ଭୋଜନ ପରଷିବା ସମୟରେ ମାନନ୍ତୁ ଏହି ସବୁ ନିୟମ

Jun 30, 2024 - 11:53
 0  4
ଭୋଜନ ପରଷିବା ସମୟରେ ମାନନ୍ତୁ ଏହି ସବୁ ନିୟମ

ପ୍ରତ୍ୟକ ପରିବାରରେ ମୁଖ୍ୟତଃ ମହିଳାମାନେ ଘରର ସମସ୍ତ ସଦସ୍ୟଙ୍କୁ ଭୋଜନ ପରଷିଥାଆନ୍ତି ।କିନ୍ତୁ ବାସ୍ତୁ ଶାସ୍ତ୍ରରେ ଖାଦ୍ୟ ପରଷିବା ସମୟରେ କିଛି ବିଶେଷ ନିୟମ ସମ୍ପର୍କରେ ଉଲ୍ଲେଖ ରହିଛି,ଯାହାକୁ ନିଶ୍ଚିତ ଭାବରେ ପାଳନ କରିବା ଉତିତ୍। ଏହା କରିବା ଦ୍ୱାରା ଘରେ ସୁଖଶାନ୍ତି ବିରାଜମାନ ହେବା ସହ ଆର୍ଥିକ ସମସ୍ୟା ମଧ୍ୟ ଦୂର ହୋଇଥାଏ। ତେବେ ଆସନ୍ତୁ ଜାଣିବା ସେହି ନିୟମଗୁଡ଼ିକ ବିଷୟରେ-

କୌଣସି ବ୍ୟକ୍ତିଙ୍କୁ ଏକା ସାଙ୍ଗରେ ୩ ଖଣ୍ଡ ରୁଟି ଖାଇବାକୁ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ଅଶୁଭ ଫଳ ମିଳିଥାଏ। ଏହାସହ ଘରେ ନକାରାତ୍ମକ ଶକ୍ତିର ପ୍ରଭାବ ବଢ଼ିଥାଏ ।

କେବେ ରାତିର ବା ବାସି ଅଟା ଗୋଳା ଫ୍ରିଜରେ ରଖି ସକାଳେ ଖାଆନ୍ତୁ ନାହିଁ। ଏହା କରିବା ଦ୍ୱାରା ଘରେ ଅଶାନ୍ତି ଲାଗି ରହିବା ସହ ସବୁବେଳେ ଅଭାବଅନଟନ ଲାଗି ରହିବ।

କାହାକୁ ରୁଟି ଖାଇବାକୁ ଦେବାବେଳେ ରୁଟିକୁ ହାତରେ ଧରି ଆଣି ଖାଇବାକୁ ଦିଅନ୍ତୁ ନାହିଁ। ଏହା ଅଶୁଭ ହୋଇଥାଏ। ଘରେ ସବୁବେଳେ ଅଭାବଅନଟନ ଲାଗିରହିଥାଏ ।

ରାତିରେ ବଳି ପଡ଼ିଥିବା ବାସିରୁଟିକୁ ନିଜେ ଖାଇଦେବା ଭଲ। ଏହି ବାସି ରୁଟିକୁ ସାଧୁ,ସନ୍ଥ ଓ ଭିକାରୀଙ୍କୁ ଖାଇବାକୁ ଦିଅନ୍ତୁ ନାହିଁ। ଏହା କରିବା ଦ୍ୱାରା ମା’ ଲକ୍ଷ୍ମୀ ରୁଷ୍ଟ ହୁଅନ୍ତି।

What's Your Reaction?

like

dislike

love

funny

angry

sad

wow