ରାଶିଫଳ
ଅଭାବ ପୂରଣ ଦିଗରେ ସହକର୍ମୀଙ୍କ ସହଯୋଗ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବ। କୌଣସି ଆନୁଷ୍ଠାନିକ କାର୍ଯ୍ୟ ମାଧ୍ୟମରେ ସାମାଜିକ ସ୍ତରରେ ପ୍ରତିଷ୍ଠା ଓ ପ୍ରଶଂସା ପାଇପାରନ୍ତି। ପାରିବାରିକ ଜୀବନରେ ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ।
ଗୃହ ନିର୍ମାଣ, ଜମିଜମା କାରବାର ଦିଗରେ ତପତ୍ର ରହିବେ। ଶିଳ୍ପ, ବ୍ୟବସାୟ, ପରିବହନ, ସଭାସମିତି ଓ ପାରିବାରିକ ଦିଗଟି ଅନୁକୂଳ ରହିବ। ଆଲୋଚନା, ଗବେଷଣା, ପ୍ରେସ୍ ପବ୍ଲିକେଶନ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ପ୍ରତିବନ୍ଧକର ସମ୍ମୁଖୀନ ହୋଇପାରନ୍ତି।
ପାରିବାରିକ ଜୀବନ ପ୍ରୀତିପ୍ରଦ ରହିବ। ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ। ଶିଳ୍ପ, ଗୃହ ନିର୍ମାଣ, ପରିବହନ, ବାଣିଜ୍ୟ, ବ୍ୟବସାୟ ଏପରିକି ଯୋଗାଣ କାରବାରରେ ଉନ୍ନତି କରିବେ। ବିବାଦୀୟ ଘଟଣା, କଚେରି ମାମଲା, ଜମିଜମା କାରବାର ଓ ଚୁକ୍ତିପତ୍ର ସମ୍ପର୍କିତ ସମସ୍ୟା ସମାଧାନ ହୋଇପାରେ।
ବିଭିନ୍ନ ସମସ୍ୟା ବିଜଡ଼ିତ ରହିବା କାରଣରୁ ମାନସିକ ଅସ୍ଥିରତା ଲାଗି ରହିବ। କଳା, କ୍ରୀଡ଼ା, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟକ୍ରମରେ ନିୟୋଜିତ ହେବେ। ପରୋକ୍ଷ ଶତ୍ରୁତାରୁ କାର୍ଯ୍ୟହାନିଜନିତ ସ୍ଥଗିତ କାମ ପାଇଁ କୈଫିୟତ ଦେବାକୁ ପଡ଼ିପାରେ। ସାଧାରଣ ଯୁକ୍ତିତର୍କକୁ କେନ୍ଦ୍ରକରି ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବା ଆଶଙ୍କା ରହିଛି।
ଆନୁଷ୍ଠାନିକ କାର୍ଯ୍ୟ, ସଭାସମିତି, ମନୋରଞ୍ଜନ ତଥା ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବନ୍ଧୁଙ୍କ ସହଯୋଗରେ ବ୍ୟବସାୟ ଆଗକୁ ବଢ଼ାଇବେ। ପରିବହନରେ ସମସ୍ୟାର ସମ୍ମୁଖୀନ ହେବେ।
ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ହୋଇ କାମକଲେ ହଇରାଣରେ ପଡ଼ିବା ସୂଚନା ରହିଛି। ସୁସ୍ଥତା ଫେରିପାଇବେ, କିନ୍ତୁ ବିଶେଷ ଶ୍ରମ ଓ ଭ୍ରମଣ ଠିକ୍ ହେବନାହିଁ। ଲେଖାପଢ଼ା, ସାମ୍ବାଦିକତା, ପ୍ରଶାସନ, ରାଜନୀତି କ୍ଷେତ୍ରରେ ଶୁଭଫଳ ପାଇବେ।
ବିବାଦୀୟ ଘଟଣା, ନିର୍ମାଣ ଓ ପରିବହନର ସମସ୍ୟା ସମାଧାନରେ ସଫଳ ହେବେ। କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ପାରିବାରିକ ଜୀବନରେ ବୁଝାମଣାର ଅଭାବ ଦେଖାଦେବା ସୂଚନା ରହିଛି।
ବିଳାସବ୍ୟସନର ସୁଯୋଗ ପାଇଲେ ମଧ୍ୟ ଉପଭୋଗ୍ୟ ନ ହୋଇପାରେ। ନୂତନ ଗୃହ, ଯାନବାହନ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ୍ ଜିନିଷ ପାଇଁ ମନ ବଳାଇବେ। ପଦମର୍ଯ୍ୟାଦା ବୃଦ୍ଧି ସହ ସମ୍ପର୍କୀୟଙ୍କ କଥାବାର୍ତ୍ତା ବ୍ୟଥିତ କରିପାରେ।
What's Your Reaction?