ମଲ୍ଲୀ ଫୁଲରେ ଭରି ରହିଛି ଅନେକ ଔଷଧୀୟ ଗୁଣ

Jul 3, 2024 - 12:24
Jul 4, 2024 - 15:40
 0  7
ମଲ୍ଲୀ ଫୁଲରେ ଭରି ରହିଛି ଅନେକ ଔଷଧୀୟ ଗୁଣ

ମଲ୍ଲି ଫୁଲର ମହକ କାହାକୁ ଅବା ପସନ୍ଦ ନୁହେଁ । ଅଧିକାଂଶ ଲୋକ ଏହାର ବାସ୍ନା ପାଇଁ ନିଜ ବଗିଚାରେ ମଲ୍ଲି ଫୁଲ ଗଛ ଲଗାଇଥାନ୍ତି । ମଲ୍ଲୀ ଫୁଲରେ ଅନେକ ଔଷଧୀୟ ଗୁଣ ମଧ୍ଯ ଭରି ରହିଛି, ଯାହା ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ଯ କରିଥାଏ । ତେବେ ଚାଲନ୍ତୁ ଜାଣିବା ଏହି ଫୁଲ ଫାଇଦା ବିଷୟରେ ।

ମଲ୍ଲୀ ଫୁଲର ତ୍ୱଚା ପ୍ରତି ଅନେକ ଉପକାରୀ ଗୁଣ ରହିଛି । ଏହାକୁ ତ୍ୱଚାରେ ବ୍ୟବହାର କରିବା ଦ୍ୱାରା ଅନେକ ଚମତ୍କାରୀ ଉପକାରିତା ମିଳିଥାଏ । ମଲ୍ଲୀ ଫୁଲ ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।

କୋମଳ ତ୍ୱଚା ପାଇଁ ମଲ୍ଲୀ ଫୁଲର ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ ଦେଖିବେ ଏହା ଆପଣଙ୍କ ମୁହଁକୁ ଭିତରୁ ସଫା କରିବା ସହ କୋମଳ ତ୍ୱଚା ପ୍ରଦାନ କରିବ ।

ମଲ୍ଲୀ ଫୁଲକୁ ବାଟି ଏହାକୁ କୁଣ୍ଡାଇ ହେଉଥିବା ସ୍ଥାନରେ ଲଗାଇଲେ ମଧ୍ଯ ଆରାମ ମିଳିଥାଏ। ମଲ୍ଲି ଫୁଲ ବ୍ରଣ ସମସ୍ୟା ଦୁର କରିବାରେ ସାହାଯ୍ୟ କରେ । ମଲ୍ଲୀ ଫୁଲର ପାଖୁଡାକୁ ସଫା କରି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ସିଧା ସ୍କିନ୍ ରେ ଲଗାନ୍ତୁ । ଆପଣ ଗାଧୋଇବା ପାଣିରେ ବି ମଲ୍ଲି ଫୁଲର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ ।

ମଲ୍ଲି ଫୁଲ ର ତେଲକୁ ଚମେଲି ତେଲ କୁହାଯାଏ । ଏଥିରେ ଆନ୍ତି ସେପ୍ଟିକ୍ ଗୁଣ ରହିଛି । ତେଣୁ କୌଣସି ସ୍ଥାନରେ ଯଦି କ୍ଷତ ହୋଇଥାଏ ତେବେ ଏହି ତେଲର ପ୍ରୟୋଗ ଦ୍ଵାରା ଆରାମ ମିଳିଥାଏ ।

ଏହା ଗୋଟିଏ ସୁଗନ୍ଧ ଯୁକ୍ତ ତେଲ ହୋଇଥିବାରୁ ଏହାକୁ ଆରୋମା ଥେରାପି ପାଇଁ ବ୍ୟବହାର ହୁଏ । ଆୟୁର୍ବେଦ ରେ ଏହାକୁ ମୁଡ଼ ବୁଷ୍ଟର କୁହାଯାଏ । ଏହି ତେଲ ରେ ମାଲିସ ହେବା ଦ୍ଵାରା ମାଂସପେଶୀ କୁ ଆରାମ ମିଳିଥାଏ । ଯଦି ଆପଣଙ୍କ ମୁଣ୍ଡକୁ ଶାନ୍ତ ରଖିବାକୁ ଚାହୁଁଛନ୍ତି ତେବେ କିଛି ମଲ୍ଲି ଫୁଲକୁ ଗୋଟିଏ ପାଣି ପାତ୍ରରେ ପକାଇ ତାର ସୁଗନ୍ଧ କୁ ସୁଙ୍ଗନ୍ତୁ , ଦେଖିବେ କିଛି ସମୟ ପରେ ମସ୍ତିଷ୍କ ଧୀରେ ଧୀରେ ଆରାମ ଲାଗିବା ।

ଅଧିକାଂଶ ସମୟ ଆମ ଗଳା ବସିଯାଏ ଓ କଥା କହିବା ସମୟ ରେ ସ୍ୱର କର୍କଶ ଶୁଭେ । ତେଣୁ ଆପଣ ଏହି ସମୟ ରେ କିଛି ମଲ୍ଲି ପତ୍ରକୁ ରସ ବାହାର କରି ଗଳାରେ ମାଲିସ କରନ୍ତୁ ଦେଖିବେ ଆରାମ ମିଳିବ ।

What's Your Reaction?

like

dislike

love

funny

angry

sad

wow