ଚାମ୍ପିୟନ୍ସ‌ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ୫୦ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ ଟିକେଟ ହାତେଇଛି ନ୍ୟୁଜିଲାଣ୍ଡ ଦଳ

Mar 6, 2025 - 11:52
 0  6
ଚାମ୍ପିୟନ୍ସ‌ ଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ୫୦ ରନ୍‌ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ ଟିକେଟ ହାତେଇଛି ନ୍ୟୁଜିଲାଣ୍ଡ ଦଳ

ଚାମ୍ପିୟନ୍ସଟ୍ରଫିର ଦ୍ୱିତୀୟ ସେମିଫାଇନାଲରେ ୫୦ ରନ୍ରେ ଦକ୍ଷିଣ ଆଫ୍ରିକାକୁ ହରାଇ ଫାଇନାଲ ଟିକେଟ ହାତେଇଛି ନ୍ୟୁଜିଲାଣ୍ଡ ଦଳ ।ପ୍ରଥମେ ବ୍ୟାଟିଂ କରି ଦକ୍ଷିଣ ଆଫ୍ରିକାକୁ ୩୬୨ରନର ବଡ଼ ଟାର୍ଗେଟ ଦେଇଥିଲା ନ୍ୟୁଜିଲାଣ୍ଡ ।ରଚିନ ରବୀନ୍ଦ୍ର ୱିଲିୟମସନ୍ଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ଆଗରେ ରନର ପାହାଡ଼ ଛିଡ଼ା କରିଥିଲା ନ୍ୟୁଜିଲାଣ୍ଡ ମିଚେଲ ୪୯ ରନ କରିଥିବା ବେଳେ ମାତ୍ର ରନରୁ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଫିଲିପ୍ସ ।ଏହାର ଜବାବରେ ଦକ୍ଷିଣ ଆଫ୍ରିକା ୱିକେଟ ହରାଇ କରିପାରିଥିଲା ୩୧୨ ରନ୍ ମିଚେଲ ସାଣ୍ଟନର୍ ୱିକେଟ ନେଇଥିବା ବେଳେ ମ୍ୟାଟ୍ହେନରି ଏବଂ ଏବଂ ଗ୍ଲେନ ଫିଲିପ୍ସଙ୍କୁ ମିଳିଥିଲା ୨ଟି ଲେଖାଏଁ ୱିକେଟ ସେହିପରି ରଚିନ ରବୀନ୍ଦ୍ର ମିଚେଲ ବ୍ରାସୱେଲଙ୍କ ଖାତାକୁ ଯାଇଛି ଗୋଟିଏ ଲେଖାଏଁ ୱିକେଟ ଏବେ ସମସ୍ତଙ୍କ ନଜର ୯ତାରିଖରେ ହେବାକୁ ଥିବା ଫାଇନାଲ ମୁକାବିଲା ଉପରେ ଟାଇଟଲ ଟକ୍କରରେ ମୁହାଁମୁହିଁ ହେବେ ଭାରତ-ନ୍ୟୁଜିଲାଣ୍ଡ ।ଭାରତ ଲଗାତାର କ୍ରମାଗତଭାବେ ତୃତୀୟ ଥର ପାଇଁ ଫାଇନାଲ ଖେଳୁଥିବା ବେଳେ ନ୍ୟୁଜିଲାଣ୍ଡ ଶେଷଥର ପାଇଁ ୨୦୦୦ ମସିହାରେ ଖେଳିଥିଲା ଫାଇନାଲ।

 

 

What's Your Reaction?

like

dislike

love

funny

angry

sad

wow