ନିର୍ବାଚନରେ ପରାଜୟ ସତ୍ବେ ନବୀନ ଅଜେୟ!

Jun 10, 2024 - 17:53
 0  10
ନିର୍ବାଚନରେ ପରାଜୟ ସତ୍ବେ ନବୀନ ଅଜେୟ!

ଓଡ଼ିଶା ରାଜନୀତିର ବିରଳ ଓ ଅପ୍ରତିଦ୍ବନ୍ଦି ବ୍ୟକ୍ତିତ୍ବ ନବୀନ ପଟ୍ଟନାୟକ ହେଉଛନ୍ତି ଏକମାତ୍ର ଭାରତୀୟ ରାଜନେତା ଯାହାଙ୍କର ଦୀର୍ଘ ୨୪ ବର୍ଷର ରାଜନୈତିକ ଯାତ୍ରା ସଦାସର୍ବଦା ସଫଳତାର ଶିଖର ଛୁଇଁଛି।୧୯୪୬ ମସିହା ଅକ୍ଟୋବର ୧୬ ତାରିଖ ଦିନ କଟକସ୍ଥିତ ଆନନ୍ଦ ଭବନରେ ଜନ୍ମ ଗ୍ରହଣ କରିଥିଲେ ନବୀନ ପଟ୍ଟନାୟକ । ଡେରାଡୁନ୍ସ୍ଥିତ ୱେଲ୍ହାମ୍ ବଏଜ୍ ସ୍କୁଲ୍ରୁ ପ୍ରଥମେ ଏବଂ ପରେ ପ୍ରସିଦ୍ଧ ଡୁନ୍ ସ୍କୁଲରୁ ନବୀନ କରିଥିଲେ ଶିକ୍ଷା ଗ୍ରହଣ । ସ୍କୁଲ୍ରେ ସେ ରାଜୀବ ଗାନ୍ଧୀଙ୍କଠାରୁ ତିନି ବର୍ଷ ଜୁନିୟର୍ ଥିଲେ ଏବଂ ସଞ୍ଜୟ ଗାନ୍ଧୀଙ୍କର ସହପାଠୀ ରହିଥିଲେ। ସେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର କିରୋଡିମଲ୍ କଲେଜରୁ କଳାରେ ହାସଲ କରିଥିଲେ ସ୍ନାତକ ଡିଗ୍ରି (ବି.ଏ.) । ନବୀନଙ୍କର ହିନ୍ଦୀ, ପଞ୍ଜାବୀ, ଇଂରାଜୀ ଓ ଫରାସୀ ଭାଷାରେ ରହିଛି ଯଥେଷ୍ଟ ଦକ୍ଷତା । ୧୭ ଏପ୍ରିଲ୍ ୧୯୯୭ ମସିହାରେ ବାପା ବିଜୁ ପଟ୍ଟନାୟକଙ୍କ ମୃତ୍ୟୁ ପରେ ନବୀନ ଆସିଥିଲେ ଓଡ଼ିଶା ରାଜନୀତିକୁ । ୧୯୯୭ ମସିହା ଡିସେମ୍ବର ୨୬ରେ ଆନୁଷ୍ଠାନିକ ଭାବେ ପ୍ରତିଷ୍ଠା ହୋଇଥିଲା ବିଜେଡି । ପରବର୍ତ୍ତୀ ଅବସ୍ଥାରେ ଦେଶରେ ହୋଇଥିବା ଦ୍ବାଦଶ ଲୋକସଭା ନିର୍ବାଚନରେ ନବଗଠିତ ବିଜେଡିରୁ ୧୯୯୮ ମସିହାରେ ନବୀନ ସେହି ଆସ୍କା ଲୋକସଭା ନିର୍ବାଚନ କ୍ଷେତ୍ରରୁ ଲଢ଼ି ହାସଲ କରିଥିଲେ ବିପୁଳ ବିଜୟ । ୧୯୯୭ ଡିସେମ୍ବର ୨୬ ତାରିଖରେ କିଛି ବିଜୁ ଅନୁଗତଙ୍କୁ ନେଇ ଗଠନ ହୋଇଥିଲା ବିଜୁ ଜନତା ଦଳ । ୧୯୯୮ ଓ ୧୯୯୯ରେ ବିଜେଡିରୁ ଦୁଇ ଦୁଇ ଥର ଲୋକସଭା ନିର୍ବାଚନ ଜିତି କେନ୍ଦ୍ରରେ ମନ୍ତ୍ରୀ ହେଲେ ନବୀନ । ୧୯୯୯ ମହାବାତ୍ୟା ମୁକାବିଲାରେ ତତ୍କାଳୀନ କଂଗ୍ରେସ ସରକାରର ଚରମ ବିଫଳତା ପରେ ଓଡିଶାବାସୀ ଭରସା କଲେ ନବୀନ ପଟ୍ଟନାୟକଙ୍କୁ । ନବୀନ ମଧ୍ୟ ଓଡିଶାବାସୀଙ୍କୁ ଭେଟିଦେଲେ ଦୁର୍ନୀତିମୁକ୍ତ, ସ୍ବଚ୍ଛ, ଲୋକାଭିମୁଖୀ ଶାସନ । ସିଏ ନେତା ହୁଅନ୍ତୁ କି ମନ୍ତ୍ରୀ ଅବା ପ୍ରଶାସକ। ଦୁର୍ନୀତିର ଛିଟା ପଡିବା ମାତ୍ରେ କାର୍ଯ୍ୟାନୁଷ୍ଠାନ। ଗତ ୨୫ ବର୍ଷରେ ୪୦ରୁ ଅଧିକ ନେତା, ମନ୍ତ୍ରୀ ବଳି ପଡିଛନ୍ତି ନବୀନଙ୍କ ଶୂନ୍ୟ ସହନଶୀଳତା ନୀତି ଆଗରେ। ନବୀନଙ୍କ ଲୋକପ୍ରିୟତା ଓ ସାଧାରଣରେ ଗ୍ରହଣୀୟତା ଯୋଗୁଁ ପ୍ରତିଟି ନିର୍ବାଚନରେ ବିଜେଡିର ଭୋଟ ହାର ବଢିଥିଲା। ୨୦୦୦ ଓ ୨୦୦୪ରେ ମେଣ୍ଟ ସରକାରରେ ବିଜେଡି ୮୪ଟି ଆସନରୁ ପ୍ରତିଦ୍ବନ୍ଦ୍ବିତା କରି ପାଇଥିଲା ୨୭ରୁ ୨୯ ପ୍ରତିଶତ ଭୋଟ ।୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ରାଜନୈତିକ ପଣ୍ଡିତଙ୍କ ସବୁ ଆକଳନକୁ ଭୁଲ ପ୍ରମାଣିତ କରି ବିଜେଡିର ଭୋଟ ହାର ୩୮.୮୬ ପ୍ରତିଶତକୁ ବଢିଥିଲା ଏବଂ ଏକାକି ଦଳ ୧୦୩ ଆସନ ଦଖଲ କରିଥିଲା । ୨୦୧୪ରେ ବିଜେଡିର ଭୋଟ ହାର ୪୩.୪ ଏବଂ ୨୦୧୯ରେ ୪୪.୭୧ ପ୍ରତିଶତକୁ ବଢିଥିଲା । ତେବେ ଚଳିତ ନିର୍ବାଚନରେ ଭୋଟ ହାର ୪୦ ପ୍ରତିଶତକୁ ଖସି ଆସିବା ଫଳରେ ଦଳର ଆସନ ସଂଖ୍ୟା ୫୧କୁ ଖସି ଆସିଥିଲା। ତେବେ ଏହା ପୂର୍ବରୁ କେବଳ ସମସ୍ତ ସାଧାରଣ ନିର୍ବାଚନ ନୁହେଁ, ସବୁ ପୌର ଓ ପଂଚାୟତ ନିର୍ବାଚନରେ ବି ବିଜେଡି କରି ଆସୁଥିଲା ବାଜିମାତ । ଯାହାକି ନବୀନଙ୍କ ବିକାଶରକୁ ପ୍ରମାଣିତ କରିଛି ।  ଆତ୍ମନିର୍ଭର, ଶିଳ୍ପ ସମୃଦ୍ଧ, ଆର୍ଥିକ ସ୍ବଚ୍ଛଳ ଓଡିଶା – ଯାହା ଦିନେ ସ୍ବପ୍ନ ଲାଗୁଥିଲା ନବୀନଙ୍କ ନେତୃତ୍ବରେ ତାହା ସମ୍ଭବ ହୋଇଛି । ଭୋକର ଭୁଗୋଳରୁ ଓଡିଶା  ପରିଣତ ହୋଇଥିଲା  ବିକାଶର ପ୍ରୟୋଗଶାଳରେ  । ଆଜି ଅସଖ୍ୟଂ ରାଜ୍ୟ ବାସି ତାଙ୍କ ହାରିଯିବା ଦୁଖରେ ହୋଇଛନ୍ତି ମ୍ରିୟମାଣ। ବିଜେପିର ଅଭୂତପୂର୍ବ ବିଜୟ ଠାରୁ ନବୀନଙ୍କର ଆପ୍ରତ୍ୟାଶିତ ପରାଜୟ ଉପରେ ସର୍ବତ୍ର ଚାଲିଛି  ଅଧିକ ଚର୍ଚ୍ଚା   । ସବୁଠାରୁ ବଡ କଥାଟି ହେଉଛି ଯେ ନବୀନ ପରମ ଶତ୍ରୁକୁ ମଧ୍ୟ ନିନ୍ଦାତ ଦୂରର କଥା ସାମାନ୍ୟ ସମାଲୋଚନା ମଧ୍ୟ କରନ୍ତି  ନାହିଁ ।  ଆଜି ସଭିଙ୍କ ମୁହଁରେ ଶୁଣିବାକୁ ମିଳୁଛି ତାଙ୍କର ଅତୁଳନୀୟ ସରଳ ଆଉ ନିରାଡ଼ମ୍ବର ବ୍ୟକ୍ତିତ୍ବର କଥା।

What's Your Reaction?

like

dislike

love

funny

angry

sad

wow