ରାଶିଫଳ

Jun 23, 2024 - 11:43
 0  8
ରାଶିଫଳ
ମେଷ

କର୍ମକ୍ଷେତ୍ରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ ବିଫଳତା ଦେଖି ଚିନ୍ତିତ ହୋଇପାରନ୍ତି।
ବୃଷ

 ବନ୍ଧୁଙ୍କଠାରୁ ବକେୟା ପାଇବାରେ ବିଳମ୍ବ ଘଟିବାରୁ କ୍ଷୋଭ ପ୍ରକାଶ କରିପାରନ୍ତି। ନିର୍ମାଣ, ଜମିଜମା, ରପ୍ତାନି ବାଣିଜ୍ୟ ଓ ପରିବହନରେ କ୍ଷତିର ଆଶଙ୍କା ରହିଛି।
ମିଥୁନ
 ପରିବାର ଭିତରେ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ସଙ୍ଗଠନ, ରାଜନୀତି, ପ୍ରଶାସନ, ସାମ୍ବାଦିକତା କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପ୍ରତିଯୋଗିତା, କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟାର ସମାଧାନ ହୋଇଯିବ।
କର୍କଟ

ଅନୁକୂଳ ଗ୍ରହସ୍ଥିତିରୁ ଉପରିସ୍ଥଙ୍କ ପ୍ରିୟଭାଜନ ହେବେ ଏବଂ ସହକର୍ମୀ ସମାଦର କରିବେ। ବ୍ୟବସାୟ, ଗବେଷଣା, ଅନୁସନ୍ଧାନାଦି କାମରେ ସଫଳତା ପାଇବେ। ସତର୍କତା ଅଭାବରୁ ଅଶ୍ଳେଷା ନକ୍ଷତ୍ରର ଅର୍ଥହାନିର ଆଶଙ୍କା ଦେଖାଦେବ। ସଭାସମିତିରେ ମତପାର୍ଥକ୍ୟଜନିତ କୌଣସି ସିଦ୍ଧାନ୍ତର ନିଷ୍କର୍ଷ ବାହାରି ପାରିବ ନାହିଁ।
ସି˚ହ

 ମଘା ନକ୍ଷତ୍ର ସାମାଜିକ କ୍ଷେତ୍ରରେ ସତ କଥା କହି ବିବାଦୀୟ ହେବେ। ସାଂସ୍କୃତିକ କାର୍ଯ୍ୟକ୍ରମ, ସାହିତ୍ୟ, କଳା, କ୍ରୀଡ଼ା ଓ ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ଦୀର୍ଘ ଦିନରୁ ଲାଗି ରହିଥିବା ଶତ୍ରୁତା ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ କ୍ରମଶଃ ହ୍ରାସ ପାଇବ।
କନ୍ୟା

 ଖଳ ଲୋକଙ୍କ ଦ୍ୱାରା କୌଣସି ଗୁଜବ ମନକୁ ଚହଲାଇ ଦେଇପାରେ। କର୍ମକ୍ଷେତ୍ରରେ ଆବଶ୍ୟକୀୟ ସାହାଯ୍ୟ, ସହଯୋଗ ହେତୁ ସମ୍ମାନ ପାଇ ଖୁସି ହେବେ। ବନ୍ଧୁମାନଙ୍କ ଦ୍ୱାରା ପ୍ରୋତ୍ସାହିତ ହୋଇ କୌଣସି ମଙ୍ଗଳଜନକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
ତୁଳା

କର୍ମାଧିପ ଭାଗ୍ୟସ୍ଥାନକୁ ଦୃଷ୍ଟି ଦେଉଥିବାରୁ ଧର୍ମକାର୍ଯ୍ୟରେ ନିୟୋଜିତ ହେବେ। ଜଣେ ବନ୍ଧୁଙ୍କ ଜରିଆରେ ପ୍ରତୀକ୍ଷାର ଅନ୍ତ ଘଟିବ। ଚିତ୍ରା ନକ୍ଷତ୍ର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ଶିଳ୍ପ, ବାଣିଜ୍ୟ, ପରିବହନ, ସଭାସମିତି, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରୁ ଆଶାନୁରୂପ ଫଳ ପାଇବେ।
ବିଛା

ଦ୍ୱିତୀୟସ୍ଥ ଚନ୍ଦ୍ର ହେତୁ ମାନସିକ ସ୍ଥିତି ଯାହା ଥାଉନାକାହିଁକି ମିଠାକଥା କହି ବନ୍ଧୁଙ୍କୁ ଆପ୍ୟାୟିତ କରିପାରିବେ। ବିଗତ ଦିନର କୌଣସି ଘଟଣା ସକାଶେ ଅପରାହ୍ନରେ ଟେନସନ୍‌ ବଢ଼ିପାରେ। ମାଲିମକଦ୍ଦମା, ଜମିଜମା କାରବାର, ନିର୍ମାଣ, ମାଙ୍ଗଳିକ କାମ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ବ୍ୟବସାୟ କ୍ଷେତ୍ର ମନ୍ଦ ହେବନି।
ଧନୁ

ଅଷ୍ଟମାଧିପତି ରାଶିରେ ରହି ଆପଣଙ୍କୁ ନକାରାମତ୍କ ଚିନ୍ତାଧାରାରେ ବିବ୍ରତ କରିପାରନ୍ତି। କର୍ମକ୍ଷେତ୍ରରେ ପରିସ୍ଥିତି ବଦଳିଯିବାର ସୂଚନା ପାଇ ଆଶ୍ୱସ୍ତି ଅନୁଭବ କରିବେ। ନୂତନ ସ୍ଥାନ ଭ୍ରମଣ, ଅର୍ଥ ଓ ସମ୍ମାନ ମିଳିବ, ବ୍ୟବସାୟିକ ଉନ୍ନତି କରିବେ। ବନ୍ଧୁଗହଣରେ ଅପ୍ରିୟ ସତ୍ୟ ପ୍ରକାଶ କରିବା କାରଣରୁ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।
ମକର

 ସମ୍ପର୍କୀୟଙ୍କ ସହଯୋଗରେ ଦୁଃସାଧ୍ୟ କାମ ସମ୍ପନ୍ନ ହେବ। ସମ୍ପର୍କୀୟଙ୍କୁ ଭଲ ପାଇବାକୁ କେନ୍ଦ୍ର କରି ସମସ୍ୟା ଦେଖାଦେବାର ସୂଚନା ରହିଛି। ସ୍ବାର୍ଥସାଧନର କ୍ଷୀଣ ଆଶାକୁ ନେଇ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ।
କୁମ୍ଭ

 ଘରର ବରାଦ ଅନୁଯାୟୀ ନୂତନ ଜିନିଷ କ୍ରୟ ପାଇଁ ମନ ବଳାଇବେ। ପ୍ରତିଯୋଗିତା, ପ୍ରତିଦ୍ୱନ୍ଦ୍ୱିତା, ମାଲିମକଦ୍ଦମା ସପକ୍ଷରେ ଯାଇ ନ ପାରେ। ନୂତନ କାର୍ଯ୍ୟାରମ୍ଭ କ୍ଷେତ୍ରରେ ସ୍ଥାନୀୟ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ଉପକୃତ ହେବେ।
ମୀନ

 ମନ ଯେପରି ଚାହୁଁଛି ଆଜି ତାହା ପାଇବାରେ କୌଣସି ଅସୁବିଧା ରହିବ ନାହିଁ। ବନ୍ଧୁଙ୍କ ନିକଟରେ ବହୁତ ଦିନ ହେଲା ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବିବାଦୀୟ ଘଟଣା ଟିକିଏ ଜଟିଳ ଆଡ଼କୁ ଗତି କରିପାରେ, କିନ୍ତୁ ବିଶେଷ କିଛି ଅସୁବିଧା ହେବନାହିଁ।

What's Your Reaction?

like

dislike

love

funny

angry

sad

wow