ରାଶିଫଳ

ରାଶିଫଳ
ମେଷ
ଗତକାଲିର ଟେନସନ୍‍ ଆଜି କମିଯିବ ଏବଂ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଆଧ୍ୟାତ୍ମିକ ଭାବଧାରାରେ ଉଦ୍‍ବୁଦ୍ଧ ହୋଇ ଧାର୍ମିକ ଅନୁଷ୍ଠାନରେ ସାମିଲ ହେବେ। ଆଲୋଚନା କ୍ଷେତ୍ରରେ ସହକର୍ମୀଙ୍କ ସହ ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ।
ବୃଷ
 ବନ୍ଧୁଙ୍କ ସମ୍ମୁଖରେ ଦୁଃଖକୁ ଲୁଚାଇ ରଖି ହସି କଥା କହିବାକୁ ବାଧ୍ୟ ହେବେ। ପରିବହନ, ବ୍ୟବସାୟ, ବାଣିଜ୍ୟ, ଶିଳ୍ପ ଓ ଏଜେନ୍ସିପରୁ ଖୁସି ରହିପାରନ୍ତି। ବିବାଦୀୟ ଘଟଣାରେ ନୀରବତା ଶ୍ରେୟ ଅଟେ, ନତୁବା ସମସ୍ୟା ଭିତରକୁ ଟାଣି ହୋଇଯିବାକୁ ପଡିପାରେ।
ମିଥୁନ
 କର୍ମକ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରି ସମାଲୋଚିତ ହେବେ। ଦୈନନ୍ଦିନ ଜୀବନରେ ବିଭିନ୍ନ ସମସ୍ୟା ମଧ୍ୟ ଦେଇ ଚଳିବାକୁ ପଡିବ। ମକଦ୍ଦମାରେ କିମ୍ବା ପ୍ରତିଯୋଗିତାଦି କ୍ଷେତ୍ରରେ ସ୍ଥିତି ଅନୁକୂଳ ହୋଇପାରେ।
କର୍କଟ
 ଆନୁଷ୍ଠାନିକ କାମର ଆଲୋଚନା ସମୟରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। ସାହିତ୍ୟ, ସାମ୍ବାଦିକତାରୁ ପ୍ରଶଂସିତ ହେବେ। କଠୋର ପରିଶ୍ରମଜନିତ କ୍ଳାନ୍ତି ଅନୁଭବ କରିପାରନ୍ତି।
ସି˚ହ
ଗୁରୁକ୍ଷେତ୍ରସ୍ଥ ରବିଙ୍କ ହେତୁ ପଦସ୍ଥବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିପାରନ୍ତି। ପ୍ରଶାସନ, ରାଜନୀତି ଏବଂ ସଭାସମିତିରେ ସ୍ଥିର ନିଷ୍ପତ୍ତି ନେଇ ପ୍ରଶଂସିତ ହେବେ। ଆର୍ଥିକ ସ୍ବଚ୍ଛଳତା କାରଣରୁ ମାନସିକ ସ୍ଥିରତା ଆସିପାରେ। ଶୁକ୍ରଙ୍କ ସୁପ୍ରଭାବରେ ବିଳାସ ବ୍ୟସନ ମଧ୍ୟରେ ସମୟ ଅତିବାହିତ କରିବାକୁ ମନସ୍ଥ କରିପାରନ୍ତି।
କନ୍ୟା

ଗ୍ରହମାନଙ୍କ ଅନୁକୂଳ ସ୍ଥିତି କାରଣରୁ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। ଉଚିତ ବୁଝାମଣା ଦ୍ୱାରା ପାରିବାରିକ ଜୀବନ ଶାନ୍ତିରେ କଟିବ। ନିକଟସ୍ଥ ବନ୍ଧୁ ସହଯୋଗର ପ୍ରତିଶ୍ରୁତି ଦେବେ କିନ୍ତୁ ତାହା କଥାରେ ହିଁ ସୀମିତ ରହିଯିବ। ଆଇନ ଅଦାଲତରୁ ସୁଫଳ ପାଇବେ ଏବଂ ଦୀର୍ଘ ଦିନର ସମସ୍ୟା ସମାଧାନ ହୋଇଯିବ।
ତୁଳା

ବୈଷୟିକ ଅଭିବୃଦ୍ଧି ସାଙ୍ଗକୁ ନୂଆ ଯୋଜନା ଆୟୋଜନରେ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ସହମତିରେ କାମ କଲେ ଲକ୍ଷ୍ୟ ହାସଲ ହେବ। ଆଜି ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ। ଅତ୍ୟଧିକ ଥଣ୍ଡାଜନିତ ଦୈହିକ ଅସୁସ୍ଥତା ଯୋଗୁ କାମ କରିବା ସକାଶେ ମନୋବଳ କମି ଯାଇପାରେ।
ବିଛା
ସମସ୍ତ ପ୍ରକାର ସୁବିଧା ଥିଲେ ମଧ୍ୟ ହାତମୁଠାରୁ ସୁଯୋଗ ଖସିଯାଇପାରେ। ଶିଳ୍ପ ଓ ବାଣିଜ୍ୟ, ବ୍ୟବସାୟରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି। ନିଜ ପରିସରରେ ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି।
ଧନୁ
 ଅର୍ଥ ସଂଗ୍ରହରେ ତପତ୍ରତା ପ୍ରକାଶ କରିବେ ଏବଂ ଚେଷ୍ଟା ବେକାର ଯିବ ନାହିଁ। ପାରିବାରିକ ଜଞ୍ଜାଳ ବୃଦ୍ଧି ଆଶଙ୍କା ରହିଛି। କଳା, ସାହିତ୍ୟ, ବାଣିଜ୍ୟ ତଥା ପ୍ରଶାସନିକ କ୍ଷେତ୍ରରେ ଉପରିସ୍ଥଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ।
ମକର
ପାରିବାରିକ କ୍ଷେତ୍ରରେ ଭୁଲ୍‍ ଖବରକୁ ସତ୍ୟ ମନେକରି ଉତ୍‍କ୍ଷିପ୍ତ ହେବେ। ଛୋଟ କଥାକୁ କେନ୍ଦ୍ରକରି ପଡ଼ୋଶୀ ପ୍ରତିବାଦର ସ୍ବର ଉଠାଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିବାର ସୁଯୋଗ ଜୁଟିପାରେ।
କୁମ୍ଭ
ଅତିରିକ୍ତ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେବ। ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍ଧ ହେବେ। ସ୍ତ୍ରୀଙ୍କ ଚିଡ଼ା ସ୍ବଭାବ ଅଶାନ୍ତିର ମୂଳ କାରଣ ହେବ। ସାମାଜିକ ସ୍ତରରେ ପରୋପକାର ମନୋଭାବରୁ ପ୍ରଶଂସିତ ହେବେ।
ମୀନ
 ଅଫିସ କାମରେ ସାମାନ୍ୟ ଅନୁପସ୍ଥିତି କିମ୍ବା ବିଳମ୍ବ ପାଇଁ କୈଫିୟତ୍‍ ଦେବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କିମ୍ବା ପ୍ରତିଯୋଗିତା କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଖଳ ଲୋକମାନଙ୍କ କାନକୁହା କଥାକୁ ବିଶ୍ୱାସ କରି ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେବାର ଆଶଙ୍କା ରହିଛି।