ଜିନିଷ ପାଇ ଖୁସି ହେବେ।
କୁମ୍ଭ
ଶତଭିଷା କିନ୍ତୁ ଯେଉଁ କାମରେ ହାତଦେବେ ତାହା ବିଳମ୍ବରେ ସାଧିତ ହୋଇପାରିବ। ଗୁଜବ କିମ୍ବା ଅସମର୍ଥିତ ସୂତ୍ରରୁ ହଠାତ୍‌ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ପୂର୍ବ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ ଓ ଅର୍ଥଲାଭ ହେବ।
ମୀନ
ଯାତ୍ରା, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ସାବଧାନ ରହିବା ଭଲ ହେବ। ଈର୍ଷାପରାୟଣ ହୋଇ ନିଜ ପରିସରର ବ୍ୟକ୍ତିବିଶେଷମାନେ ଅସହଯୋଗ କରିପାରନ୍ତି। ପାରଷ୍ପରିକ ମତଭେଦ କାରଣରୁ ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।

What's Your Reaction?

like

dislike

love

funny

angry

sad

wow