ରାଶିଫଳ

ସାମାଜିକ ସ୍ତରରେ ପ୍ରତ୍ୟେକ କାର୍ଯ୍ୟରେ ବିରୁଦ୍ଧତା ଓ ବିଫଳତା ଲାଗି ରହିବ। ଆକସ୍ମିକ ଆଗତ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ରୋହିଣୀ ନକ୍ଷତ୍ର କଳା, ସାହିତ୍ୟ, ସଙ୍ଗୀତ ସାଧନାରେ ମନୋନିବେଶ କରିବେ।
ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆଶାନୁରୂପ ଫଳ ପାଇବେ। ମୃଗଶିରା ନକ୍ଷତ୍ର ରଚନାମତ୍କ କାର୍ଯ୍ୟରୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ। ସାମାଜିକ ସ୍ତରରେ ସେବା ଓ ପରୋପକାର ମନୋବୃତ୍ତିରୁ ପ୍ରଶଂସିତ ହେବେ।
ପାଖ ପଡ଼ୋଶୀ ସହଯୋଗର ହାତ ବଢ଼ାଇବେ ଏବଂ ଲୋକ ଚିହ୍ନିବାରେ ମଉକା ପାଇବେ। କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରି ବ୍ୟସ୍ତ ହୋଇପାରନ୍ତି। ପୁଷ୍ୟା ନକ୍ଷତ୍ରର ସଚେତନତା ଅଭାବରୁ ପୁରାତନ ରୋଗର ପୀଡ଼ା ବୃଦ୍ଧି ପାଇପାରେ।
ଶିକ୍ଷାର୍ଥୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରିପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ବୃଦ୍ଧି ପାଉଥିବାରୁ ମନ ଉଦ୍ବେଗଯୁକ୍ତ ହୋଇପାରେ।
ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡ଼ିବ। ଯାତ୍ରା, ପ୍ରଶାସନ, ଆଇନ, କଳା ଓ ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଅନୁରାଧା ନକ୍ଷତ୍ରର ଆଜିର ପ୍ରତ୍ୟୁଷ ଯାତ୍ରାରେ ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବ କରିବ। ବହୁତ ଦିନରୁ ରହିଥିବା ବକେୟା ଟଙ୍କା ବନ୍ଧୁଙ୍କ ସହାୟତାରୁ ଆଜି ପାଇବେ।
ଭୁଲ୍ ବଶତଃ ନିର୍ଦ୍ଦିଷ୍ଟ ସ୍ଥାନରେ ନ ରଖି ଅନ୍ୟସ୍ଥାନରେ ରଖିଥିବା ଜିନିଷଟି ଆଜି ହଠାତ୍ ପାଇଯିବେ। ବହୁତ ଦିନରୁ ସ୍ଥଗିତ ରହିଥିବା କାମକୁ ଆଜି ଦୃଢ଼ ପଦକ୍ଷେପ ନେଇ ସମ୍ପନ୍ନ କରିବେ। ପରିବାରରେ ଦାୟିତ୍ୱ କ୍ରମଶଃ ବୃଦ୍ଧି ପାଇବାରୁ ସାମୟିକ ଟେନ୍ସନ ବୃଦ୍ଧି ପାଇବ।
ପରିବାରରେ ଛୋଟ କଥାକୁ କେନ୍ଦ୍ର କରି କଳହ ସୃଷ୍ଟି ହେବାର ସୂଚନା ରହିଛି। ପୂର୍ବଶତ୍ରୁତାକୁ କେନ୍ଦ୍ରକରି ନିଜଲୋକଙ୍କଠାରୁ ଆସ୍ଥାହରାଇ ବସିବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା ସାଙ୍ଗକୁ ଚାକିରକ୍ଷେତ୍ରରେ ପଦୋନ୍ନତି ଘଟିବ।
ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବାରୁ ସାମୟିକ ବ୍ୟସ୍ତତା ବୃଦ୍ଧି ପାଇବ। ଶତଭିଷା ନକ୍ଷତ୍ରର କର୍ମକ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ପରିବାରର ସହମତି ପ୍ରକାରେ ଇଚ୍ଛାମୁତାବକ କାମକରିବାରେ ସଫଳ ହେବେ।
What's Your Reaction?






