ଖାଇବା ମାତ୍ରେ ବଢିବ ହେମୋଗ୍ଲୋବିନ

Sep 14, 2024 - 12:33
Sep 14, 2024 - 12:36
 0  5
ଖାଇବା ମାତ୍ରେ ବଢିବ ହେମୋଗ୍ଲୋବିନ

ବ୍ୟକ୍ତି ସୁସ୍ଥ ରହିବ ପାଇଁ ଶରୀରରେ ରକ୍ତ ସଞ୍ଚାଳନ ସୁଚାରୁ ରୂପେ ହେବା ଆବଶ୍ୟକ। ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା କମ ହୋଇଗଲେ ଶରୀରକୁ ମାଡ଼ିବସି ଥାଏ ଅନେକ ପ୍ରକାରର ରୋଗ ହେମୋଗ୍ଲୋବିନ ମାତ୍ରା କମ ହୋଇଗଲେ ଆପଣଙ୍କୁ ନିୟମିତ ଭାବେ ଅନୁଭୂତ ହୋଇଥାଏ ଥକାପଣ ସେଥିପାଇଁ ରକ୍ତରେ ହେମୋଗ୍ଲୋବିନ୍ ମାତ୍ରା ସଠିକ ରହିବା ଶରୀର ପକ୍ଷେ ନିହାତି ଆବଶ୍ୟକ।  ମହିଳାଙ୍କ ମଧ୍ୟରେ ଆଇରନ ଅଭାବ ସମ୍ଭାବନା ରହିଛି ଅଧିକ ଆଇରନ୍ ଅଭାବରେ ରକ୍ତରେ ହେମୋଗ୍ଲୋବିନ ସ୍ତର  କମିଯାଇଥାଏ। ତେବେ କେଉଁ କେଉଁ ଫଳ ଖାଇଲେ ଶରୀରରେ ହେମୋଗ୍ଲୋବିନ୍ ମାତ୍ରା ବୃଦ୍ଧି ପାଇଥାଏ ଆସନ୍ତୁ ଜାଣିବା

ଡାଳିମ୍ବଶରୀରରେ ଆଇରନ ଅଭାବ ଦେଖାଦେଲେ ଡାକ୍ତର ମଧ୍ୟ ସର୍ବ ପ୍ରଥମେ ଡାଳିମ୍ବ ସେବନ କରିବାକୁ ପରାମର୍ଶ ଦେଇଥାନ୍ତି। ଏନିମିଆ ଦୂର କରିବାକୁ ଡାଳିମ୍ବ ସବୁଠାରୁ ଅଧିକ ପ୍ରଭାବଶାଳୀ। ସକାଳୁ ଗୋଟିଏ ଡାଳିମ୍ବ ବା ଗୋଟିଏ ଗ୍ଲାସ ଡାଳିମ୍ବ ଜୁସ ସେବନ କଲେ କେବେ ବି ଆଇରନ ଅଭାବ ଦେଖାଦେଇନଥାଏ ମୁହଁରେ ବି ଗ୍ଲୋ ଆସିଥାଏ।

ବିଟ୍ବିଟ୍ ସାଧାରଣତଃ ସମସ୍ତଙ୍କୁ ପସନ୍ଦ ନୁହେଁ। କିନ୍ତୁ ଏହା ବହୁତ ଗୁଣକାରୀ। ଏହାକୁ ଆପଣ ସାଲାଡ଼ରେ ପକାଇ ମଧ୍ୟ ସେବନ କରିପାରିବେ ଅନ୍ୟାନ୍ୟ ବ୍ୟଞ୍ଜନରେ ମଧ୍ୟ ବ୍ୟବହାର କରିପାରିବେ। ବିଟ୍ ସେବନ ଦ୍ୱାରା ହେମୋଗ୍ଲୋବିନ ସ୍ତର ବୃଦ୍ଧି ପାଇଥାଏ। ଏନିମିଆ ପାଇଁ ମଧ୍ୟ ଏହା ବହୁତ ଲାଭଦାୟକ।

ପାଳଙ୍ଗପାଳଙ୍ଗ ଶାଗ ଫାଇବର ଆଇରନରେ ଭରପୁର। ପାଳଙ୍ଗରେ ବହୁ ମାତ୍ରାରେ ଆଇରନ ରହିଛି ଯାହା ଶରୀର ପାଇଁ ବହୁତ ଲାଭଦାୟକ। ତାଛଡା ପାଳଙ୍ଗରେ କ୍ୟାଲସିୟମ୍, ସୋଡିୟମ୍, କ୍ଳୋରିନ୍, ଫସଫରସ୍, ଲୌହ, ପ୍ରୋଟିନ ଆଦି ମଧ୍ୟ ରହିଛି।

ପିଜୁଳିପିଜୁଳିରେ ମଧ୍ୟ ବହୁ ମାତ୍ରାରେ ଆଇରନ ରହିଛି। ଯେଉଁମାନଙ୍କର ହେମୋଗ୍ଲୋବିନ ସମସ୍ୟା ରହିଛି ସେମାନେ ପିଜୁଳି ନିଶ୍ଚୟ ସେବନ କରିବା ଉଚିତ। ମହିଳାଙ୍କ ପାଇଁ ପିଜୁଳି ବହୁତ ଲାଭଦାୟକ।

ଗାଜରଗାଜରକୁ ଆପଣ ଯେକୌଣସି ପ୍ରକାରେ ସାଲାଡ଼୍, ଜୁସ୍ କିମ୍ବା ହାଲୱା କରି ଖାଇପାରିବେ। ଗାଜରରେ ଥିବା ବିଟା କ୍ୟାରୋଟିନ ଶରୀରରେ ହେମୋଗ୍ଲୋବିନ୍ ବଢାଇବାରେ ସାହାଯ୍ୟ କରିଥାଏ।

ଟମାଟୋଟମାଟୋକୁ ମୁଖ୍ୟତଃ ସମସ୍ତ ବୟସର ବ୍ୟକ୍ତି ଖାଇବାକୁ ପସନ୍ଦ କରିଥାନ୍ତି ଟମାଟୋରେ ଥିବା ଆଣ୍ଟିଅକ୍ସିଡେଣ୍ଟ ମାତ୍ରା ହେମୋଗ୍ଲୋବିନ୍ ବଢାଇବାରେ ସାହାଯ୍ୟ କରିଥାଏ। ଟମାଟୋ ସେବନ ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣର ଭିଟାମିନ-ସି ମଧ୍ୟ ମିଳିଥାଏ। ଏହା ଶରୀରରେ ରୋଗ ପ୍ରତିରୋଧକ କ୍ଷମତାକୁ ବୃଦ୍ଧି କରିଥାଏ।

କମଳାକମଳାରେ ଭିଟାମିନ-ସିର ମାତ୍ରା ଅଧିକ ଥିବାରୁ ଏହାକୁ ଖାଇବା ଦ୍ୱାରା ଶରୀରରେ ଦେଖାଦେଉଥିବା ହେମୋଗ୍ଲୋବିନ୍ ସମସ୍ୟା ଅନେକ ମାତ୍ରାରେ କମ ହୋଇଥାଏ।କମଳାକୁ ଆପଣ ଜୁସ୍ କରି ଅଥବା ସାଲାଡ଼ରେ ପକାଇ ଖାଇ ପାରିବେ

ଡ୍ରାଏ ଫ୍ରୁଟ୍ସଖଜୁରୀ, ଅଖରୋଟ୍, ପେସ୍ତା, କିସମିସ୍ ଭଳି ଡ୍ରାଏ ଫ୍ରୁଟ୍ସ ଆଇରନରେ ଭରପୁର। ଏହା ରକ୍ତରେ ରେଡ ବ୍ଲଡ଼ ସେଲ ବୃଦ୍ଧି କରିଥାଏ। ବାଦାମ ମଧ୍ୟ ଆଇରନଯୁକ୍ତ। ଆଇରନ ସମସ୍ୟା ଦୂର କରିବାକୁ ବାଦାମ ମଧ୍ୟ ସେବନ କରିବା ଉଚିତ।

What's Your Reaction?

like

dislike

love

funny

angry

sad

wow