ଆସନ୍ତା ୧୨ରେ ଘରେ ଘରେ ଦୀପ ଜାଳିବାକୁ ଅପିଲ୍ କଲେ ପ୍ରତାପ ଷଡଙ୍ଗୀ

Jun 10, 2024 - 18:33
 0  3
ଆସନ୍ତା ୧୨ରେ ଘରେ ଘରେ ଦୀପ ଜାଳିବାକୁ ଅପିଲ୍ କଲେ ପ୍ରତାପ ଷଡଙ୍ଗୀ

ଆସନ୍ତା ୧୨ ତାରିଖରେ ତଥା ଓଡିଶାରେ ବିଜେପି ସରକାରର ଶପଥ ସମାରୋହ ଦିନ ଡବଲ ଇଞ୍ଜିନ ସରକାର ପାଇଁ ଘରେ ଘରେ ଦୁଇଟି ଦୀପ ଜାଳିବାକୁ ଓଡିଶାବାସୀଙ୍କୁ ଅପିଲ କଲେ ବାଲେଶ୍ୱର ସାଂସଦ  ପ୍ରତାପ ଷଡଙ୍ଗୀ । ଗୋଟିଏ କେନ୍ଦ୍ର ପାଇଁ ଗୋଟିଏ ଓଡିଶାରେ ସରକାର ଗଠନ ପାଇଁ । ତେବେ ଓଡିଶାରେ ପ୍ରଥମ ଥର ପାଇଁ ଭାରତୀୟ ଜନତା ପାର୍ଟିର ସରକାର ଗଠନ ହେବା ଏକ ଐତିହାସିକ ଘଟଣା ବୋଲି ପ୍ରେସମିଟରେ ପ୍ରତାପ ଷଡଙ୍ଗୀ କହିଥିବା ବେଳେ ଓଡିଶାରେ ୨୫ ବର୍ଷର କଳା ଶାସନର ପରିସମାପ୍ତି ଘଟିଥିବା ସେ କହିଛନ୍ତି । ଓଡିଶାରେ ଭ୍ରଷ୍ଟାଚାର, ଅତ୍ୟାଚାରର ଅନ୍ତ ହେବାକୁ ଯାଉଥିବାରୁ ଲୋକେ ଗାଁ ଗାଁରେ, ଘରେ ଘରେ ଦୀପାବଳିର ବାତାବରଣ ନିର୍ମାଣ କରନ୍ତୁ । କାରଣ ଅନ୍ଧକାରର ବିନାଶ ହୋଇ ଆଲୋକର ପର୍ବ ଆରମ୍ଭ ହେଉଥିବା କହିଛନ୍ତି ପ୍ରତାପ ଷଡଙ୍ଗୀ ।

What's Your Reaction?

like

dislike

love

funny

angry

sad

wow