‘ମନ କି ବାତ୍’ର ୧୧୧ ତମ ସଂସ୍କରଣ: ମା’ଙ୍କ ନାଁରେ ଗଛଟିଏ ଲଗାଇବାକୁ ଅପିଲ କଲେ ମୋଦୀ

‘ମନ କି ବାତ୍’ର ୧୧୧ ତମ ସଂସ୍କରଣ: ମା’ଙ୍କ ନାଁରେ ଗଛଟିଏ ଲଗାଇବାକୁ ଅପିଲ କଲେ ମୋଦୀ

 ଆଜି ପ୍ରସାରିତ ହୋଇଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ କି ବାତ୍’ର ୧୧୧ତମ ସଂସ୍କରଣ । ଏଥିରେ ପ୍ରଧାନମନ୍ତ୍ରୀ ପ୍ରଥମେ ନିଜ ମା’ଙ୍କୁ ମନେପକାଇ ଜୀବନରେ ମା’ଙ୍କ ଗୁରୁତକୁ ବଖାଣିବା ସହ  ‘ମାଙ୍କ ନାଁରେ ଗଛଟିଏ ଲଗାଇବା’ ପାଇଁ ଆରମ୍ଭ କରିଛନ୍ତି ଅଭିଯାନ ।ଏହାପରେ କେରଳ ଅଟ୍ଟାପଡିର ସ୍ୱତନ୍ତ୍ର ଛତା କଥା କହିଥିଲେ । ଏଠାକାର ଆଦିବାସୀ ମହିଳାମାନେ ଏଠାକୁ ତିଆରି କରୁଛନ୍ତି , ଯାହାକୁ କାର୍ଥେମ୍ବି ଛତା ଭାବେ ଜଣାଯାଏ । ଏହା କେବଳ କେରଲରେ ସୀମିତ ନୁହେଁ ବରଂ ଦେଶ ତଥା ଦେଶ ବାହାରକୁ ମଧ୍ୟ ଏହାର ରପ୍ତାନୀ ହେଲାଣି ।ଏହାପରେ ଜୁଲାଇରେ ପ୍ୟାରିସରେ ହେବାକୁ ଥିବା ସମର ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା ଭାରତୀୟ ଖେଳାଳିଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ ମୋଦୀ । ପୂର୍ବ ଥର ଅପେକ୍ଷା ଏଥର ଭାରତୀୟ ଖେଳାଳିମାନେ ସବୁ ବର୍ଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିବେ । ଏହାସହ କିଛି ନୂଆ ଇଭେଣ୍ଟରେ ମଧ୍ୟ ପ୍ରଥମ ଥର ପାଇଁ ଭାରତୀୟ ଖୋଳାଳିଙ୍କୁ ଦେଖିବାକୁ ମିଳିବ । ତେଣୁ ସେମାନଙ୍କୁ ପ୍ରୋତ୍ସାହିତ କରିବାକୁ ଦେଶବାସୀଙ୍କୁ ଅପିଲ କରିଛନ୍ତି ମୋଦୀ ।