UNରେ ପାକ୍ ସାମ୍ବାଦିକଙ୍କ ପ୍ରଶ୍ନ, ଜୟଶଙ୍କରଙ୍କ ଦମଦାର ଉତ୍ତର
ଆତଙ୍କବାଦ ପ୍ରସଙ୍ଗରେ ଆଇନା ଦେଖାଇଲେ ବୈଦେଶିକ ମନ୍ତ୍ରୀ । ନ୍ୟୁୟର୍କରେ ଚାଲିଥିବା ୮୧ତମ ଜାତିସଂଘ ସାଧାରଣ ସଭା ଅଧିବେଶନ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଏକ କଡ଼ା ଏବଂ ଦୃଢ଼ ପ୍ରତିକ୍ରିୟା ଦେଇଛନ୍ତି, ଯାହା ଏବେ ଆନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।
ଜାତିସଂଘରେ ପାକିସ୍ତାନ ସାମ୍ବାଦିକ ହଟହଟା । ଆତଙ୍କବାଦ ପ୍ରସଙ୍ଗରେ ଆଇନା ଦେଖାଇଲେ ବୈଦେଶିକ ମନ୍ତ୍ରୀ । ନ୍ୟୁୟର୍କରେ ଚାଲିଥିବା ୮୧ତମ ଜାତିସଂଘ ସାଧାରଣ ସଭା ଅଧିବେଶନ ସମୟରେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କ ଏକ କଡ଼ା ଏବଂ ଦୃଢ଼ ପ୍ରତିକ୍ରିୟା ଦେଇଛନ୍ତି, ଯାହା ଏବେ ଆନ୍ତର୍ଜାତୀୟସ୍ତରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ବୈଦେଶିକ ମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ ବେଳେ ବେଳେ ଜଣେ ପାକିସ୍ତାନୀ ସାମ୍ବାଦିକ ପ୍ରଶ୍ନର ଜୟଶଙ୍କର ଜବାବ ଦେଇଥିବା ବେଳେ ତାହା ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେଲାଗିଛି ।
ଭାରତ ସରକାର କେବେ ପାକିସ୍ତାନରେ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ବନ୍ଦ କରିବ? ବୋଲି ଉକ୍ତ ସାମ୍ବାଦିକ ଜଣକ ପ୍ରଶ୍ନ କରିଥିଲେ । ଉତ୍ତରରେ ଏସ୍ ଜୟଶଙ୍କର କହିଥିଲେ ଯେ ଏକ ଆତଙ୍କୀ ଦେଶ ମତେ ଏଭଳି ପ୍ରଶ୍ନ ପଚାରୁଛି? ଏହା କହିବା ପରେ ସାମାନ୍ୟ ହସି ସେଠାରୁ ଚାଲିଯାଇଥିଲେ, ଯାହା ପାକିସ୍ତାନୀ ଗଣମାଧ୍ୟମ ଏବଂ ସେଠାକିତ ପ୍ରତିନିଧିମାନଙ୍କୁ ସ୍ତବ୍ଧ କରିଦେଇଥିଲା ।
What's Your Reaction?